Home ଜିଲ୍ଲା ପରିକ୍ରମା ସମ୍ଭବ ଫାଉଣ୍ଡେସନ ତରଫରୁ ରକ୍ତଦାନ ଶିବିର, ୫୦ ୟୁନିଟ ରକ୍ତ ସଂଗୃହିତ

ସମ୍ଭବ ଫାଉଣ୍ଡେସନ ତରଫରୁ ରକ୍ତଦାନ ଶିବିର, ୫୦ ୟୁନିଟ ରକ୍ତ ସଂଗୃହିତ

28

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ବ୍ଲକ ଅନ୍ତର୍ଗତ କୋଡଗମ୍ଭିର ପଂଚାୟତର ପଲ୍ଲୀ ଆଂଚଳିକ ସଂସ୍କୃତ ମହାବିଦ୍ୟାଳୟରେ ସମ୍ଭବ ଫାଉଣ୍ଡେସନ,କୋଡଗମ୍ଭିର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଯାଇଛି । ଆଜି ସକାଳେ ସମ୍ଭବ ଫାଉଣ୍ଡେସନର ସଭାପତି ରଘୁରାମ ଯେନା ତତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ମୁଖ୍ୟଅତିଥି ଭାବେ ଚିତ୍ରଶିଳ୍ପୀ ପ୍ରଭାତ କୁମାର ଜେନା ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ଆଂଚଳିକ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପରିଡା, ଯୁବ ବ୍ୟବସାୟୀ ସଂଜୀବ କୁମାର ମହାନ୍ତି ,ଚଣ୍ଡିଗାଁ ପଂଚାୟତର ପୂର୍ବତନ ସମିତି ସଭ୍ୟ ସନ୍ତୋଷ ମହାନ୍ତି ,ସମାଜସେବୀ ଭବେନ୍ଦ୍ର ସାହୁ,ସାମ୍ବାଦିକ ଅଂଜନ କୁମାର ଲେଙ୍କା ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଭଦ୍ରକ ରକ୍ତଭଣ୍ଡାରର ଡାକ୍ତର ଶରତ କୁମାର ଆଚାର୍ଯ୍ୟ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଟେକନିସିଆନ ରୂପକ ସେନାପତି,ଚିତ୍ତରଂଜନ ରାଉତ,ସାରଳା ପ୍ରଶନ୍ନ ମଲ୍ଲିକ,ବାବାଜୀ ସାହୁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ସମ୍ଭବ ଫାଉଣ୍ଡେସନର ସଭ୍ୟ ଭଗବାନ ପରିଡା,ମାନସ ପରିଡା , ଦେବାନନ୍ଦ ପଣ୍ଡା,ହରିହର ପ୍ରଧାନ,ରାଜେଶ ପ୍ରଧାନ,ମାନସ ନାୟକ,ଆଲୋକ ନାୟକ,ରତିକାନ୍ତ ବେହେରା,ସତ୍ୟବାନ ନାୟକ,ସୁକାନ୍ତ ଯେନା,ଅଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସାମ୍ବାଦିକ ତପନ କୁମାର ପଣ୍ଡା ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.