Home ଜିଲ୍ଲା ପରିକ୍ରମା ଐଶାନ୍ୟଚଣ୍ଡି ମଣ୍ଡଳ ପକ୍ଷରୁ ଜନ ଆକ୍ରୋଶ ପଦଯାତ୍ରା

ଐଶାନ୍ୟଚଣ୍ଡି ମଣ୍ଡଳ ପକ୍ଷରୁ ଜନ ଆକ୍ରୋଶ ପଦଯାତ୍ରା

1

ଭଦ୍ରକ, ୩୦ା୪ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧୀନ ଭାଜପା ଐଶାନ୍ୟଚଣ୍ଡି ମଣ୍ଡଳ ପକ୍ଷରୁ ମହିଳାଙ୍କ ଜନ ଆକ୍ରୋଶ ପଦଯାତ୍ରା ଓ ପ୍ରତିବାଦ ସଭା ବୁଧବାର ମଣ୍ଡଳ ସଭାପତି ସାଇଶରଣ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ ମହିଳା ସଂରକ୍ଷଣ ବିଲ ପାରିତ ନହେବା ପ୍ରତିବାଦରେ ଶତାଧିକ ମହିଳାମାନେ ମୁଣ୍ଡରେ କଳା ପଟି ବାନ୍ଧି ବାରୋ ପଂଚାୟତସ୍ଥିତ ମା ମହାକାଳୀ ମନ୍ଦିର ନିକଟରୁ ପଦଯାତ୍ରାରେ ବାହାରିଥିଲେ । ଏଥିସହ ସେମାନେ କଂଗ୍ରେସ ଓ ବିଜେଡ଼ି ବିରୁଦ୍ଧରେ ସ୍ଲୋଗାନ ଦେଇ ବିଲଣା ପଂଚାୟତ ଅଧୀନ ଗଳଗଣ୍ଡପୁରସ୍ଥିତ ଗଜେନ୍ଦ୍ରଶ୍ୱର ମନ୍ଦିର ନିକଟରେ ପହଂଚିଥିଲେ । ସେଠାରେ କାଁପଡ଼ା ପଂଚାୟତ ସରପଂଚ କୁନ୍ତଳା ମଲିକଙ୍କ ପୌରୋହିତ୍ୟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଜିଲା ପର୍ଯ୍ୟବେକ୍ଷକ ଜୟସ୍ମିତା ଗୋଛାୟତ, ବିଷ୍ଣୁପ୍ରିୟା ସାହୁ, ମାଳତୀ ସାହୁ, ପ୍ରତିମା ମଲିକ, କାଦମ୍ବିନୀ ଦାସ, କାମିନୀ ଲତା ଦାସ, ସତ୍ୟଭାମା ଦାସ, ସୁମତୀ ମଲିକ, ସୁପ୍ରଭା ବାରିକ, ଶୈଳବାଳା ମିଶ୍ର ,ରଶ୍ମିତା ସ୍ୱାଇଁ ,କୃଷ୍ଣ ପ୍ରିୟା ସାହୁ ପ୍ରମୁଖ ଯୋଗଦେଇ ମହିଳା ସଂରକ୍ଷଣ ବିଲକୁ ବିରୋଧ କରିଥିବା ବିଜେଡ଼ି ଓ କଂଗ୍ରେସକୁ କଡ଼ା ସମାଲୋଚନା କରିବା ସହ ବିଲକୁ ପାରିତ କରିବା ପାଇଁ ଦାବି ଜଣାଇଥିଲେ । ଭାଜପା ବରିଷ୍ଠ ନେତା ଦେବେନ୍ଦ୍ର ପୁହାଣ, ପ୍ରମୋଦ ଦାସ, ରଘୁନାଥ ମଲିକ, ଯୁବ ସଭାପତି ସମରେନ୍ଦ୍ର ଦାସ, ଅଭୟ ମଲିକ, ଅକ୍ଷୟ ଚଢେଇ, କ୍ଷୀରସିନ୍ଧୁ ବାରିକ, ଭାଗିରଥି ଦାସ, ସୁକାନ୍ତ ଭଞ୍ଜ,କ୍ଷୀର ସିନ୍ଧୁ ବାରିକ,ପିତାମ୍ବର ନାୟକ,ସୁକାନ୍ତ ମଲିକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.