Home ଓଡ଼ିଶା ସରକାରୀ କଥାକୁ ସରକାରୀ କର୍ମଚାରୀଙ୍କ ବେଖାତିର !

ସରକାରୀ କଥାକୁ ସରକାରୀ କର୍ମଚାରୀଙ୍କ ବେଖାତିର !

491

ପୋଲସରା ୨୨-୯ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ଶିକ୍ଷା ପାଇଁ ସାଧାରଣ ଲୋକଙ୍କର ମୌଳିକ ଅଧିକାର ଥିବାବେଳେ ୧୪.ବର୍ଷର ପିଲା ପର୍ଯ୍ୟନ୍ତ ସରକାର ବହି, ଖାତା, ଜୋତା, ସାଇକେଲ, ପୋଷାକ ଏବଂ ମଧ୍ୟାନ ଭୋଜନ ପର୍ଯ୍ୟନ୍ତ ମାଗଣାରେ ଯୋଗାଇ ଦେଉଛନ୍ତି।ଶିକ୍ଷାପାଇଁ ସରକାର ସର୍ବଶିକ୍ଷା ଅଭିଯାନରେ ପିଲାଙ୍କୁ ସମସ୍ତ ପ୍ରକାର ଶିକ୍ଷା ମାଗଣାରେ ଯୋଗାଇ ଦେଲାବେଳେ କେତେକ ସ୍ୱାର୍ଥପର ଶିକ୍ଷକ ଟଙ୍କା ଲୋଭରେ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟରେ ଠିକ ଭାବରେ ନପଢ଼ାଇ ଟିଉସନ ମାଧ୍ୟମରେ ହଜାର ହଜାର ଟଙ୍କା ଲୁଟି ନେଉଛନ୍ତି।ଏମିତିକି କେଉଁପିଲା କୋଚିଂ କୁ ନ ଆସିଲେ ତାକୁ ଫେଲ କରିଦେବାର ଭୟ ମଧ୍ୟ କରା ଯାଉଛି।ସରକାରୀ ଶିକ୍ଷକ ମାନେ ଟିଉସନ କରି ପାରିବେ ନାହିଁ ବୋଲି ସରକାର ମନା କରୁଥିଲେ ମଧ୍ୟ ପୋଲସରା ଅଞ୍ଚଳରେ ଗଣ୍ଡା ଗଣ୍ଡା ଟିଉସନ ଦେଖିବାକୁ ମିଳୁଛି।

ପୋଲସରା ଶୁଣ୍ଢି ସାହି, ସୁବୁଦ୍ଧି ସାହି, ତୋଟା ସାହି, ଗାନ୍ଧି ନଗର, ଗୁରୁଜି ନଗର, କଲେଜ ଛକ, ଅବନ୍ତି ନଗର, ଦାଶରଥି ନଗର, ବ୍ଲକ ଛକଓ ମଥୁରା ସାମନ୍ତରା ସାହି ଏହିପରି ପ୍ରାୟ ପନ୍ଦର ଟି ଟିଉସନ ଚାଲୁଛି।ଅନୁ ସନ୍ଧାନରୁ ଜଣା ପଡିଛିଯେ ସମସ୍ତ ଟିଉସନ ର ପରିଚାଳକ ମାନେ କୌଣସି ନା କୌଣସି ସରକାରୀ ଚାକିରୀରେ ଅଧିନସ୍ଥ ବୋଲି ସୂତ୍ରରୁ ପ୍ରକାଶ।

ବିଭିନ୍ନ ଗଣମାଧ୍ୟମ ରେ ସମ୍ପୃକ୍ତ ବିଷୟ ବାରମ୍ବାର ପ୍ରକାଶ ପାଉଥିଲେ ମଧ୍ୟ ସରକାରୀ କର୍ମଚାରୀ ମାନେ ଗୁରୁତ୍ବ ଦେଉନଥିବା ଦେଖିବାକୁ ମିଳୁଛି।ବେଖାତିର ଭାବେ ମାଳମାଳ ଟିଉସନ କରି ଗରିବ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଟଙ୍କା ଶୋଷଣ କରାଯାଉଛି।ସେହିଭଳି ପୋଲସରାରେ ବିଭିନ୍ନ କଲେଜର ଅଧ୍ୟାପକ ଅଧ୍ୟାପିକା ମାନେ ଘରୋଇ ଟିଉସନ କରି ଛାତ୍ରଛାତ୍ରୀ ମାନଙ୍କ ଠାରୁ ହଜାର ହଜାର ଟଙ୍କା ଶୋଷଣ କରୁଛନ୍ତି।ଏଠି ନିମିତ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ପୋଲସରା ଅଞ୍ଚଳର ଶିକ୍ଷକ ଓ ଅଧ୍ୟାପକ ମାନେ ସରକାରୀ କଥାକୁ “ଫୁ” କରି ଚାଲିଛନ୍ତି।

