Home ଜିଲ୍ଲା ପରିକ୍ରମା ଶିକ୍ଷକ ସମୀକ୍ଷା ବୈଠକ ଅନୁଷ୍ଠିତ

ଶିକ୍ଷକ ସମୀକ୍ଷା ବୈଠକ ଅନୁଷ୍ଠିତ

122

ରାଉରକେଲା ୨୫-୬ (ଓଡ଼ିଆ ପୁଅ/ସୁବୋଧ ନାୟକ) : ସୁନ୍ଦରଗଡ଼ ଜିଲା ଲାଠିକଟା ବ୍ଲକର ପ୍ରିୟଦର୍ଶନୀ ମହିଳା ମହାବିଦ୍ୟାଳୟ ସଭାକକ୍ଷରେ ଏକ ସମୀକ୍ଷା ବୈଠକ ଉଦ୍ୟାପିତ ହୋଇଯାଇଛି।ଉକ୍ତ ବୈଠକରେ ବ୍ଲକ ଶିକ୍ଷାଧିକାରୀ ପ୍ରଜ୍ଞା ପାରମିତା ଜେନା ସଭାପତିତ୍ୱ କରି ନୂତନ ଶିକ୍ଷାବର୍ଷ ପାଇଁ ଦିଗଦର୍ଶନ ଦେଇଥିଲେ। ବୈଠକରେ ଲାଠିକଟା ପଂଚାୟତ ସମିତି ଅଧ୍ୟକ୍ଷା ରଂଜିତା ଖାଲାକୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟ ମାନଙ୍କରେ ଭିତିଭୂମିର ସମସ୍ୟା ସମାଧାନ ତଥା ନୂତନ ଶ୍ରେଣୀ କୋଠରୀ, ଶୌଚାଳୟ ନିର୍ମାଣ ଓ ମରାମତି କରାଇବା ଏବଂ ପାନୀୟ ଜଳ ଯୋଗାଣ ନିମନ୍ତେ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ପ୍ରତିଶୃତି ପ୍ରଦାନ କରିଥିଲେ। ଓଡ଼ିଶା ଇ-ସାଥ ସେଲର ସୁନ୍ଦରଗଡ଼ ଜିଲା ଦାୟିତ୍ୱରେ ଥିବା ସିଦ୍ଧାନ୍ତ ପଣ୍ଡା ନୂତନ ଶିକ୍ଷାବର୍ଷ ନିମନ୍ତେ ଚାରିଗୋଟି କାର୍ଯ୍ୟ ପ୍ରତିବଦ୍ଧତା ବିଷୟରେ ଆଲୋଚନା କରିଥିଲେ। ଏବିଇଓ କିଶୋର ଚନ୍ଦ୍ର ଦାଶ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାର ମାନ ଅଭିବୃଦ୍ଧି ସମ୍ପର୍କରେ ପ୍ରାଜଂଳ ଭାବରେ ଆଲୋଚନା କରିଥିଲେ। ଉକ୍ତ ବୈଠକରେ ବ୍ଲକର ସମସ୍ତ ସରପଂଚ, ଉପାଧ୍ୟକ୍ଷ, ସମସ୍ତ ସିଆରସିସି, ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ, କାର୍ଯ୍ୟାଳୟର ଡାଟା ଏଂଟ୍ରି ଅପରେଟର, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଯୋଗ ଦେଇ ସେମାନଙ୍କ ସୁଚିନ୍ତିତ ମତାମତ ପ୍ରକାଶ କରିଥିଲେ। ଆଗାମୀ ଦିନ ମାନଙ୍କରେ ଲାଠିକଟା ବ୍ଲକ ଶିକ୍ଷାକ୍ଷେତ୍ରରେ କିପରି ଏକ ଅଗ୍ରଣୀ ବ୍ଲକର ମାନ୍ୟତା ପାଇବ ସେଥିପାଇଁ ସମସ୍ତ ଚେଷ୍ଟା କରିବାକୁ ପ୍ରତିଶୃତି ପ୍ରଦାନ କରିଥିଲେ। ଏବିଇଓ ଅନୀଲ କୁମାର ସାମନ୍ତରାଏ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏବିଇଓ ପ୍ରଫୁଲ୍ଲ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.