Home କଳାହାଣ୍ଡି ଶିଳ୍ପ ରାଷ୍ଟ୍ରମନ୍ତ୍ରୀଙ୍କ ମାଷ୍ଟର ଷ୍ଟ୍ରୋକ , ଜୁନାଗଡ ଓ କେସିଙ୍ଗା ହେବ କ୍ଷୁଦ୍ର, ଅଣୁ ଓ...

ଶିଳ୍ପ ରାଷ୍ଟ୍ରମନ୍ତ୍ରୀଙ୍କ ମାଷ୍ଟର ଷ୍ଟ୍ରୋକ , ଜୁନାଗଡ ଓ କେସିଙ୍ଗା ହେବ କ୍ଷୁଦ୍ର, ଅଣୁ ଓ ମଧ୍ୟମ ଉଦ୍ୟୋଗ ହବ

945

କଳାହାଣ୍ଡି – ୦୩.୦୭.୨୦୧୯(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଓଡିଶା ସରକାରଙ୍କ ଶକ୍ତି, ଶିଳ୍ପ, ଏମଏସଏମଇ ଏବଂ ଗୃହ ରାଷ୍ଟ୍ର ମନ୍ତ୍ରୀ ତଥା ଜୁନାଗଡ ବିଧାୟକ କେପଟେନ ଦିବ୍ୟ ଶଙ୍କର ମିଶ୍ର ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ଭବାନୀପାଟଣା ଠାରେ ଜିଲ୍ଲାସ୍ତରର ବିଭିନ୍ନ ବିଭାଗର ସମୀକ୍ଷା କରିଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଓ ଜୁନାଗଡ ଅଂଚଳରେ ଥିବା ସରକାରୀ ଜାଗାରେ କ୍ଷୁଦ୍ର, ଅଣୁ ଓ ମଧ୍ୟମ ଶିଳ୍ପ ସ୍ଥାପନ କରାଯିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବା ବୋଲି ଘୋଷଣା କରିଥିଲେ । ଶିଳ୍ପ ପ୍ରତିଷ୍ଠା ପାଇଁ ଇଚ୍ଛୁକ ଆବେଦନକାରୀଙ୍କୁ ଆବଶ୍ୟକୀୟ ଜମି ଲିଜ ଆକାରରେ ଯୋଗାଇ ଦିଆଯିବା ସହ ସମସ୍ତ ପ୍ରକାର ପୋ୍ରତ୍ସାହନ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ କେସିଙ୍ଗା ଠାରେ ଥିବା ଇଡକୋ ଅଧିନସ୍ଥ ୧୨୬ ଏକର ଜମି ରେ ଏମଏସଏମ ଇ ହବ ସ୍ଥାପନ କରାଯାଇ ୨୫ କୋଟୀ ଟଙ୍କା ବ୍ୟୟ ଅଟକଳରେ ଭିତିଭୂମି ନିର୍ମାଣ କରାଯାଇ ଫୁଡ ପୋ୍ରସେସିଂ ୟୁନିଟ,ସିଫୁଡ ପୋ୍ରସେସିଂ ୟୁନିଟ,ସିମେଂଟ ଇଟା କାରଖାନା,କପା ଓ ସୂତା କଳ, ଇତ୍ୟାଦି କାରଖାନା ସ୍ଥାପନ କରାଯିବା ପାଇଁ ଇଚ୍ଛୁକ ଉଦୋ୍ୟଗୀଙ୍କୁ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି । ସେହିପି ଜୁନାଗଡ ସହର ନିକଟସ୍ଥ ଇନ୍ଦ୍ରାବତୀ କାର୍ଯ୍ୟାଳୟ ପରିସରରେ ଥିବା ପରିତ୍ୟକ୍ତ ଓ ଅବ୍ୟବହୃତ ଗୃହ ଗୁଡିକୁ ମରାମତି କରିବା ପାଇଁ ୨୦ଲକ୍ଷ ଟଙ୍କା ଅନୁଦାନ କରାଯାଇ ସେଠାରେ ଅସ୍ଥାୟୀ ଭାବେ ପୁରାତନ ଟିସିପିସିକୁ ପୁନରୁଦ୍ଧାର ପୂର୍ବକ ପ୍ରତିଷ୍ଠା କରାଯିବ । ପରେ ଟିସିପିସିର ସ୍ଥାୟୀ ଭିତିଭୂମି ନିର୍ମାଣ କରାଗଲେ ସେଠାରେ ସ୍ଥାପନ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଛନ୍ତି । ସେହିପରି ଜୁନାଗଡ ଆଖପାଖ ଅଂଚଳରେ ସରକାରୀ ଜମି ଚିହ୍ନଟ କରାଯିବାକୁ ଧର୍ମଗଡ ଉପଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦିଆଯାଇଥିବା ପ୍ରକାଶ । କଳାହାଣ୍ଡି ଜିଲ୍ଲା ଶିଳ୍ପ ଶୂନ୍ୟ ଜିଲ୍ଲା ଭାବେ ପରିଗଣିତ ହୋଇଯାଇଥିବା ହେତୁ ଏଭଲି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଗଲେ ଆଗାମୀ ଦିନରେ କଳାହାଣ୍ଡିର ବେକାରୀ ସମସ୍ୟା ଦୂର ହେବା ସହିତ ବହୁ ଲୋକ ସ୍ୱାବଲମ୍ବୀ ହୋଇପାରିବେ ବୋଲି ସରକାରଙ୍କ ସ୍ତରତରେ ଲକ୍ଷ୍ୟ ରଖାଯାଇଥିବା ପ୍ରକାଶ । କଳାହାଣ୍ଡିକୁ ଶିଳ୍ପ ସମୃଦ୍ଧ କରିବାର ମନ୍ତ୍ରୀଙ୍କ ଏହି ମାଷ୍ଟର ଷ୍ଟ୍ରୋକ ଯୋଜନା ପାଇଁ କଳାହାଣ୍ଡିର ବୁଦ୍ଧିଜୀବି ମହଲରେ ସ୍ୱାଗତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.