Home ଓଡ଼ିଶା ଶ୍ରାବଣ ମାସ ତୃତୀୟ ସୋମବାର, ବିଭିନ୍ନ ଶୈବ ପୀଠରେ କାଉଡିଆଙ୍କ ଭିଡ

ଶ୍ରାବଣ ମାସ ତୃତୀୟ ସୋମବାର, ବିଭିନ୍ନ ଶୈବ ପୀଠରେ କାଉଡିଆଙ୍କ ଭିଡ

123

ଭୁବନେଶ୍ଵର,୦୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ଶ୍ରାବଣ ମାସ ତୃତୀୟ ସୋମବାର । ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ । ଦେବ ଦେବ ମହାଦେବଙ୍କୁ ଜଳ ଲାଗି ପାଇଁ ଶୈବାଳୟରେ ଲାଗିଛି କାଉଡ଼ିଆଙ୍କ ଭିଡ଼ ।

ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ପୁରୀର ବାବା ଲୋକନାଥ, ଭଦ୍ରକର ଆରଡି, ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର, ଢେଙ୍କାନାଳର କପିଳାସ ଓ ନୟାଗଡ଼ର ଶରଣକୂଳ ପୀଠରେ ବୋଲବମ ଭକ୍ତଙ୍କ ଲମ୍ବାଲାଇନ । ମହାଦେବଙ୍କୁ ଜଳାଭିଷେକ ପାଇଁ ଗତକାଲି ବିଳମ୍ବିତ ରାତିରୁ ସେମାନେ ଲମ୍ବା ଲାଇନ ଲଗାଇଛନ୍ତି । ବିଶ୍ୱାସ ରହିଛି, ମହାଦେବଙ୍କ ପ୍ରିୟ ବାର ସୋମବାର ଜଳାଭିଷେକ କଲେ ମନୋସ୍କାମନା ପୂର୍ଣ୍ଣ ହୁଏ ।

ଏଥିପାଇଁ ନିଷ୍ଠାର ସହ ଉପବାସ ରଖି କାଉଡ଼ିଆମାନେ ବିଭିନ୍ନ ନଦୀରୁ ଜଳ ଉଠାଇ ବାବା ଭୋଳାନାଥଙ୍କୁ ଲାଗି କରିବା ପାଇଁ ଖାଲି ପାଦରେ ଚାଲି ଚାଲି ବିଭିନ୍ନ ଶିବ ମନ୍ଦିରକୁ ଆସିଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରମୁଖ ଶୈବପୀଠରେ ପୋଲିସ ମୁତୟନ ସହ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.