Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବିଏସ୍‌ଏସ୍ ପକ୍ଷରୁ ପଥପ୍ରାପ୍ତ ସଭା

ଭଦ୍ରକ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବିଏସ୍‌ଏସ୍ ପକ୍ଷରୁ ପଥପ୍ରାପ୍ତ ସଭା

118

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଭଦ୍ରକର ଅଗ୍ରଣୀ ସାମାଜିକ ସଂଗଠନ ଭଦ୍ରକ ସୋସିଆଲ ସର୍ଭିସ୍ (ବିଏସ୍‌ଏସ୍‌) ପକ୍ଷରୁ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟ କିଛିଦିନ ତଳେ ରାଜ୍ୟର ୩ଟି ଜିଲାରେ ମେଡିକାଲ କଲେଜ ସ୍ଥାପନା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ତେବେ ଭଦ୍ରକ ଜିଲାବାସୀ ଏହି ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଦୀର୍ଘଦିନରୁ ବହୁ ଆନ୍ଦୋଳନ, ଧର୍ମଘଟ ଓ ଦାବିପତ୍ର ତଳୁ ଉପର ପର୍ଯ୍ୟନ୍ତ ପ୍ରଦାନ ପୂର୍ବକ ନିବେଦନ କରିଥିଲେ ମଧ୍ୟ ଏହି ଜିଲାକୁ ବାଦ୍ କରିଛନ୍ତି ସରକାର । ନିର୍ବାଚନ ସମୟରେ ସ୍ଥାନୀୟ ରାଜନେତା ଏହି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ପାଣି ଫୋଟକା ଭଳି ମିଳେଇ ଯାଇଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି । ଏଣୁ ଆଗାମୀ ଦିନରେ ଏହି ମେଡିକାଲ ପ୍ରତିଷ୍ଠା ଦାବି ପୂରଣ ହେବା ପର୍ଯ୍ୟନ୍ତ ବିଏସ୍‌ଏସ୍ ତାର ପ୍ରତିବାଦର ସ୍ୱର ଜାରି ରଖିବ ବୋଲି ସଂଗଠନର ସଭାପତି ସଂଜିତ୍ କୁମାର ନାୟକ ଓ ସଂପାଦକ ପ୍ରକାଶ ସ୍ୱାଇଁ ଆଜି ବନ୍ତଛକ ଅନୁଷ୍ଠିତ ପ୍ରତିବାଦ ସଭାରେ ଚେତାବନୀ ଦେଇଛନ୍ତି । ଏବଂ ଜିଲାରେ ସରକାରୀ ସ୍ତରରେ ଏହି ମେଡିକାଲ କଲେଜ ପ୍ରତିଷ୍ଠା ନେଇ ସରକାରଙ୍କ ପକ୍ଷରୁ ଯେପର୍ଯ୍ୟନ୍ତ ଘୋଷଣା ନହୋଇଛି, ସେପର୍ଯ୍ୟନ୍ତ ତାଙ୍କ ସଂଗଠନ ପକ୍ଷରୁ ଧାରଣା, ଧର୍ମଘଟ ଓ ପ୍ରତିବାଦର ସ୍ୱର ଜିଲାବାସୀଙ୍କ ସ୍ୱାର୍ଥ ପାଇଁ ଜାରି ରହିବ ବୋଲି ଘୋଷଣା କରିଛି ଏହି ସଂଗଠନ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.