Home ଓଡ଼ିଶା ହରିଣ ଛାଲ ଓ ବଜ୍ରକାପ୍ତ କାତି ଜବତ, ୪ ଗିରଫ

ହରିଣ ଛାଲ ଓ ବଜ୍ରକାପ୍ତ କାତି ଜବତ, ୪ ଗିରଫ

179

ଢେଙ୍କାନାଳ ୨୧-୧ (ଓଡ଼ିଆ ପୁଅ/ଉଦୟଭାନୁ ସାହୁ) : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍‌ର କପିଳାଶ ରେଞ୍ଜ ବନକର୍ମଚାରୀମାନେ ନିହଲପ୍ରସାଦ ଅଂଚଳରେ ଅଚାନକ ଚଢାଉକରି ହରିଣ ଛାଲ ସହିତ ବଜ୍ରକାପ୍ତ କାତି ଜବତ କରିବାସହିତ ୪ ଜଣ ଶିକାରୀଙ୍କୁ ଗିରଫ କରିଛି ବନବିଭାଗ।

ବିଶେଷ ସୁତ୍ରରୁ ଖବର ପାଇ ଗତ ରାତିରେ କପିଳାଶ ବନ କର୍ମଚାରୀମାନେ ଗଁନ୍ଦିଆ ବ୍ଲକ୍‌ର ନିହଲପ୍ରସାଦ ଥାନା ଅଂଚଳରେ ଚଢାଉ କରିଥିଲେ। ଏହି ଚଢାଉରେ ଗୋଟିଏ ହରିଣର ଛାଲ ଓ ୭ଟି ବଜ୍ରକାପ୍ତ କାତି ଜବତ କରିବାରେ ସକ୍ଷମ ହୋଇଛି। ତେବେ ଏହା ଜିଲ୍ଲା ତଥା ରାଜ୍ୟ ବହାରକୁ ଚାଲାଣ କରୁଥିବା ୪ ଜଣ ଶିକାରୀଙ୍କୁ କରାଯାଇଥିବା ସୂଚନା ମିଳିଛି।

ଗିରଫମାନେ ହେଲେ ନିହଲପ୍ରସାଦ କରଡାମଣୀର ସଞ୍ଜୟ ସାହୁ, ବଳରାମ ସାହୁ, ଗଡଖଙ୍କିରା ଗ୍ରାମର ଶ୍ରୀକୃଷ୍ଣ ସାହୁ ଓ ଟୋଲପଶି ଗ୍ରାମର ବଙ୍ଗଳା ଦେହୁରୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.