Home ଓଡ଼ିଶା ଶୁଭ ସକାଳ: ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ..

ଶୁଭ ସକାଳ: ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ..

406

ଆଜିର ଅନୁଚିନ୍ତା –
ଆମେ ଆମର ଚଲା ପଥରେ ଅବିରତ ଚାଲିବା ଦରକାର। ନାଁ’ ଏଠି ଥକିବାର ଅଛି, ନାଁ’ ଅଟକି ଯିବାର ଅଛି, ନାଁ’ ନଇଁବାର ଅଛି। ଆମକୁ କେବଳ ସମୟର ଚଲାବାଟରେ ସଞ୍ଜମ, ଧର୍ଯ୍ୟ, ଅନୁଶାସନ ଏବଂ କର୍ମନିଷ୍ଟ ସହିତ ଅବିରତ ଭାବରେ ଚାଲିବାର ଅଛି। ହଁ, ସମୟ ତ’ ପ୍ରତ୍ୟକ କ୍ଷଣରେ ପରୀକ୍ଷା ନେବ। କିନ୍ତୁ, ଆମେ ପ୍ରସ୍ତୁତ ହୋଇ ଚାଲିଲେ ଆମେ ଆମ ଚଲାବାଟରେ ଜଣେ ପରିପକ୍ୱ ପଥିକ ହୋଇ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବା।

କ୍ଷୀରରୁ ଦହି ଏବଂ ଲହୁଣୀ ଏବଂ ଲହୁଣୀରୁ ଘିଅ ପ୍ରସ୍ତୁତ ହୋଇଥାଏ। ଘିଅ ପରିପକ୍ୱତାର ପରିଚୟ ଦେଇଥାଏ। କ୍ଷୀର, ଦହି ଅଥବା ଲହୁଣୀ ଖରାପ ହୋଇପାରନ୍ତି। କିନ୍ତୁ, ଘିଅ ବର୍ଷ ବର୍ଷ ଧରି ତା’ର ନିଜର ଗୁଣ ଓ ଧର୍ମ ବଜାୟ ରଖିଥାଏ। ଆମକୁ ଘିଅ ପରି ପରିପକ୍ୱ ହୋଇ ଆମର ମାନବ ଧର୍ମ, କର୍ମ ଓ ନୀତିକୁ ବିକଟ ପରିସ୍ଥିତିରେ ମଧ୍ୟ ବଜାୟ ରଖିବାର ଅଛି। ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ। -ଦେବଦତ୍ତ ରଥ

ଶୁଭ ସକାଳ: ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.