ଏମିତିକି ଅଧ୍ୟାପକ କିମ୍ବା ଅଧ୍ୟାପିକା ମାନେ ଘରୋଇ ଟିଉସନ କରିଲେ ଏଥିପାଇଁ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ମାନେ ଉତ୍ତର ଦାୟୀ ରହିବେ ବୋଲି ଆଞ୍ଚଳିକ ଶିକ୍ଷା ନିର୍ଦେଶକଙ୍କ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ସ୍ପଷ୍ଟ କରି ଦିଆ ଯାଇଛି।ପତ୍ରାଙ୍କ ୧୯୭୬ ଅନୁସାରେ ସମସ୍ତ ସରକାରୀ, ବେସରକାରୀ ଅନୁଦାନ ଏବଂ ଅଣ ଅନୁଦାନ ପ୍ରାପ୍ତ କଲେଜ ଅଧକ୍ଷ ଓ ଅଧକ୍ଷା ଙ୍କୁ ସର୍କୁଲାର ପ୍ରକାରେ କଲେଜରେ ନିୟୋଜିତ ଅଧ୍ୟାପକ, ଅଧ୍ୟାପିକା ଏବଂ ଡେମୋନଷ୍ଟ୍ରେଟର ଙ୍କ ଠାରୁ ଅନେକ୍ସର-୧ ରେ ଏକ ଅଣ୍ଡର ଟେକିଙ୍ଗ ଲେଖି ରଖିବା ବାଧ୍ୟତା ମୂଳକ ରହିଛି।ଉକ୍ତ ସ୍ବୀକାରୋକ୍ତି ପତ୍ରରେ ସମ୍ପୃକ୍ତ ଅଧ୍ୟାପକ କିମ୍ବା ଡେମୋନଷ୍ଟ୍ରେଟର କୌଣସି ଘରୋଇ କୋଚିଂ କେନ୍ଦ୍ର କିମ୍ବା ଟିଉସନ କରୁଥିବା ଯେତେବେଳେ ବି ପ୍ରମାଣିତ ହେବ ସେଥିଲାଗି ଆଇନତଃ ସେ ନିଜେହିଁ ଦାୟୀ ରହିବେ ବୋଲି ଉଲ୍ଲେଖ ରହିଛି। ସେହିପରି କୌଣସି ମୁହୂର୍ତ୍ତରେ କୌଣସି କଲେଜରେ ଯେ କୌଣସି ଅଧ୍ୟାପକ, ଅଧ୍ୟାପିକା କିମ୍ବା ଡେମୋନଷ୍ଟ୍ରେଟର ନିଜେ ଘରେ ଟିଉସନ ହେଉ କିମ୍ବା କୌଣସି କୋଚିଂ ସେଣ୍ଟରରେ କଲେଜ ବ୍ୟତିତ ଅନ୍ୟ ସମୟରେ ପାଠ ପଢ଼ାଉଥିବା ଧରା ପଡିଲେ ସେଥିଲାଗି ସମ୍ପୃକ୍ତ କଲେଜର ଅଧକ୍ଷ, ଅଧକ୍ଷା ପ୍ରଥମେ ଉତ୍ତର ଦାୟୀ ରହିବେ ଏବଂ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠିରେ ଉଲ୍ଲେଖ ରହିଛି।

ପୋଲସରା ଅଞ୍ଚଳରେ ବିନା ପଞ୍ଜି କରଣରେ ଏବଂ ସରକାରୀ କର୍ମଚାରୀ ମଧ୍ୟ ଘରୋଇ କୋଚିଂ ଖୋଲିଛନ୍ତି ଏବଂ ମୋଟା ଅଙ୍କର ମାସିକ ଫି ଆଦାୟ କରୁଛନ୍ତି।କିଛିଦିନ ତଳେ ପୋଲସରା କଲେଜର ଜଣେ ଅଧ୍ୟାପକ କଲେଜର ଛାତ୍ରଛାତ୍ରୀଙ୍କୁ ଘରୋଇ ଟିଉସନ କରିବା ପାଇଁ ବାଧ୍ୟ କରିଥିବା ଅଭିଯୋଗ ହୋଇଥିଲା ଏପରିକି ଛାତ୍ରଛାତ୍ରୀ ମାନେ ଘରୋଇ ଟିଉସନ୍ ରେ ପାଠ ନପଢିଲେ ସେମାନଙ୍କ ପରୀକ୍ଷା ଫଳାଫଳ କୁ ଖରାପ କରିଦିଆ ଯିବ ବୋଲି ଧମକ ଦିଆଯାଇଥିଲା।ଏନେଇ ପୋଲସରା କଲେଜରେ ଉତେଜନା ଦେଖା ଦେଇଥିଲା ଏପରିକି ଛାତ୍ରଛାତ୍ରୀ ମାନେ ଅଧ୍ୟକ୍ଷ ଙ୍କ କାର୍ଯ୍ୟାଳୟ କୁ ଘେରାଉ କରିବା ପର୍ଯ୍ୟନ୍ତ କଥା ଯାଇଥିଲା।ଏତେସବୁ ସତ୍ତ୍ୱେ ଘରୋଇ ଟିଉସନ ଗୁଡିକରେ ଅଙ୍କୁଶ ଲଗାଇବା ପାଇଁ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି।ଛାତ୍ରଛାତ୍ରୀଙ୍କ ଅନିଚ୍ଛା ସତ୍ତ୍ୱେ ତାଙ୍କୁ ନିର୍ଦ୍ଧିଷ୍ଠ ଘରୋଇ ଟିଉସନ ରେ ପଢିବା ପାଇଁ ଧମକ ଦିଆ ଯାଉଥିବାରୁ ଏହା ବିରୋଧରେ ଆଗାମୀ ଦିନରେ ଛାତ୍ର ଆନ୍ଦୋଳନର ସମ୍ଭାବନା ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ! ବର୍ତ୍ତମାନ ରାଜ୍ୟ ସରକାର ଶାସନ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ “5T” କୁ ଯଥେଷ୍ଟ ଗୁରୁତ୍ୱ ଦେଉଥିବାର ପ୍ରଚାର କରାଯାଉଛି ତେଣୁ ଖୋଦ ଏମିତି ଏକ ସରକାରୀ ନିର୍ଦେଶନାମାର ଉଲଂଘନ କ୍ଷେତ୍ରରେ ପ୍ରଶାସନ କି ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.