Home ଆନ୍ତର୍ଜାତୀୟ ପାଇଲଟମାନଙ୍କର ଧର୍ମଘଟ କାରଣରୁ ୧୫୦୦ ବମାନ ରଦ୍ଦ : ୩ ଲକ୍ଷ ଲୋକ ପ୍ରଭାବିତ

ପାଇଲଟମାନଙ୍କର ଧର୍ମଘଟ କାରଣରୁ ୧୫୦୦ ବମାନ ରଦ୍ଦ : ୩ ଲକ୍ଷ ଲୋକ ପ୍ରଭାବିତ

515

ନ୍ୟୁୟର୍କ /ନୂଆ ଦିଲ୍ଲୀ ୯-୯(ଓଡ଼ିଆ ପୁଅ) ବ୍ରିଟିଶ ଏୟାରୱେଜର ପାଇଲଟମାନଙ୍କର ଧର୍ମଘଟ କାରଣରୁ ୧୫୦୦ରୁ ଅଧିକ ବମାନକୁ ରଦ୍ଦ କରିଦିଆଯାଇଛି। ମିଡ଼ିଆ ରିପୋର୍ଟ ମୁତାବକ, ବେତନ ଏବଂ ଭତ୍ତାରେ ହ୍ରାସ ବିବାଦକୁ ନେଇକରି ସୋମବାର ଏବଂ ମଙ୍ଗଳବାର ବ୍ରିଟିଶ ଏୟାରୱେଜ ପାଇଲଟ ଧର୍ମଘଟ କରିଛନ୍ତି। ଏୟାରଲାଇନର ୧୦୦ ବର୍ଷ ଇତିହାସର ଏହା ସବୁଠାରୁ ବଡ଼ ଧର୍ମଘଟ ବୋଲି କୁହାଯାଉଛି। ଏହା ଫଳରେ ୭୦୪ କୋଟିରୁ ଅଧିକ କ୍ଷତି ହୋଇଛି।

ଦ ଟେଲିଗ୍ରାଫ ଖବରକାଗଜ ମୁତାବକ, ଏହି ଧର୍ମଘଟରେ ପ୍ରାୟତଃ ୨ ଲକ୍ଷ ୮୦ ହଜାର ଲୋକ ପ୍ରଭାବିତ ହେବେ। ନ୍ୟୁୟର୍କ, ଦିଲ୍ଲୀ, ହଙ୍ଗକଙ୍ଗ ଏବଂ ଜୋହାନେସବର୍ଗର ସମସ୍ତ ବମାନ ପ୍ରଭାବିତ ହୋଇଛି। କମ୍ପାନୀ ଯାତ୍ରୀମାନଙ୍କୁ କହିଛି କି ଆପଣଙ୍କ ବିମାନ ରଦ୍ଦ ହୋଇଯାଇଛି ତେବେ ଏୟାରପୋର୍ଟକୁ ଯାଆନ୍ତୁ ନାହିଁ।

୨୩ ଅଗଷ୍ଟରେ ଧର୍ମଘଟ ଘୋଷଣା କରାଯାଇଥିଲା

ବେତନ ଏବଂ ଭତ୍ତାରେ ହ୍ରାସ ବିବାଦ ପରେ ବ୍ରିଟିଶ ଏୟାରଲାଇନ୍ସର ପାଇଲଟ ଆସୋସିଏସନ (ବିଏଏଲପିଏ) ୨୩ ଅଗଷ୍ଟରେ ଧର୍ମଘଟର ଘୋଷଣା କରିଥିଲା। ଏଥିରେ କୁହାଯାଇଥିଲା କି ୯ ଏବଂ ୧୦ ସେପ୍ଟେମ୍ବରଦିନ ପାଇଲଟ ଧର୍ମଘଟରେ ରହିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.