Home ଜଗତସିଂହପୁର ସିଦ୍ଧଳ ରଙ୍କେଇ ଡ୍ରେନଜକଟ୍ କୁ କେନ୍ଦ୍ର କରି ଦୁଇ ଗ୍ରାମ ମଧ୍ୟ ରେ ବିବାଦ –...

ସିଦ୍ଧଳ ରଙ୍କେଇ ଡ୍ରେନଜକଟ୍ କୁ କେନ୍ଦ୍ର କରି ଦୁଇ ଗ୍ରାମ ମଧ୍ୟ ରେ ବିବାଦ – ମାମଲା ଏବେ ଥାନାରେ – ଆପୋଷ ବୁଝାମଣା ପାଇଁ ସରପଞ୍ଚଙ୍କ ଉଦ୍ୟମ

94

ଜଗତସିଂପୁର – ୩/୬ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ) – ଜଗତସିଂପୁର ଜିଲ୍ଲାର ତିର୍ତୋଲ ଥାନା ଅନ୍ତର୍ଗତ ଦୁରୁଦା ଗ୍ରାମର ଗହିର ବିଲ ମଧ୍ୟରେ ଯାଇଥିବା ସିଦ୍ଧଳ ରଙ୍କେଇ ସଫେଇ ଉପରେ ନିର୍ମିତ ଡ୍ରେନଜକଟ୍ କୁ କେନ୍ଦ୍ର କରି ପଟିଲୋ ପଞ୍ଚାୟତର ନନ୍ଦନ ଓ କଟରାର ଦୁରୁଦା ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ସୂଚନା ଯୋଗ୍ୟ, ଗତ ମଇ ମାସ ୩୧ ତାରିଖରେ ନନ୍ଦନ ଗ୍ରାମର କେତେକ ଯୁବକ ଶାବଳ, ଗଇନ୍ତି ଆଦି ଉପକରଣ ସାହାଯ୍ୟରେ ଡ୍ରେନଜକଟ୍ର ସମସ୍ତ ଗେଟ୍ ଓ ପୋଲକୁ ଭାଙ୍ଗୁଥିବାର ଖବର ପାଇ ସେଠାରେ ପହଞ୍ଚିଥିଲେ ଦୁରୁଦା ଗ୍ରାମବାସୀ। ପୋଲ ଓ ସୁଇସ ଗେଟ୍ କୁ ନଭାଙ୍ଗିବାକୁ ବାରଣ କରିଥିଲେ। ଆମେ ଆରଆଇ ଠାରୁ ଅନୁମତି ଆଣିଛୁ ଭଙ୍ଗାରୁଜା କରିବାକୁ କହିଥିଲେ ନନ୍ଦନ ଗ୍ରାମର ଲୋକେ ଏବଂ ଶାବଳ ଧରି ମାରି ଗୋଡାଇଥିବାର ଅଭିଯୋଗ ଥାନାରେ କରିଛନ୍ତି ଗତ ୧ ତାରିଖରେ ଦୁରୁଦା ଗ୍ରାମବାସୀ। ଗଣ୍ଡଗୋଳର ଖବର ପାଇ ପୋଲିସ ସେଦିନ ଘଟଣା ସ୍ଥଳରେ ପହଞ୍ଚିଥିଲା। ପୋଲିସକୁ ଦେଖି ନନ୍ଦନର ଲୋକେ ସେଠାରୁ ପଳାଇଯାଇଥିଲେ। ତହସିଲଦାର ମଧ୍ୟ ଯାଇଥିଲେ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ। ୫ ଟି ପଞ୍ଚାୟତର ଲୋକେ ଏହି ଡ୍ରେନଜକଟ୍ ପୋଲ ଉପରେ ଯାଆସ କରିବା ସହିତ ଶହ ଶହ ଏକର ଚାଷ ଜମିରେ ଜଳସେଚନର ସୁବିଧା ପାଇ ଉପକୃତ ହୋଇଥାନ୍ତି। କଟରା ଏବଂ ପଟିଲୋ ପଞ୍ଚାୟତର ସରପଞ୍ଚ ଏହି ଦୁଇଟି ଗ୍ରାମବାସୀଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦର ଆପୋଷ ବୁଝାମଣା ପାଇଁ କନକପୁର ଫାଣ୍ଡିରେ ପହଞ୍ଚି ଉଦ୍ୟମ ଚଳାଇଛନ୍ତି। ଆସନ୍ତା କାଲି ପୋଲ ଓ ସୁଇସ ଗେଟ୍ ଭଙ୍ଗା ଘଟଣାର ଇନକ୍ବାରୀ ପାଇଁ ଜଗତସିଂପୁର ଡ୍ରନେଜ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଆଶୀଷ ମିଶ୍ର ଘଟଣା ସ୍ଥଳକୁ ଆସୁଥିବାର ଆମ ସମ୍ବାଦଦାତାଙ୍କୁ ସୂଚନା ଦେଇଛନ୍ତି। ଗୋଟିଏ ଗ୍ରାମର ଲୋକେ ଡ୍ରେନଜକଟ୍ ରେ ଗେଟ ପକାଇ ଜାଲରେ ମାଛ ମାରୁଥିବା କାରଣରୁ ସଫେଇ ଜଳ ନିଷ୍କାସିତ ହୋଇନପାରି ଚାଷ ଜମିକୁ ବୁଡାଇ ଦେଉଥିଲା। ଅନ୍ୟ ଗ୍ରାମର ଲୋକେ ଏଥିରେ କ୍ରୋଧାନ୍ବିତ ହୋଇ ପୋଲ ଭାଙ୍ଗିବା ଓ ଅପର ପକ୍ଷକୁ ଗାଳି ମନ୍ଦ କରିବା ସହ ମାରି ଗୋଡାଇଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି। ମିଡିଆ ସାମନାରେ ଉଭୟ ଗ୍ରାମବାସୀ ପରସ୍ପରର ଦୋଷାରୋପ ମଧ୍ୟ କରିଛନ୍ତି। ଚଳିତ ମାସ ୮ ତାରିଖ ଦିନ ପୋଲିସ ଅଧିକାରୀ, ଲୋକ ପ୍ରତିନିଧି ଓ ଦୁଇ ଗ୍ରାମର ଲୋକଙ୍କ ଉପସ୍ଥିତିରେ ଏହି ଘଟଣାର ସମାଧାନ କରାଯିବାକୁ ସ୍ଥିର ହୋଇଥିବା କଟରା ଓ ପଟିଲୋ ସରପଞ୍ଚ କହିଛନ୍ତି। ଅନ୍ୟ ପକ୍ଷରେ ପାଞ୍ଚଗୋଟି ପଞ୍ଚାୟତର ଶହଶହ ଚାଷୀ ଦିନେ ଦୁଇଦିନ ମଧ୍ୟରେ ମାଛଧରି ଜଳ ଅବରୋଧ କରି ଚାଷ ଜମିରେ ବ୍ୟାପକ କ୍ଷତି ଘଟାଇଥିବା ଗ୍ରାମବାସୀଙ୍କୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ପୋଲିସ ପ୍ରଶାସନ ଏହି ଘଟଣା ଉପରେ ସତର୍କ ଦୃଷ୍ଟି ନରଖିଲେ କେଉଁ ମୁହୂର୍ତ୍ତରେ କିଛି ଅଘଟଣ ଘଟିପାରେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଙ୍କ ମତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.