Home ଆନ୍ତର୍ଜାତୀୟ ସୁନା ଦର ବଢିବାର କାରଣ କ’ଣ ଜାଣନ୍ତୁ

ସୁନା ଦର ବଢିବାର କାରଣ କ’ଣ ଜାଣନ୍ତୁ

815

ନୂଆଦିଲ୍ଲୀ,୨୨/୦୮,(ଓଡ଼ିଆ ପୁଅ/ ପି  ନାଏକ): ସୁନା ଦର ଏବେ ସବୁ ସୀମା ପାର୍ କରିଛି । ଅନ୍ତରାଷ୍ଟ୍ରୀୟ ସ୍ତରରେ ଆସିଥିବା ବୃଦ୍ଧି ହିସାବରେ ବୁଧବାର ଦିଲ୍ଲୀ ବଜାରରେ ସୁନା ଦର ପାଖାପାଖି ୫୦ଟଙ୍କା ବଢିଛି । ଅଲ୍ ଇଣ୍ଡିଆ ସରାଫା ଆସୋସିଏସନ୍ ପକ୍ଷରୁ କୁହାଯାଇଛି କି, ଦିଲ୍ଲୀରେ ୧୦ ଗ୍ରାମ ସୁନାର ଦର ୩୮ ହଜାର ୭୭୦ ଟଙ୍କାରୁ ବଢି ୩୮ହଜାର ୮୨୦ଟଙ୍କାରେ ପହଁଚିଛି । ଅନ୍ୟପଟେ ସୁନା ଭଳି ରୂପା ଦର ମଧ୍ୟ କ୍ଷିପ୍ର ଗତିରେ ବଢିବାରେ ଲାଗିଛି । ଗୋଟେ ଦିନରେ ହିଁ ରୂପା ଦର ୧୧୪୦ଟଙ୍କା ବଢି ପ୍ରତି କିଲୋଗ୍ରାମ ପିଛା ୪୫,୦୪୦ଟଙ୍କାରେ ପହଁଚିଛି ।

କାରଣ କ’ଣ

-ସାରା ଦୁନିଆର ଅର୍ଥବ୍ୟବସ୍ଥାରେ ଆସିଥିବା ମାନ୍ଦାବସ୍ଥା କାରଣରୁ ନିବେଶକଙ୍କ ଦୃଷ୍ଟି ସିଧାସଳଖ ସୁନା ଉପରେ ରହିଛି । ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ ଏବଂ ୱାଲ୍ଡ ବ୍ୟାଙ୍କ ରିପୋର୍ଟରେ ବାର୍ଷିକ ଅର୍ଥନୀତିର ଗତି ତଳକୁ ଖସିବା ନେଇ ଅନୁମାନ ଲଗାଯାଇଛି । ଏଥିପାଇଁ ସୁନାରେ ନିବେଶ ବଢିଯାଇଛି ।

-ସାରା ବିଶ୍ବର ସେଣ୍ଟ୍ରାଲ ବ୍ୟାଙ୍କ ଅର୍ଥାତ୍ ଭାରତର ଆରବିଆଇ ସୁନାର କିଣା ମୂଲ୍ୟ ବଢାଇ ଦେଇଛି। ଚୀନ୍,ଋଷ,ତୁର୍କୀ, ସମେତ ଦୁନିଆର ବହୁ କେନ୍ଦ୍ରୀୟ ବ୍ୟାଙ୍କ ସୁନା କିଣିବା ସହିତ ଗୋଲ୍ଡ ରିଜର୍ଭ ବଢାଇଦେଇଛନ୍ତି । ୱାଲ୍ଡ ଗୋଲ୍ଡ କାଉନସେଲିଂ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁସାରେ ଦୁନିଆସାରା କେନ୍ଦ୍ରୀୟ ବ୍ୟାଙ୍କ ଦ୍ବାରା ୨୦୧୯-୨୦ରେ ଏବେ ଯାଏ ପାଖାପାଖି ୩୭୪ ମେଟ୍ରିକ୍ ଟନ୍ ସୁନା କିଣାଯାଇଥିବାର ଅନୁମାନ କରାଯାଇଛି । ଆରବିଆଇ ମାର୍ଚ୍ଚ ୨୦୧୮ରୁ ଏବେ ଯାଏଁ ୬୦ଟନ୍ ସୁନା କିଣିଛି ।

-ଆମେରିକା ଗତ ୧୧ ବର୍ଷରେ ପ୍ରଥମ ଥର ପାଇଁ ସୁଦ୍ଧ ଦର କାଟ କରିଛି । ଏହି ଟ୍ରେଣ୍ଡ ରହିଛି କି, ଯେବେ ଆମେରିକା ସୁଦ୍ଧ ଦର କମ୍ କରିଥାଏ ସେତେବେଳେ ସୁନା ଦର ବଢିଥାଏ ।

-ଆମେରିକା-ଚୀନ୍ ଭିତରେ ଟ୍ରେଡ୍ ଓ୍ୱାର ଦ୍ବାରା ଦୁନିଆକୁ ବଡ ଝଟକା ଲାଗିଛି । ବିଶ୍ବ ବ୍ୟାପାରରେ ମଧ୍ୟ କିଭଳି ସ୍ଥିତି ସ୍ଥିର ରହିବ ସେନେଇ କାର୍ଯ୍ୟ କରାଯାଉଛି । ଏହା କାରଣରୁ ଖାସ୍ କରି ଏସିୟା ଦେଶମାନଙ୍କର କରେନ୍ସି ଦୁର୍ବଳ ହୋଇଛି । ୧୧ ବର୍ଷରେ ପ୍ରଥମ ଥର ଡଲାର ତୁଳନାରେ ୟୁଆନ ସାତ ଲେବଲ୍ ତଳକୁ ଖସି ଆସିଛି ।

-ଆମେରିକା ଓ ଇରାନ୍ ମଧ୍ୟରେ ଚିନ୍ତା ଲଗାତାର ବଢିବାରେ ଲାଗିଛି । ଯାହା କାରଣରୁ ଲୋକଙ୍କର ସୁନାରେ ରୁଚି ବଢିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.