Home Coronavirus Outbreak ଲକଡାଉନ ଅବଧି ଏପ୍ରିଲ ମାସରେ ଜନୌଷଧି କେନ୍ଦ୍ରସମୂହର ରେକର୍ଡ ୫୨ କୋଟି ଟଙ୍କାର କାରବାର

ଲକଡାଉନ ଅବଧି ଏପ୍ରିଲ ମାସରେ ଜନୌଷଧି କେନ୍ଦ୍ରସମୂହର ରେକର୍ଡ ୫୨ କୋଟି ଟଙ୍କାର କାରବାର

113

ନୂଆ ଦିଲ୍ଲୀ ୪-୫ (ଓଡ଼ିଆ ପୁଅ) ଲକଡାଉନ କାଳରେ ଜିନିଷପତ୍ର ସଂଗ୍ରହ ଓ ବିକ୍ରିବଟାରେ ସମସ୍ୟା ସତ୍ୱେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି କେନ୍ଦ୍ର ସମୂହ ( ପିଏମବିଜେଏକେ) ଏପ୍ରିଲ ମାସରେ ରେକର୍ଡ ୫୨ କୋଟି ଟଙ୍କାର ଔଷଧପତ୍ର ବିକ୍ରି କରିବାରେ ସଫଳ ହୋଇଛି। ଚଳିତ ବର୍ଷ ମାର୍ଚ୍ଚ ମାସରେ ଏହି ବିକ୍ରି ପରିମାଣ ଥିଲା ୪୨ କୋଟି ଟଙ୍କା। ୨୦୧୯ ଏପ୍ରିଲରେ ଏହା ମାତ୍ର ୧୭ କୋଟି ଟଙ୍କା ଥିଲା।

ଲକଡାଉନ କାଳରେ ସାରାଦେଶରେ କରୋନା ସମସ୍ୟାର ମୁକାବିଲା ପାଇଁ ଗୁରୁତ୍ୱର ଆହ୍ୱାନ ରହିଛି। ଏହି ସମୟରେ ଲୋକଙ୍କ ମଧ୍ୟରେ ଔଷଧପତ୍ର ଓ ଡାକ୍ତରୀ ସାମଗ୍ରୀର ଚାହିଦା ଯଥେଷ୍ଟ ବଢିଛି। ସେହି ଆବଶ୍ୟକତା ପୂରଣ କରିବା ପାଇଁ ଜନୌଷଧି କେନ୍ଦ୍ରଗୁଡକ ପକ୍ଷରୁ ସତପରୋନାସ୍ତି ଚେଷ୍ଟା କରାଯାଉଛି। ଏହି ସମୟରେ କେବଳ ଏପ୍ରିଲ ମାସରେ ଏସବୁ କେନ୍ଦ୍ର ଦ୍ୱାରା ୫୨ କୋଟି ଟଙ୍କାର ଔଷଧ ଓ ଅନ୍ୟାନ୍ୟ ଡାକ୍ତରୀ ସାମଗ୍ରୀ ବିକ୍ରି କରାଯାଇଛି। ଯାହା ଏକ ରେକର୍ଡ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏସବୁ କେନ୍ଦ୍ରରୁ ଲୋକଙ୍କୁ ଅତ୍ୟନ୍ତ ସୁଲଭ ମୂଲ୍ୟରେ ଔଷଧ ଯୋଗାଇ ଦିଆଯାଉଛି।

ଖୋଲାବଜାରରେ ଉପଲବ୍ଧ ଔଷଧ ତୁଳନାରେ ଜନୌଷଧି ଔଷଧପତ୍ରର ମୂଲ୍ୟ ହାରାହାରି ୫୦ ରୁ ୯୦ ଶତାଂଶ କମ୍। ଏହା ଫଳରେ ଗୋଟିଏ ମାସରେ ଦେଶର ସାଧାରଣ ଔଷଧ କ୍ରେତା ପ୍ରାୟ ୩୦୦ କୋଟି ଟଙ୍କା ବଂଚାଇ ପାରିଛନ୍ତି।

