Home ଓଡ଼ିଶା ଶ୍ରୀନଗରରେ ଅଧା ରାତିରୁ ଲାଗିଲା ୧୪୪ ଧାରା: ଗୃହ ବନ୍ଦୀ ହେଲେ ଉମାର, ସୁରକ୍ଷା କଡ଼ାକଡ଼ି...

ଶ୍ରୀନଗରରେ ଅଧା ରାତିରୁ ଲାଗିଲା ୧୪୪ ଧାରା: ଗୃହ ବନ୍ଦୀ ହେଲେ ଉମାର, ସୁରକ୍ଷା କଡ଼ାକଡ଼ି – ସ୍କୁଲ, କଲେଜ୍, ଶିକ୍ଷାନୁଷ୍ଠାନ ସବୁ ବନ୍ଦ

368

ନୂଆ ଦିଲ୍ଲୀ ୪-୮ (ଓଡ଼ିଆ ପୁଅ) ଜାମ୍ମୁ ଓ କାଶ୍ମୀରର ଶ୍ରୀନଗର ଏବଂ ରିୟାସୀ ଜିଲ୍ଲାରେ ପ୍ରଶାସନ ତରଫରୁ ରାତି ଅଧରୁ ଧାରା ୧୪୪ ଲାଗୁ କରାଯାଇଛି। ଶ୍ରୀନଗରରେ ସୁରକ୍ଷାକୁ କଡ଼ାକଡ଼ି କରିଦିଆଯାଇଛି। ୫ ଅଗଷ୍ଟ ସୋମବାର ଠାରୁ ଧାରା ୧୪୪ ଲାଗୁ କରାଯାଇଥିବା କୁହାଯାଇଛି। ତେବେ ଆସନ୍ତା ଆଦେଶ ପର୍ଯ୍ୟନ୍ତ ଏହା ଲାଗୁ ରହିବ। ଏହି ସମୟରେ ଜନତାଙ୍କର କୌଣସି ଆନ୍ଦୋଳନ କିମ୍ବା ପବ୍ଲିକ୍ ମିଟିଂ ହେବ ନାହିଁ। ଜାମ୍ମୁ, ଉଦ୍ଧମପୁର, ରିୟାସୀ, କଥୁଆରେ ସମସ୍ତ ଶିକ୍ଷାନୁଷ୍ଠାନ ସ୍କୁଲ, କଲେଜ୍ ମଧ୍ୟ ବନ୍ଦ ରହିବ। ଆଦେଶର ସଞ୍ଚାଳନର ଅବଧି ସମୟରେ କୌଣସି ଜନସଭା କିମ୍ବା ରାଲି ଆୟୋଜିତ କରିବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧ ଲଗାଯାଇଛି। କେତେକ ମିଡ଼ିଆ ରିପୋର୍ଟ ଅନୁଯାୟୀ, କର୍ଫ୍ୟୁ ଲଗାଯାଇଥିବା କଥାକୁ ଖଣ୍ଡନ କରାଯାଇଛି ଏବଂ କୌଣସି ଯାଗାରେ କର୍ଫ୍ୟୁ ଲଗାଯାଇନାହିଁ ବୋଲି କୁହାଯାଇଛି।

 

 

ଅପର ପକ୍ଷରେ କାଶ୍ମୀରରେ ମୋବାଇଲ ଇଣ୍ଟରନେଟ ସେବା ଆଂଶିକ ରୂପରେ ବନ୍ଦ କରିଦିଆଯାଇଛି।

ସେହିପରି ସାବଧାନତା ଦୃଷ୍ଟିରୁ ଜାମ୍ମୁରେ ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ, ସ୍କୁଲ କଲେଜ୍ ଗୁଡ଼ିକୁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ପ୍ରଶାସନ ତରଫରୁ ଜାମ୍ମୁର ଡେପୁଟି କମିଶନର ସୁଷମା ଚୌହାନ ଏହି ଘୋଷଣା କରିଛନ୍ତି। ଉଦ୍ଧମପୁରରେ ମଧ୍ୟ ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ, ସ୍କୁଲ କଲେଜ୍ ଗୁଡ଼ିକୁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି।

ଉମାର ଅବଦୁଲ୍ଲାଙ୍କୁ ହାଉସ୍ ଆରେଷ୍ଟ ଅଥବା ଗୃହ ବନ୍ଦୀ କରାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍ତି କହିଛନ୍ତିଯେ, ନେତାମାନଙ୍କୁ ଗୃହ ବନ୍ଦୀ କରାଯାଇ ସେମାନଙ୍କର ମୁହଁ ବନ୍ଦ କରାଯାଉଛି। ସେ ବର୍ତ୍ତମାନ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ସ୍ମରଣ କରି ତାଙ୍କ ଅନୁପସ୍ଥିତି ଅନୁଭବ କରୁଥିବା କଥା କହିଛନ୍ତି।

ନ୍ୟାସନାଲ୍ କନ୍ଫେରେନ୍ସ ନେତା ତଥା ଡାମ୍ମୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମାର ଅବଦୁଲ୍ଲା ଜାମ୍ମୁ ଓ କାଶ୍ମୀର ଲୋକମାନଙ୍କୁ ଆଇନ୍ କୁ ହାତକୁ ନ ନେଇ ଶାନ୍ତ ରକହିବାକୁ ଅପିଲ୍ କରିଛନ୍ତି।

ଅପରପକ୍ଷରେ, କଂଗ୍ରେସ ନେତା ଶଶୀ ଥରୁର ଉମାର ଅବଦୁଲ୍ଲାଙ୍କ ପ୍ରତି ସହାନୁଭୁତି ଦେଖାଇ ପ୍ରକାଶ କରିଛନ୍ତିଯେ, “you are not alone” ଆପଣ ଏକା ଅନୁଭବ କରନ୍ତୁ ନାହିଁ।

ସୂଚନାଯେଗ୍ୟଯେ, ଶୁକ୍ରବାରଦିନ ସେନା ଅମରନାଥ ଯାତ୍ରା ମାର୍ଗ ନିକଟରେ ଥିବା ଆତଙ୍କବାଦୀମାନଙ୍କ ଆଡ୍ଡା ପାକିସ୍ତାନରେ ବନିଥିବା ବାରୁଦ ସୁଡ଼ଙ୍ଗ (ଲ୍ୟାଣ୍ଡମାଇନ) ଏବଂ ଆମେରୀକାର ସ୍ନାଇପର ଗନ ମିଳିବାର ଖୁଲାସା କରିଥିଲା। ଏହା ପରେ ଘାଟୀରେ ଆତଙ୍କବାଦୀ ଷଢ଼ଯନ୍ତ୍ରକୁ ଲକ୍ଷ ରଖି ସୁରକ୍ଷା ଦୃଷ୍ଟିରୁ ଅମରନାଥ ଯାତ୍ରାକୁ ରଦ୍ଦ କରିଦିଆଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କାଶ୍ମୀର ଘାଟୀ ଛାଡ଼ିବା ପାଇଁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଆଡଭାଇଜରୀ ଜାରୀ କରାଯାଇଛି। ଏପରିକି ପର୍ଯ୍ୟଟକମାନଙ୍କୁ ମଧ୍ୟ ଘାଟୀରୁ ଫେରି ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.