Home କୋରାପୁଟ ସ୍କେଟିଂ ଖେଳାଳୀଙ୍କୁ ପୁରସ୍କୃତ କଲେ ଜୟପୁର ବିଧାୟକ

ସ୍କେଟିଂ ଖେଳାଳୀଙ୍କୁ ପୁରସ୍କୃତ କଲେ ଜୟପୁର ବିଧାୟକ

234

କୋରାପୁଟ ; ତା୦୮-୦୬-୧୯ (ଓଡିଆ ପୁଅ/ରଂଜନ କୁମାର ଦାସ)ସ୍କେଟିଂ ଖେଳାଳୀମାନଙ୍କୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ପୁରସ୍କୃତ କରିଥିବା ଜଣାପଡିଛି।କୋରାପୁଟ ପ୍ରେସ କ୍ଲବ ପରିସରରେ ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ଜୟପୁର ବିଧାୟକ ଶ୍ରୀ ବାହିନିପତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା କଂଗ୍ରେସ କମିଟିର ସଭାନେତ୍ରୀ ମିନାକ୍ଷୀ ବାହିନିପତି,  କୋରାପୁଟ ମ୍ୟୁନସିପାଲଟିର ନିର୍ବାହୀ ଅଧିକାରୀ ଗୈାରଚନ୍ଦ୍ର ପଟନାୟକ ଓ ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର ପ୍ରମୁଖ ସମ୍ମାନ୍ନିତ ଅତିଥିଭାବେ ଯୋଗ ଦେଇ ଖେଳାଳୀମାନଙ୍କୁ ପୁରସ୍କୃତ କରିଥିଲେ।କୋରାପୁଟ ପ୍ରେସ କ୍ଲବ ପରିସରରେ ଗତ ୨ ବର୍ଷ ହେଲା ପ୍ରଶିକ୍ଷକ ବାବୁଲ ସିଂଙ୍କ ପରିଚାଳନାରେ ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ବର୍ଗର ଲୋକମାନେ ସ୍କେଟିଂ ଖେଳ ଶିଖୁଥିଲେ।ସଭ୍ୟ ସି.ଏଚ.ସାନ୍ତାକାର ମଂଚ ପରିଚାଳନା କରିଥିଲେ।ସଭାପରେ ଛାତ୍ରଛାତ୍ରୀମାନେ ସୁନ୍ଦର ସ୍କେଟିଂ ପ୍ରଦର୍ଶନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.