Home ଓଡ଼ିଶା ଘରେ ପଶି ବୃଦ୍ଧାଙ୍କୁ ହାତୀ ଦଳି, ଚକଟି ମାରିଦେଲା

ଘରେ ପଶି ବୃଦ୍ଧାଙ୍କୁ ହାତୀ ଦଳି, ଚକଟି ମାରିଦେଲା

192

ବଲାଙ୍ଗୀର ୧୩-୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଯାଇଛି।
ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ହନୁପାଲି ଗ୍ରାମରେ ଶ୍ରୀମୁଖ ବାରିହା ଙ୍କ ଘରେ ବିଳମ୍ବିତ ରାତିରେ ଏକ ବଣୁଆ ହାତୀ ପଶିଯାଇ ଥିବା ବେଳେ ଘର କାନ୍ଥ ଭାଙ୍ଗି ଯିବା ଜାଣି ଶ୍ରୀମୁଖ ଘରୁପଦାକୁ ଚାଲିଆସିଥିଲେ। ଘର ଭିତରେ ତାଙ୍କ ମାଁ ବେଲମତିଙ୍କୁ ସେ ବାହାର କରିବାକୁ ଅସମର୍ଥ ହୋଇଥିବା ବେଳେ ହାତୀ ତାଙ୍କୁ ଦଳି, ଚକଟି ମାରିଦେଇଥିଲା। ଘରେ ଥିବା ସମସ୍ତ ଡାଲି, ଚାଉଳ ଆଦି ସାମଗ୍ରୀ ସବୁ ଖାଇଦେଇ ସେଠୁ ଚାଲିଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.