Home ଜିଲ୍ଲା ପରିକ୍ରମା ସ୍ୱଚ୍ଛ, ସୁସ୍ଥ ଓ ସୁନ୍ଦର ଦେବଗଡ ଅଭିଯାନର ଶୁଭାରମ୍ଭ

ସ୍ୱଚ୍ଛ, ସୁସ୍ଥ ଓ ସୁନ୍ଦର ଦେବଗଡ ଅଭିଯାନର ଶୁଭାରମ୍ଭ

145

ଦେବଗଡ ୧୯-୮ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ସଂପୂର୍ଣ୍ଣ ବାହ୍ୟମଳମୁକ୍ତ ଜିଲ୍ଲାର ମାନ୍ୟତା ପାଇସାରିଥିବା ଦେବଗଡ ଜିଲ୍ଲାକୁ ସ୍ୱଚ୍ଛ, ସ୍ୱସ୍ଥ ଓ ସୁନ୍ଦର ଦେବଗଡ ଭାବରେ ଗଢିତୋଳିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପରିକଳ୍ପିତ କାର୍ଯ୍ୟକ୍ରମ ଅନୁଯାୟୀ ପ୍ରତ୍ୟେକ ମାସର ତୃତୀୟ ରବିବାର ଦିନ ଜିଲ୍ଲାର ସହରାଂଚଳ ସହିତ ସମସ୍ତ ଗ୍ରାମାଂଚଳରେ ଏକକାଳିନ ସମୂହ ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଅଗଷ୍ଟ ମାସର ତୃତୀୟ ରବିବାରରେ ଜିଲ୍ଲାପାଳ ଶ୍ରୀ ସୁଧାଂଶୁ ମୋହନ ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦେବଗଡ ପୈାରାଂଚଳ ସମେତ ଜିଲ୍ଲାର ସମସ୍ତ ଗ୍ରାମାଂଚଳରେ ଏହି ସାମୁହିକ ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏକକାଳିନ ଶୁଭାରମ୍ଭ କରାଯାଇଛି। ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ପଂଚାୟତ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ରାସ୍ତାଘାଟ, ମନ୍ଦିରପରିସର ଓ ଦର୍ଶନୀୟ ସ୍ଥାନମାନଙ୍କରେ ଆୟୋଜିତ ଏହି ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ଉତ୍ସାହର ସହିତ ଭାଗନେଇ ନିଜ ନିଜ ଅଂଚଳକୁ ସଫା ସୁତରା କରିବା ସଂଗେ ସଂଗେ ବିଭିନ୍ନ କିସମର ଚାରା ମଧ୍ୟ ରୋପଣ କରିଥିଲେ। ଏନ.ସି.ସି., ଏନ.ଏସ.ଏସ., ରେଡକ୍ରସ, ନେହେରୁ ଯୁବକେନ୍ଦ୍ର, ବିଜୁ ଯୁବ ବାହିନୀ, ବିଭିନ୍ନ ସାମାଜିକ ଓ ସ୍ୱେଚ୍ଛାସେବୀ ସଂଗଠନ ଏବଂ ଶିକ୍ଷାନୁଷ୍ଠାନର କର୍ମକର୍ତାମାନଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ୨୨ଜଣ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ପୈାରାଂଚଳର ବିଭିନ୍ନ ୱାର୍ଡ ଏବଂ ଜିଲ୍ଲାର ପଂଚାୟତମାନଙ୍କରେ ଦାୟୀତ୍ୱ ନ୍ୟସ୍ତ କରାଯାଇଥିଲା।

ଏହି ସାମୁହିକ ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଅତିରିକ୍ତ ଜିଲ୍ଲାପାଳ ଧରମ ହାଁସଦା, ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଭିନସେଣ୍ଟ ପୁନମକାନ୍ତ ଏକ୍କା, ଉପ-ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, ପୈାରାଂଚଳ ନିର୍ବାହୀ ଅଧିକାରୀ କୁଞବନ ପ୍ରଧାନଙ୍କ ସମେତ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନେ ଯୋଗଦେଇଥିଲେ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.