Home କୋରାପୁଟ ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ସେବନ ଓ ଅବୈଧ ଚାଲାଣ ନିରୋଧ ଦିବସ ପାଳିତ

ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ସେବନ ଓ ଅବୈଧ ଚାଲାଣ ନିରୋଧ ଦିବସ ପାଳିତ

96

କୋରାପୁଟ ୨୬-୦୬ (ଓଡିଆ ପୁଅ /ରଂଜନ କୁମାର ଦାସ) ଜିଲା ଅବକାରୀ ବିଭାଗ ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ମିଳିତ ଆନୁକୁଲ୍ୟରେ ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ସେବନ ଓ ଅବୈଧ ଚାଲାଣ ନିରୋଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କୋରାପୁଟ ଉପ-ଜିଲ୍ଲାପାଳ ଲଳିତ କୁମାର କହଁର ପତାକା ଦେଖାଇ ଏକ ସଚେତନତା ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ।ଜିଲ୍ଲା ଅବକାରୀ ଅଧିକ୍ଷକ ସୁବାସ ଚନ୍ଦ୍ର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଟୁଲିମ୍ମା ପ୍ରଧାନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇଥିଲେ। ସଚେତନତା ଶୋଭାଯାତ୍ରା ପରେ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରରେ ଏକ ସଭାର ଆୟୋଜନ କରାଯାଇଥିଲା। ଜିଲା ଯୋଜନା ଓ ପରିସଂଖ୍ୟାନ ବିଭାଗ ଉପ-ନିର୍ଦ୍ଦେଶକ ଲକ୍ଷ୍ମୀଧର ବିଶ୍ୱାଳ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଟାନିକ ଭାବେ ଉଦଗାଟନ କରିଥିଲେ। ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୀମାଂଚଳ ମହାପାତ୍ର, ଅବକାରୀ ବିଭାଗ ଉପ-ଅଧୀକ୍ଷକ ଦେବୀ ପ୍ରସାଦ ଦାଶ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେଡର ସଂଯୋଦକ ଜ୍ୟୋତି ରଂଜନ ବେହେରା, ଏକତାର ନମିତା ନାୟକ ପ୍ରମୁଖ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇ ନିଶାଦ୍ରବ୍ୟ ସେବନର ଅପକାରିତା ସଂପର୍କରେ ଆଲୋକପାତ କରିଥିଲେ। ଅବକାରୀ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ନେଇ ବକ୍ତୃତା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ପ୍ରତିଯୋଗି ମାନଙ୍କୁ ପୁରଷ୍କôତ କରା ଯାଇଥିଲା। କୋରାପୁଟ ଜିଲ୍ଲା ପୋଲିସ ତରଫରୁ ମଧ୍ୟ ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ନିରୋଧ ଦିବସ ପାଳିତ ହୋଇଯାଇଛି।କୋରାପୁଟ ଅତିରିକ୍ତ ଏସପି ଉତ୍କଳ ରଂଜନ ଦାସ ଯୋଗଦେଇ ଦିବସ ସଂପର୍କରେ ଆଲୋକପାତ କରିଥିଲେ।ଏହି ଦିବସରେ କୋରାପୁଟ ପୋଲିସ ଆରଆଇ ସୁବାସ ନାୟକଙ୍କ ଅନ୍ୟାନ୍ୟ ପୋଲିସ ଅଧିକାରୀମାନେ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟାଳୟର ଦିଲିପ ପାଢୀ ଯୋଗଦେଇ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.