Home ଜିଲ୍ଲା ପରିକ୍ରମା ସମ୍ବଲପୁର ଜିଲ୍ଲାରେ ଶାଶ୍ୱତ ଓ ଶୁଭାଂଗୀଙ୍କ ସଫଳତା

ସମ୍ବଲପୁର ଜିଲ୍ଲାରେ ଶାଶ୍ୱତ ଓ ଶୁଭାଂଗୀଙ୍କ ସଫଳତା

803

ସମ୍ବଲପୁର ୧୦-୫ (ଓଡ଼ିଆ ପୁଅ) – କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼-ସିବିଏସଇ ପରିଚାଳିତ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ସମ୍ବଲପୁରର ବିଦ୍ୟାଳୟ ଗୁଡ଼ିକର ଭଲ ରେଜଲ୍ଟ ହୋଇଛି। ସମ୍ବଲପୁର ଜିଲ୍ଲାର ଗୁରୁନାନକ୍ ପବ୍ଲିକ୍ ସ୍କୁଲ୍ର ଛାତ୍ର ଶାଶ୍ୱତ୍ ପଣ୍ଡା ୯୮.୬% ଓ କେନ୍ଦ୍ରୀୟ ବିଦ୍ୟାଳୟ-୧ର ଛାତ୍ରୀ ଶୁଭାଂଗୀ ପଂଡ଼ା ୯୮.୬ ପ୍ରତିଶତ ମାର୍କ ରଖି ଯୁଗ୍ମ ଭାବେ ଜିଲ୍ଲା ଟପ୍ପର ହୋଇଛନ୍ତି। ଜିଲ୍ଲାରେ ଜିଏନ୍ପିଏସ୍ର ଓମ୍ ଅନିମେଶ୍ ମିଶ୍ର ଓ ଡିଏଭିର ନୀଲ ଚକ୍ରବର୍ତି ୯୮.୨% ସହ ଜିଲ୍ଲାରେ ବ୍ୱିତୀୟ ସ୍ତାନ ହାସଲ କରିଥିବା ଜଣାଯାଇଛି। ଜିଲ୍ଲାରେ ଟପ୍ପର ହୋଇଥିବା ଶ୍ରୀମାନ ଶାଶ୍ୱତ ଚିତ୍ରାଙ୍କନ, ସନ୍ତରଣ, ପ୍ରବଂଧ, ତର୍କ ପ୍ରତିଯୋଗିତା ମାନଙ୍କରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ଅନେକ ପୁରଷ୍କାର ହାସଲ କରିଛନ୍ତି। ସେ ଧମା ମା ଝାଡେଶ୍ୱରୀ କଲେଜର ବରିଷ୍ଟ ପ୍ରାଧ୍ୟାପକ ଡ଼. ସିଧାର୍ଥ ପଂଡ଼ା ଏବଂ ସୁଗୃହୀଣୀ ଗୀତା ପଂଡ଼ାଙ୍କ ପୁତ୍ର ଅଟନ୍ତି।

ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ – ୧ରେ ୧୩୫ ଜଣ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ପାସ ହୋଇଛନ୍ତି। ବିଦ୍ୟାଳୟର ୪୩ ଜଣ ୯୦ ପ୍ରତିଶତରୁ ଅଦବକ ମାର୍କ ରଖି ପାସ ହୋଇଥିବା ବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ବିଦ୍ୟାଳୟର ଶୁଭାଙ୍ଗୀ ପଣ୍ଡା ୯୮.୬% ମାର୍କ ରଖି ଶୀର୍ଷରେ ଥିବା ବେଳେ ଶ୍ୱେତା ଦାଶ ୯୮.୨% ମାର୍କ ରଖି ଦ୍ୱିତୀୟ ଅଂଶୁମାନ ସାହୁ ଓ ଶ୍ରୀଓମ ପ୍ରଧାନ ୯୭.୬% ରଖି ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି।

ଗୋଶାଲା ଠାରେ ଥିବା ଜବାହାର ନବୋଦୟ ବିଦ୍ୟାଳୟର ୮୨ ଜଣ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ପାସ କରିଛନ୍ତି। ୮୧ ଜଣ ଡିଷ୍ଟିଂକସନ ପାଇଥିବା ବେଳେ ୬ ଜଣ ୯୫ ପ୍ରତିଶତରୁ ଅଧିକ ଓ ୨୮ ଜଣ ୯୦ ପ୍ରତିଶତରୁ ଅଦବକ ମାର୍କ ରଖି ପାସ କରିଛନ୍ତି। ବିଦ୍ୟାଳୟର ଅବିନାଶ କର ୯୭% ସହ ଶୀର୍ଷରେ ଥିବା ବେଳେ ସ୍ୱାଗତିକା ବେହେରା ୯୬.୪% ସହ ଦ୍ୱିତୀୟ ଏବଂ ଶୋଭିତ ଜୟପୁରିଆ ଓ ଆଶୁତୋଷ ଶତପଥୀ ୯୫.୬% ପାଇ ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି।

