Home ଓଡ଼ିଶା ଲଗାଣ ବର୍ଷାରେ ଧୋଇଗଲା ଆପ୍ରୋଚ ରୋଡ, ୩ ଗ୍ରାମବାସୀ ପ୍ରଭାବିତ

ଲଗାଣ ବର୍ଷାରେ ଧୋଇଗଲା ଆପ୍ରୋଚ ରୋଡ, ୩ ଗ୍ରାମବାସୀ ପ୍ରଭାବିତ

122

କୋରାପୁଟ ୩୧-୦୭ (ଓଡିଆ ପୁଅ /ରଂଜନ କୁମାର ଦାସ) ଗତ ୪ଦିନର ଲଗାଣା ବର୍ଷା ଯୋଗୁଁ ଦଶମନ୍ତପୁର ବ୍ଲକ ଗିର୍ଲିଗୁମ୍ମା ପଂଚାୟତର ଅନ୍ଧାରୀ ନଦୀରେ ୩ବର୍ଷ ପୂର୍ବରୁ କରାଯାଇଥିବା ହୋମପାଇପ ପୋଲ ଓ ଆପ୍ରୋଚ ରାସ୍ତା ଧୋଇ ହୋଇଯାଇଛି। ଫଳରେ ଗିର୍ଲିଗୁମ୍ମା ପଂଚାୟତର ଟିକରପୋଡା, ଜିରାଆମ୍ବ ଓ ବାଘଲମତି ଗ୍ରାମବାସୀ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡିଛନ୍ତି। ୩ ବର୍ଷ ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ୩କୋଟି ଟଙ୍କା ବ୍ୟୟରେ ମରିଚଗୁଡା ଛକରୁ ଟିକରପୋଡାକୁ ରାସ୍ତା ତିଆରି ହୋଇଥିଲା। ରାସ୍ତା ନିର୍ମାଣ ସମୟରେ ଅନ୍ଧାରୀ ନଦୀରେ ବର୍ଷା ଦିନେ ପ୍ରଖୋର ଜଳ ସ୍ରୋତ ଆସୁଥିବାରୁ ଗ୍ରାମବାସୀ ଏକ ସ୍ଥାୟୀ କଂକ୍ରୀଟ ପୋଲ ନିର୍ମାଣ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଅନୁରୋଧ କରିଥିଲେ। କିନ୍ତୁ ସମ୍ପୃକ୍ତ ଯଂନ୍ତ୍ରୀ ଗ୍ରାମବାସୀଙ୍କ ଅନୁରୋଧକୁ ହାଲୁକା ଭାବେ ନେଇ ସେଠାରେ ହୋମପାଇପ ଦେଇ ଏକ ସାଧାରଣ ପୋଲ ତିଆରି କଲେ ଫଳରେ ୩ ଗ୍ରାମବାସୀ ଆଜି ନାହିଂ ନଥିବା ଅସୁବିଧାର ସମୁଖୀନ ହେଉଥିବା ଟିକରପୋଡା ଗ୍ରାମର କାହ୍ନୁ ଦିଶାରୀ, ଶମ୍ଭୂ ମୁଦୁଲି, ନବୀନ ମୁଦୁଲି, ଜ୍ୟୋତି ରଂଜନ ମୁଦୁଲି ପ୍ରକାଶ କରିଛନ୍ତି। ପୋଲ ଭାସି ଯାଇଥିବାରୁ ମରିଚଗୁଡା ସ୍କୁଲରେ ପଢୁଥିବା ତିନୋଟି ଗ୍ରାମର ଛାତ୍ରଛାତ୍ରୀ ବର୍ତମାନ ସ୍କୁଲ ଯିବା ବନ୍ଦ କରି ଦେଇଛନ୍ତି। ଉପର ଶ୍ରେଣୀରେ ପଢୁଥିବା କେତେକ ବଡ ପିଲା ବିପଦକୁ ଆପଣାଇ ନଦୀପାରି ହୋଇ ସ୍କୁଲ ଯାଉଥିବା ଗ୍ରାମବାସୀ କହିଛନ୍ତି। ତେଣୁ ବ୍ଲକପ୍ରଶାସନ ଗ୍ରାମବାସୀଙ୍କ ସୁବିଧା ନିମନ୍ତେ ଯୁଦ୍ଧକାଳୀନ ଭିତିରେ ଏହା ମରାମତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.