Home ଓଡ଼ିଶା ସାଧାରଣ ହିତାଧିକାରୀଙ୍କୁ ଖାଉଟି ପରିଚୟ ପତ୍ର ମିଳିବ କେବେ?

ସାଧାରଣ ହିତାଧିକାରୀଙ୍କୁ ଖାଉଟି ପରିଚୟ ପତ୍ର ମିଳିବ କେବେ?

95

ଟିଟିଲାଗଡ଼ ୯-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସରକାର ସାଧାରଣ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନା ଅନୁଯାୟୀ ତାଲିକା ଭୁକ୍ତ କରିବା ସହ ସବୁ ସୁବିଧା, ସୁଯୋଗ ପ୍ରଦାନ କରିବା ନିୟମ କାର୍ଯ୍ୟକାରୀ କରିଛନ୍ତି। ହେଲେ ସାଧାରଣ ଉପଭୋକ୍ତା ଏହି ଯୋଜନାରୁ ବାଦ ପଡି ବାରମ୍ବାର ଵିଭାଗୀୟ ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ଧାଇଁ, ଧାଇଁ ନିରାଶ ହେବା ସାର ହେଉଛି। ସରକାରଙ୍କ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନା ପରିଚୟ ପତ୍ର ପାଇବାରୁ ଅନେକ ବଞ୍ଚିତ ହୋଇ ସମସ୍ତ ସୁବିଧା, ସୁଯୋଗ ଗୁଡିକରୁ ବଞ୍ଚିତ ହୋଇ ରହିଛନ୍ତି। ଆଖ, ପାଖ ଗ୍ରାମାଞ୍ଚଳରୁ ତଥା ସ୍ଥାନୀୟ ପୌର ପରିଷଦ ଅଞ୍ଚଳର ଅନେକ ହିତାଧିକାରୀ ନିୟମିତ ଏହି ଉପଖଣ୍ଡ ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ଆବେଦନ କରିଥିଲେ ସୁଦ୍ଧା କିଛି ସୁଫଳ ପାଇ ପାରୁନାହାନ୍ତି। ଏହି କାର୍ଯ୍ୟାଳୟରେ କୁଢ଼, କୁଢ଼ ଫର୍ମ ବସ୍ତାରେ ଭର୍ତ୍ତି ହୋଇ ପଡ଼ିରହିଛି। ଏହି ଆବେଦନ ପତ୍ର ଗୁଡ଼ିକ ବ୍ଲକ କର୍ମଚାରୀଙ୍କ ଜରିଆରେ ଓ ସହରାଞ୍ଚଳରେ ପୌର ପରିଷଦ କର୍ମଚାରୀଙ୍କ ଦ୍ଵାରା ସର୍ଭେ ବା ଚିହ୍ନଟ ହୋଇ ଏହି କାର୍ଯ୍ୟାଳୟରେ ଦାଖଲ କରାଯାଇଛି। ହେଲେ ଅନେକ ଆବେଦନ ପତ୍ର ନଷ୍ଟ ହୋଇ ସାରିଥିବା ସତ୍ୱେ ପ୍ରଶାସନ ତରଫରୁ କିଛି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ବିଗତ ଦିନରେ ନିର୍ବାଚନ ଆଚରଣ ବିଧି ଯୋଗୁଁ ଏହି ଖାଉଟି ପରିଚୟ ପତ୍ର ଅନଲାଇନରେ ବଣ୍ଟନ ବନ୍ଦ ରହିଛି ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ ମଧ୍ୟ ଏବେ ବି ତାହା ଅନଲାଇନରେ ବନ୍ଦ ଥିବା ପ୍ରକାଶ କରିଛନ୍ତି। ତେବେ ସାଧାରଣ ଲୋକ ଏହି ସୁବିଧା ସୁଯୋଗ କିପରି ପାଇ ପାରିବେ ସେ ନେଇ ବିଭାଗୀୟ ମୁଖ୍ୟ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.