ବୁର୍ଲା ଏମସିଏଲ ପରିସରରେ ଥିବା ଡିଏଭି ପବ୍ଲିକ ସ୍କୁଲରେ ୯୫ ଜଣ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ସଫଳତାର ସହ ଉତୀର୍ଣ୍ଣ ହୋଇଛନ୍ତି। ୧୩ ଜଣ ୯୫ ପ୍ରତିଶତରୁ ଅଧିକ ମାର୍କରଖି ଉତୀର୍ଣ୍ଣ ହୋଇଥିବା ବେଳେ ୩୫ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ରହିଛନ୍ତି। ବିଦ୍ୟାଳୟର ନୀଲ ଚର୍କବର୍ତି ୯୮.୪% ରଖି ଶୀର୍ଷରେ ଥିବା ବେଳେ ବିଜୟିନୀ ମହାପାତ୍ର ୯୮% ରଖି ଦ୍ୱିତୀୟ ଏବଂ ଶିବସୁନ୍ଦର ସାହୁ ଓ ପ୍ରାଚୀ ତ୍ରିପାଠୀ ୯୭% ରଖି ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି। ସ୍ଥାନୀୟ ମଦାନବତୀ ସ୍କୁଲର ପରୀକ୍ଷା ଦେଇଥିବା ୧୪୭ ଜଣଙ୍କ ମଧ୍ୟରୁ ୧୪୩ ଜଣ ପାସ କରିନ୍ତି। ୫ ଜଣ ୯୫ ପ୍ରତିଶତରୁ ଅଧିକ ମାର୍କ ରତ୍କଥିବା ବେଳେ ୧୯ ଜଣ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ସ ୪୩ ଜଣ ୮୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି। ବିଦ୍ୟାଳୟର ସ୍ମୃତିମୟୀ ସାହୁ ଓ ସିଦ୍ଧି ସମ୍ବିତ ଦାନୀ ୯୫.୪% ସହ ଯୁଗ୍ମ ଭାବେ ଶୀର୍ଷରେ ରହିଛନ୍ତି।

ସ୍ଥାନୀୟ ଗୁରୁନାନକ ପବ୍ଲିକ୍ ସ୍କୁଲ ୧୬୦ ଜଣ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ପାସ କରିଛନ୍ତି ଫଳରେ ବିଦ୍ୟାଳୟର ଫଳାଫଳ ଶତ ପ୍ରତିଶତ ରହିଛି। ସ୍କୁଲରେ ଶାଶ୍ୱତ ପଣ୍ଡା ୯୮.୬ ପ୍ରତିଶତ୍ ରଖି ଶୀର୍ଷରେ ଥିବା ବେଳେ ଓମ ଅନିମେଶ ମିଶ୍ର ୯୮.୪ ପ୍ରତିଶତ ମାର୍କ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ବିଦ୍ୟାଳୟରେ ୧୬୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଶତପ୍ରତିଶତ ପରୀକ୍ଷା ଫଳ ହୋଇଛି। ୨୮ ଜଣ ପରୀକ୍ଷାର୍ତ୍ତୀ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ମାର୍କ ରଖିଛନ୍ତି। ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଶାଶ୍ୱତ ସ ଓମ୍ ଅନିମେଶ ରହିଥିବା ବେଳେ ତୃତୀୟ ସ୍ଥାନରେ ୟାସିକା ଶର୍ମା ୯୬.୮%, ଚତୁର୍ଥ ସ୍ଥାନରେ ମୋହିତ କୁମାର ଦୋରା ୯୬.୪ ଏବଂ ପଂଚମ ସ୍ଥାନରେ ଗୁରୁଲା ସୁର୍ୟା ତେଜା ୯୬.୪% ରହିଛନ୍ତି। ବିଦ୍ୟାଳୟର ସମ୍ପାଦକ ରଞ୍ଜିତ ସିଂହ ହୁରା ଓ ବିଦ୍ୟାଳୟର ଅଧ୍ୟକ୍ଷ ଡ.ରବୀନ୍ଦ୍ର ନାଥ ଦାଶ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଟପ୍ପର ଶାଶ୍ୱତ ଓ ଅନ୍ୟ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

ଶାସନ ସ୍ଥିତ ବିକାଶ- ଦି କନସେପ୍ଟ ସ୍କୁଲର ୮୬ ଜଣ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ପାସ କରିଛନ୍ତି। ୧୭ ଜଣ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ମାର୍କ ରଖିଥିବା ବେଳେବ ିକାଶ କୁମାର ନାୟକ ୯୬ ପ୍ରତିଶତ ମାର୍କ ରଖି ଶୀର୍ଷରେ ରହିଛନ୍ତି।

ବୁର୍ଲା ଶ୍ରୀ ସତ୍ୟସାଇ କିଡ଼ିଜ୍ ଏବୋଡ଼ ଇଂରାଜୀ ମାଧ୍ୟମ ସ୍କୁଲର ୨୯ ଜଣ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ପାସ କରିଛନ୍ତି। ୨୧ ଜଣ ପ୍ରଥମ ଡିଭିଜନରେ ପାସ ହୋଇଛନ୍ତି। ଅଙ୍କିତ ଗୋୟଲ ୯୩.୮% ରଖି ସ୍କୁଲର ଶୀର୍ଷରେ ରହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.