Home ଖେଳ ୟୁଥ୍ କନେକ୍ଟ କପ୍ ରେ ନାଟୁଗାଁ, ଲାଠିପଡ଼ା, ଲକ୍ଷ୍ମୀପ୍ରସାଦ ଓ ଗଦାଧରପ୍ରସାଦ ବିଜୟୀ

ୟୁଥ୍ କନେକ୍ଟ କପ୍ ରେ ନାଟୁଗାଁ, ଲାଠିପଡ଼ା, ଲକ୍ଷ୍ମୀପ୍ରସାଦ ଓ ଗଦାଧରପ୍ରସାଦ ବିଜୟୀ

221

ନୟାଗଡ଼, ୮ା୨ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ମହୋତ୍ସବ ପଡ଼ିଆରେ ଚାଲିଥିବା ୟୁଥ୍ କନେକ୍ଟ କପ୍ କ୍ରିକେଟ କପ୍ର ଦ୍ୱିତୀୟ ଦିବସରେ ନାଟୁଗାଁ, ଲାଠିପଡ଼ା, ଲକ୍ଷ୍ମୀପ୍ରସାଦ ଓ ଗଦାଧରପ୍ରସାଦ ପଂଚାୟତ ବିଜୟୀ ହୋଇଛନ୍ତି। ନୟାଗଡ଼ ନିର୍ବାଚନ ମଣ୍ଡଳୀର ପଂଚାୟତ ପଂଚାୟତ ମଧ୍ୟରେ ଚାଲିଥିବା ଏହି ମ୍ୟାଚରେ ଆଜି ମଧ୍ୟ ୮ଟି ପଂଚାୟତ ଅଂଶଗ୍ରହଣ କରିଥିଲେ। ପ୍ରଥମ ମ୍ୟାଚରେ ନାଟୁଗାଁ ଓ କୋରପିଠା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲାବେଳେ ନାଟୁଗାଁ ବିଜୟୀ ହୋଇଥିଲା। ସେହିପରି ଦ୍ୱିତୀୟ ମ୍ୟାଚରେ ନନ୍ଦିଘୋର ଓ ଲକ୍ଷ୍ମୀପ୍ରସାଦ ପଂଚାୟତ ମଧ୍ୟରେ ଖେଳ ହୋଇ ଲକ୍ଷ୍ମୀପ୍ରସାଦ ବିଜୟୀ, ତୃତୀୟ ମ୍ୟାଚରେ ଗଦାଧରପ୍ରସାଦ ଓ ସାକେରୀ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇ ଗଦାଧରପ୍ରସାଦ ବିଜୟୀ, ଚତୁର୍ଥ ମ୍ୟାଚରେ ଲାଠିପଡ଼ା ଓ ପାଣ୍ଡେରୀପଡ଼ା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇ ଲାଠିପଡ଼ା ବିଜୟୀ ହୋଇଥିଲା। ଏହି ଖେଳକୁ ଚିତରଂଜନ ଜେନା ଓ କିଶାନ ମହାପାତ୍ର ଆମ୍ପେୟାର ଭାବେ ଖେଳକୁ ପରିଚାଳନା କରିଥିଲେ। ମୃତ୍ୟୁଞ୍ଜୟ ଦଳବେହେରା ଧାରାବିବରଣୀ ପ୍ରଦାନ କରିଥିଲାବେଳେ ଜାନୁ ଖାଁ ସ୍କୋରବୋର୍ଡ଼ ଦାୟିତ୍ୱ ଦୁଲାଇଥିଲେ। ଏହି ଖେଳରେ ମୁଖ୍ୟଅତିଥିଭାବେ ଯୋଗଦେଇଥିଲେ ରଣପୁରର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ ଏବଂ ସ୍ୱତନ୍ତ୍ର ଅତିଥିଭାବେ ସମିତିସଭ୍ୟ ରବିନ୍ଦ୍ର ଜେନା ଏବଂ ପୂର୍ବତନ ସରପଂଚ ମାନଓ ରଂଜନ ମହାପାତ୍ର ପ୍ରମୁଖ ଯୋଗଦେଇ ଖେଳାଳୀମାନଙ୍କ ସହ କରମର୍ଦ୍ଦନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.