Home କୋରାପୁଟ ସ୍ୱାମୀ-ସ୍ତ୍ରୀଙ୍କ ଆକ୍ରମଣରେ ବାପ-ପୁଅ ଆହତ

ସ୍ୱାମୀ-ସ୍ତ୍ରୀଙ୍କ ଆକ୍ରମଣରେ ବାପ-ପୁଅ ଆହତ

97

କୋରାପୁଟ ୩୧-୦୭ (ଓଡିଆ ପୁଅ/ରଂଜନ କୁମାର ଦାସ) ଦୁଇ ବନ୍ଧୁ ଭାଗିଦାରୀରେ ଠିକାକାମ କରୁଥିଲେ ହେଲେ ଟଙ୍କା ମାଗିବାରୁ ଜଣେ ଅନ୍ୟ ଜଣକୁ ଖଣ୍ଡାରେ ହାଣିବା ଘଟଣା ଏବେ ଦଶମନ୍ତପୁର ଅଂଚଳରେ ଚର୍ଚାର ବିଷୟ ହୋଇଛି। ଦଶମନ୍ତପୁର ଥାନା କୁନ୍ତେଶ ଗ୍ରାମର ଅର୍ଜୁନ ଖରା ଏବଂ ମାଳିଛେମା ଗ୍ରାମର ନବଘନ ଗୌଡ ଦୁଇ ବନ୍ଧୁ ୩ବର୍ଷ ପୂର୍ବରୁ ମିଳିତ ଭାବେ ଠିକା କାମ ଆରମ୍ଭ କରିଥିଲେ। ନବଘନ ବ୍ଲକ ଓ ପଂଚାୟତରୁ କାମ ଆଣିଲେ ଅର୍ଜୁନ ପଇସା ଖଟାଉଥିଲେ। ଏପରି କିଛି ଦିନ ଚାଲିବା ପରେ ସେହିବର୍ଷ ମାଳିଛେମା ଗ୍ରାମରେ ୫ଲକ୍ଷ ଟଙ୍କାର ଏକ ଚେକ୍ ଡ୍ୟାମ୍ କାମ ବାହାରିଥିଲା। ଉକ୍ତ କାମ ମଧ୍ୟ ନବଘନ ହାତେଇ ଥିଲେ ଓ କାମ ଆରମ୍ଭ କରିବାକୁ ଅର୍ଜୁନଙ୍କ ଠାରୁ ନଗଦ ଅଢେି ଲକ୍ଷ ଟଙ୍କା ନେଇଥିଲେ। ତେବେ ନବଘନ ଉକ୍ତ ଚେକ ଡ୍ୟାମ ଶେଷ କରି ବିଲ ଉଠାଇ ଥିଲେ ଓ ସେହି ଟଙ୍କାରେ ଅନ୍ୟ କେତେକ କାମ କରିଥିଲେ ମଧ୍ୟ ଅର୍ଜୁନକୁ ମୂଳ କିମ୍ବା ଲାଭ ବାବଦରେ କିଛି ଦେଇ ନଥିଲେ, ଏପରିକି ହିସାବ ମଧ୍ୟ ମାଗିଲେ ନବଘନ ଅର୍ଜୁନ କଥାକୁ ଏକ ରକମ ପ୍ରତ୍ୟାକ୍ଷାନ କରି ଚାଲି ଥିଲେ। ନବଘନର ଏପରି ମନୋଭାବ ଓ ବ୍ୟବହାରରେ ଅର୍ଜୁନ ଅତିଷ୍ଠ ହୋଇ ଅର୍ଜୁନ କିଛି ଦିନ ପୂର୍ବେ ଟଙ୍କା ମାଗିଥିଲେ ଓ ଟଙ୍କା ମାଗିବା ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇ କଥା ପୁଲିସ ଯାଏ ଯାଇଥିଲା। ହେଲେ ସେଠାରେ କିଛି ବୁଝାମଣା ପରେ ନବଘନ ଅର୍ଜୁନକୁ ଟଙ୍କା ଫରୋଇବାକୁ ରାଜି ହୋଇଥିଲେ। କିନ୍ତୁ ଏହା ମଧ୍ୟରେ ଆଉ କିଛି ଦିନ ବିତି ଯାଇଥିଲେ ମଧ୍ୟ ନବଘନ ଟଙ୍କା ଫେରାଇବାର ନା ନେଇନଥିଲେ। ଗତକାଲି ପୂର୍ବାହ୍ନ୍ନରେ ଅର୍ଜୁନ ଓ ତାଙ୍କ ପୁଅ ସ୍ମାଇଲ ସେମାନଙ୍କ ପିକଅପ ଭ୍ୟାନରେ ମାଳିଛେମା ଗ୍ରାମର ଯାତ୍ରୀଙ୍କୁ ହାଟକୁ ନେବା ପାଇଁ ଯାଇଥିବାବେଳେ ନବଘନ ସହ ମୁହାଁମୁହିଂ ହେବାରୁ ପୁଣି ଟଙ୍କା କଥା ଉଠିଥିଲା ଓ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଅପରାହ୍ନ୍ନରେ ଅର୍ଜୁନ ଓ ପୁଅ ସ୍ମାଇଲ୍ ଲୋକ ମାନଙ୍କୁ ଗାଂରେ ଛାଡି ଗାଁକୁ ଫେରିବାବେଳେ ନବଘନ ଓ ତାଙ୍କ ସ୍ତ୍ରୀ କନ୍ଧୁପୁଟ ଗ୍ରାମ ନିକଟ ଏକ କଲଭର୍ଟ ଉପରେ ଛିଡା ହୋଇ ଏକ ଖଣ୍ଡାରେ ବାଡେଇ ସେମାନଙ୍କ ଗାଡିର କାଚ ଭାଙ୍ଗି ଦେଇଥିଲେ। ଅର୍ଜୁନ ଗାଡି ଅଟକାଇ ତଳକୁ ଆସିଥିଲେ ଓ ଗାଡି କାଚ କାହିଁକି ଭାଙ୍ଗିଲ ବୋଲି ପଚାରିବା ମାତ୍ରେ ନବଘନ ଖଣ୍ଡାରେ ଅର୍ଜୁନକୁ ଆକ୍ରମଣ କରିଥିଲା। ପୁଅ ସ୍ମାଇଲ୍ ବାପାଙ୍କୁ ରକ୍ଷା କରିବାକୁ ଗାଡିରୁ ଓହ୍ଲାଇବା କ୍ଷଣି ନବଘନଙ୍କ ସ୍ତ୍ରୀ ସ୍ମାଇଲକୁ ଆକ୍ରମଣ କରିଥିଲା। ଘଟଣାକୁ ନେଇ ଅର୍ଜୁନ ନବଘନ ଓ ତାଙ୍କ ସ୍ତ୍ରୀ ବିରୁଦ୍ଧରେ ଦଶମନ୍ତପୁର ଥାନାରେ ଏତେଲା ଦେଇଥିବାବେଳେ ନବଘନ ମଧ୍ୟ ଅର୍ଜୁନ ଓ ତାଙ୍କ ପୁଅ ବିରୁଦ୍ଧରେ ପାଲଟା ଅଭିଯୋଗ କରିଥିବା ଜଣା ପଡିଛି। ଦଶମନ୍ତପୁର ପୁଲିସ ୨ଟି ପୃଥକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣା ପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.