କେନ୍ଦ୍ର ରାସାୟନ ଓ ସାର ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡା ଓ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏହି ସଫଳତା ପାଇଁ ଜନୌଷଧି ଷ୍ଟୋର ପରିଚାଳକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେମାନେ ପ୍ରତିକୂଳ ପରିସ୍ଥିତି ସତ୍ୱେ ନିରଚ୍ଛିନ୍ନଭାବେ ଲୋକଙ୍କୁ ସେବା ଯୋଗାଇଥିବାରୁ ଦୁଇ ମନ୍ତ୍ରୀ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି।

କରୋନା ମହାମାରୀ ପରିପ୍ରେକ୍ଷୀରେ ଭାରତ ସରକାର ଜନୌଷଧି କାର୍ଯ୍ୟକ୍ରମ ପ୍ରତି ବିଭିନ୍ନ ଅଭିନବ ବ୍ୟବସ୍ଥାରେ ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ମାନ ଆଣିବାକୁ ଉଦ୍ୟମରତ। ଜନୌଷଧି ଯୋଜନାରେ ୯୦୦ ପ୍ରକାରର ଜେନେରିକ ଔଷଧ ଓ ଡାକ୍ତରୀ ସାମଗ୍ରୀ ଦେଶର ପ୍ରତ୍ୟେକ ନାଗରିଙ୍କ ପାଇଁ ସୁଲଭ ମୂଲ୍ୟରେ ଉପଲବ୍ଧ।

ବ୍ୟୁରୋ ଅଫ୍ ଫାର୍ମ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟ ନିର୍ବାହୀ ସଚିନ କୁମାର ସିଂହ କହିଛନ୍ତି ବିପିପିଆଇ ପକ୍ଷରୁ ସୁବିଧା ନିମନ୍ତେ ଜନୌଷଧି ସୁଗମ ଆପ୍ ବିକଶିତ କରାଯାଇଛି। ଏହା ମାଧ୍ୟମରେ ଲୋକେ ନିକଟବର୍ତ୍ତୀ ଜନୌଷଧି କେନ୍ଦ୍ର ସୁବିଧାରେ ଠାବ କରିପାରିବ। ଏହାଛଡା ଏସବୁ କେନ୍ଦ୍ରରେ ଉପଲବ୍ଧ ହେଉଥିବା ବିଭିନ୍ନ ପ୍ରକାର ଔଷଧପତ୍ର ଏବଂ ଡାକ୍ତରୀ ସାମଗ୍ରୀର ତଥା ସେସବୁର ମୂଲ୍ୟ ଜାଣିପାରିବେ। ୩୨, ୫୦୦ରୁ ଅଧିକ ଲୋକ ଏବେ ଏହି ଆପ ବ୍ୟବହାର କରୁଛନ୍ତି। ଗୁଗୁଲ ମ୍ୟାପ୍ ସାହାଯ୍ୟରେ ଜନୌଷଧି କେନ୍ଦ୍ରର ଅବସ୍ଥିତି ଓ ଅନ୍ୟାନ୍ୟ ସୁବିଧା ବିଷୟରେ ତଥ୍ୟ ଏହି ଆପରେ ଯୋଗାଇ ଦିଆଯାଉଛି।

ଦେଶର ୭୨୬ ଜିଲ୍ଲାରେ ଏବେ ୬୩୦୦ରୁ ଅଧିକ ଜନୌଷଧି କେନ୍ଦ୍ର କାର୍ଯ୍ୟ କରୁଛି। ଲକଡାଉନ କାଳରେ ଲୋକଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ କରିବା ପାଇଁ ଏହି କେନ୍ଦ୍ର ସମୂହ ସୋସିଆଲ ମିଡିଆରେ ସୂଚନାତ୍ମକ ତଥ୍ୟମାନ ଦେଇ ଲୋକଙ୍କୁ ସଚେତନ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.