Home ଜିଲ୍ଲା ପରିକ୍ରମା ସାମାଜିକ ଦୂରତ୍ୱ ନିୟମର ଖିଲାପ ନେଇ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବୀ

ସାମାଜିକ ଦୂରତ୍ୱ ନିୟମର ଖିଲାପ ନେଇ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବୀ

129

ବଲାଙ୍ଗୀର ୧୩-୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସାମାଜିକ ଦୂରତ୍ୱ ଓ ମାସ୍କ ବ୍ୟବହାର ବର୍ତ୍ତମାନ ସମୟରେ ଅତ୍ୟନ୍ତ ଜରୁରୀ ବୋଲି ସରକାରୀ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଟିଟିଲାଗଡ଼ ଉପଖଣ୍ଡ ଅଂଚଳରେ ଏହାର ଖୋଲା, ଖୋଲି ଉଲଂଘନ କରାଯାଉଛି। ପ୍ରକାଶ ଯେ ସରକାରୀ ଭତ୍ତା ଟଙ୍କା ତଥା ପ୍ରତି ରାସନ କାର୍ଡ ପିଛା ସରକାର ୧୦୦୦ ଟଙ୍କା ଲେଖାଏଁ ସହାୟତା ଯୋଗାଇଦେବା ,ସେହିପରି ବ୍ୟାଙ୍କରେ ୫୦୦ ଶହ ଟଙ୍କା ଲେଖାଏଁ ପ୍ରଦାନ କରାଯାଉଥିବା ବେଳେ ହିତାଧିକାରୀ ଏହି ସାମାଜିକ ଦୂରତ୍ୱ ନିୟମକୁ ଉଲଂଘନ କରୁଛନ୍ତି। ଟିଟିଲାଗଡ଼ର ବ୍ୟାଙ୍କରେ ହେଉ କି ପୌରପରିଷଦ ତରଫରୁ ଭତ୍ତା ପ୍ରଦାନ ଓ ରାସନ କାର୍ଡ଼ ରେ ରାସନ ସାମଗ୍ରୀ ପ୍ରଦାନ ବେଳେ ସାଧାରଣ ହିତାଧିକାରୀଙ୍କ ଏହି ନିୟମ ର ଖିଲାପ କରୁଥିବା ଦେଖାଯାଉଛି। ଅପର ପକ୍ଷରେ ବିଭାଗୀୟ ପ୍ରଶାସନ ଏ ନେଇ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରୁଥିବା ଦେଖାଯାଉଛି। ହିତାଧିକାରୀଙ୍କ ଘର, ଘର ବୁଲି ଉକ୍ତ ହିତାଧିକାରୀଙ୍କୁ ସହାୟତା ଯୋଗାଇଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.