Home କନ୍ଧମାଳ ବାଲିଗୁଡ଼ାରେ ବିଶ୍ବ ଫୋଟଗ୍ରାଫି ଦିବସ ପାଳନ

ବାଲିଗୁଡ଼ାରେ ବିଶ୍ବ ଫୋଟଗ୍ରାଫି ଦିବସ ପାଳନ

115

ବାଲିଗୁଡା, ୧୯-୮ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ )କନ୍ଧମାଳ ଫୋଟୋଗ୍ରାଫି ସଂଘ ପକ୍ଷରୁ ବାଲିଗୁଡ଼ାରେ ବିଶ୍ବ ଫୋଟଗ୍ରାଫି ଦିବସ ପାଳନ ହୋଇଯାଇଛି। ପ୍ରଥମେ ପୁର୍ତ୍ତବିଭାଗ ଛକଠାରେ ସଂଘର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟା ଅର୍ପଣ କରିବାପରେ ବନବାସୀ ସେବା ସମିତିର ଅନ୍ତେବାସୀ ଓ ଜରା ନିବାସ ରେ ବୃଦ୍ଧ ବୃଦ୍ଧାଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଏଥିରେ ବାଲିଗୁଡାର ମଡ଼ର୍ଣ୍ଣ ପପୁ, କଲର ସେଭେନ, ସାଗର, ବିଷ୍ଣୁପ୍ରିୟା, ସାହୁ ଫୋଟୋ ସ୍ଟୁଡ଼ିଓ ଏବଂ କ. ନୂଆଗାଁ ବ୍ଲକ ର ଶମ୍ଭୁ ସ୍ଟୁଡ଼ିଓ ର ସମସ୍ତ କ୍ୟାମେରାମେନ ଓ ସହ କ୍ୟାମେରାମେନ ଉପସ୍ଥିତ ରହି ଏଣିକି ପ୍ରତିବର୍ଷ ଆଜିର ଦିନରେ ସମଗ୍ର ଜିଲ୍ଲା ରେ ପାଳନ କରାଯିବ ବୋଲି କହିଥିଲେ। ପ୍ରଥମଥର ପାଇଁ ସଂଘ ପକ୍ଷରୁ ଏହିଭଳି କାର୍ଯ୍ୟକ୍ରମ ହୋଇଥିବା ହେତୁ ଅଞ୍ଚଳ ବାସୀ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.