Home କୋରାପୁଟ କୋରାପୁଟ ମ୍ୟୁନସିପାଲଟିରେ ମଶାଧୁଆଁ ଛଡାଯାଉନାହିଁ

କୋରାପୁଟ ମ୍ୟୁନସିପାଲଟିରେ ମଶାଧୁଆଁ ଛଡାଯାଉନାହିଁ

58

କୋରାପୁଟ ୩୧-୦୭ (ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ସହରରେ ମଶାସଂଖ୍ୟା ବୃଦ୍ଧିପାଉଥିବା ବେଳେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଜଣାପଡିଛି।ସଂଧ୍ୟାହେଲେ ଲୋକମାନେ ବଜାରକୁ ଯିବାକୁ ଭୟ କରୁଛନ୍ତି କାରଣ ଯେଉଁ ଦୋକାନରେ ଠିଆହୋଇ ଜିନିଷକ୍ରୟ କରୁଥିବା ସମୟରେ ମଶା ଏପରି ହେବାରେ ଦର୍ଶନ କରୁଛନ୍ତି ଯେ ଠିଆ ହେବା ମୁସ୍କିଲ ହୋଇପଡୁଥିବା ଜଣାପଡିଛି।ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ମ୍ୟାଲେରିଆ ଓ ଡେଙ୍ଗୁ ନିୟତ୍ରଣ ସଂପର୍କରେ ଏକ ସଚେତନ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ କୋରାପୁଟ ମ୍ୟୁନସିପାଲଟିର ପରିମଳ ନିରୀକ୍ଷକ ଭରତ ହାଲୁଆ ଯୋଗଦେଇଥିଲେ।ମଶାଧୁଆଁ କୋରାପୁଟ ସହରରେ ଛଡା ଯାଉଛି କି ନାହିଁ ବୋଲି ମ୍ୟାଲେରିଆ ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ଦାସ ପ୍ରଶ୍ନ କରିବାରୁ ଶ୍ରୀ ହାଲୁଆ ସନ୍ତୋଷଜନକ ଉତର ଦେଇ ନ ଥିବା ଜଣାପଡିଛି।ପ୍ରାୟ ୨ ମାସ ହେବ ମଶାଧୁଆଁ ଗାଡି ସହର ମଧ୍ୟରେ ଚଳପ୍ରଚଳ କରୁ ନ ଥିବା ଜଣାପଡିଛି।ବର୍ଷାଯୋଗୁଁ ଗାଡି ବାହାର କରାଯାଇନାହିଁ ବୋଲି କାର୍ଯ୍ୟାଳୟ ତରଫରୁ ପ୍ରକାଶ କରାଯାଇଛି।ତୁରନ୍ତ କୋରାପୁଟ ସହରରେ ମଶାଧୁଆଁ ଛାଡିବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.