Home ଜିଲ୍ଲା ପରିକ୍ରମା ସାଳନ୍ଦୀ ବିକାଶ ମଂଚର ଗୁରୁତ୍ୱପୂର୍ଣ୍ଣ ବୈଠକ

ସାଳନ୍ଦୀ ବିକାଶ ମଂଚର ଗୁରୁତ୍ୱପୂର୍ଣ୍ଣ ବୈଠକ

31

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ସାଳନ୍ଦୀ ବିକାଶ ମଂଚ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସ୍ଥାନୀୟ ସାଳନ୍ଦୀ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଜିଲାର ଜୀବନରେଖା ଭାବେ ଭଦ୍ରକବାସୀଙ୍କ ବହୁ କାମରେ ଲାଗୁଥିବା ସାଳନ୍ଦୀ ନଦୀର ଦୁଃଖ ବୁଝିବାକୁ କେହି ନାହାଁନ୍ତି । ସାଳନ୍ଦୀ ନଦୀର ସଂସ୍କାର ଓ ସୁରକ୍ଷାକୁ ନେଇ ଲଢେଇ ଆରମ୍ଭ କରିଥିବା ଏହି ଅନୁଷ୍ଠାନର ଆଜି ଥିଲା ୫ମ ଜରୁରୀ ବୈଠକ । ଗତ ମାର୍ଚ୍ଚ ମାସ ପରେ କରେନା କଟକଣା ଯୋଗୁଁ ସ୍ଥଗିତ ଥିବା ବୈଠକ ଆଜି ନଅମାସ ପରେ ଅନୁଷ୍ଠିତ ହୋଇଛି । ପ୍ରଥମେ ସଂଗଠନର ଦାୟିତ୍ୱ ଏବଂ ସ୍ୱରୂପ ଉପରେ ବିଶେଷ ଆଲୋଚନା କରାଯାଇଥିଲା । ସାଳନ୍ଦୀ ନଦୀର ସୁରକ୍ଷା ଓ ଭବିଷ୍ୟତକୁ ନେଇ ବୁଦ୍ଧିଜୀବୀଙ୍କ ମତ ଲୋଡା ଯାଇଥିଲା । ଜିଲାବାସୀ ଏହି ସାଳନ୍ଦୀ ନଦୀର ପାଣି ପବନ ଦ୍ୱାରା ବଂଚୁଥିବାବେଳେ ଏହାର ସୁରକ୍ଷା କଥା କେହି ଚିନ୍ତା କରୁନାହାଁନ୍ତି । ନଦୀକୁ ଅବରୋଧ କରି ଘର ତିଆରି କରିବା, ନିର୍ମଳ ଜଳକୁ ଦୂଷିତ କରିବା, ଇଟାଭାଟି, ବାଲି ଚୋରି ଓ ଜବରଦଖଲ ଏବେ ଏହାର ମୁଖ୍ୟ ସମସ୍ୟା ହୋଇ ଉଭା ହୋଇଛି । ଯାହାର ସମାଧାନ ଦିଗରେ କାହାରି ଆନ୍ତରିକତା ନାହିଁ । ଏଭଳି ଅନେକ ସମସ୍ୟାକୁ ନେଇ ଆଲୋଚନା ହେବା ସହିତ ସାଳନ୍ଦୀ ସଂସ୍କାର ଦ୍ୱାରା ସୃଷ୍ଟି ହୋଇଥିବା ଅନେକ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା । ଆଜିର ଏହି ବୈଠକରେ ଆବାହକ ପ୍ରତାପ କୁମାର ପାଢୀ, ବରିଷ୍ଠ ଅଧିବକ୍ତା ତୁଷାରକାନ୍ତ ମହାନ୍ତି, ସାମ୍ବାଦିକ ପ୍ରମୋଦ ରାୟ ଓ ସତ୍ୟଭୂଷଣ ସ୍ୱାମୀ, ସମାଜସେବୀ ଅଶୋକ ମହାନ୍ତି, ସୁବାଷ ଚନ୍ଦ୍ର ବୈରୀ ଗଂଜନ, ଅମ୍ବିକା ଦାସ, ଅନୁପ କୁମାର ମହାନ୍ତି, ସୀତାକାନ୍ତ ପାଢୀ, ବିଶ୍ୱରଂଜନ ମହାନ୍ତି, ସଂଜୀବ କୁମାର ମହାନ୍ତି, ପ୍ରକାଶ ଜେନା ପ୍ରମୁଖ ଉପସ୍ଥିତ ରହି ଏହି ଆଲୋଚନାରେ ଭାଗ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.