Home ଓଡ଼ିଶା ହୀରାକୁଦ ଡ୍ୟାମରେ ବୃଦ୍ଧି ପାଉଛି ଜଳସ୍ତର

ହୀରାକୁଦ ଡ୍ୟାମରେ ବୃଦ୍ଧି ପାଉଛି ଜଳସ୍ତର

197

ସମ୍ବଲପୁର,୦୯/୦୯,(ଓଡ଼ିଆ ପୁଅ ପି ନାଏକ): ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଉଛି।  ବର୍ଷା ଯୋଗୁ ସର୍ବାଧିକ ଜଳ ପ୍ରବେଶ କରିଛି  ହୀରାକୁଦ ଜଳଭଣ୍ତାରକୁ । ଯାହାକି ଗତ କାଲି ମଧ୍ୟାହ୍ନ ଠାରୁ  ସେକେଣ୍ତ ପ୍ରତି ୩ ଲକ୍ଷ ଉପରେ ଜଳ ପ୍ରବେଶ କରୁଛି । ତେବେ ସେନେଇ ଡ୍ୟାମ କତ୍ତୁପକ୍ଷ ମଧ୍ୟ ଜଳ ଭଣ୍ତାର ଜଳସ୍ତର ଅନୁଧ୍ୟାନ କରି ଗତ କାଲି ଠାରୁ ୨୦ଟି ଗେଟ ଦେଇ ଜଳ ନିଷ୍କାସିତ କରୁଛନ୍ତି ।

ଆଜି ସକାଳ ୬ ଟା ସୁଦ୍ଧା ଜଳଭଣ୍ତାର ଜଳସ୍ତର ୬୨୫.୫୬ ଘନ ଫୁଟ ରହିଥିବା ବେଳେ ସେକେଣ୍ତ ପ୍ରତି ୩ ଲକ୍ଷ ୩୭ ହଜାର ୫୦୫ କ୍ୟୁସେକ ଜଳ ପ୍ରବେଶ କରୁଛି ।  କାଲି ଠାରୁ  ୨୦ଟି ଗେଟ  ଖୋଲାଯାଇଛି ।  ଏଥିସହିତ ବିଭିନ୍ନ କେନାଲ ଦେଇ ସେକେଣ୍ତ ପ୍ରତି ୩ ଲକ୍ଷ ୩୭ ହଜାର ୫୦୫ କ୍ୟୁସେକ ପାଣି ନିଷ୍କାସିତ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.