Home ଓଡ଼ିଶା ଶପଥ ନେଲେ ଧର୍ମେନ୍ଦ୍ର ପ୍ରଧାନ

ଶପଥ ନେଲେ ଧର୍ମେନ୍ଦ୍ର ପ୍ରଧାନ

2155

ନୂଆଦିଲ୍ଲୀ୩୦ା୫(ଓଡିଆ ପୁଅ/) ଆଜି ସଂନ୍ଧ୍ୟାରେ କେନ୍ଦ୍ର କ୍ୟାବିନେଟ୍‌ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଧମେନ୍ଦ୍ର ପ୍ରଧାନ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଦେଶ-ବିଦେଶର ପ୍ରାୟ ୮୦୦୦ ଅତିଥିଙ୍କ ଉପସ୍ଥିତିରେ ଧର୍ମେନ୍ଦ୍ର ପ୍ରଧାନ ଶପଥ ଗ୍ରହଣ କରିଛନ୍ତି। ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ମୋଦିଙ୍କ ପରେ ପ୍ରଥମେ ରାଜନାଥ ସିଂହ, ଅମିତ ଶାହ, ନୀତୀନ ଗଡ଼କରୀ, ଡିଭି ସଦାନନ୍ଦ ଗୌଡ଼ା, ନିର୍ମଳା ସୀତାରମଣ, ଏଲଜେପିର ରାମ ବିଲାସ ପାଶ୍ୱାନ, ନରେନ୍ଦ୍ର ସିଂହ ତୋମାର, ରବିଶଙ୍କର ପ୍ରସାଦ, ଶିରୋମଣି ଅକାଳୀ ଦଳର ହର୍ସିମିରତ କୌର ବାଦଲ, ଥୱରଚାନ୍ଦ ଗେହଲଟ, ପୂର୍ବତନ ବୈଦେଶିକ ସଚିବ ଏସ୍‌ ଜୟଶଙ୍କର, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ରମେଶ ପୋଖରିୟାଲ ନିଶାଙ୍କ, ଅର୍ଜୁନ ମୁଣ୍ଡା, ସ୍ମୃତି ଇରାନୀ, ଡ. ହର୍ଷବର୍ଦ୍ଧନ, ପ୍ରକାଶ ଜାଭଡ଼େକର, ପୀୟୂଷ ଗୋଏଲ,  ଧର୍ମେନ୍ଦ୍ର ପ୍ରଧାନ, ମୁକ୍ତାର ଆବ୍ବାସ ନକଭୀ, ପ୍ରହ୍ଲାଦ ଯୋଶୀ, ଡ. ମହେନ୍ଦ୍ର ନାଥ ପାଣ୍ଡେ, ଶିବସେନାର ଅରବିନ୍ଦ ସାୱନ୍ତ, ଗିରିରାଜ ସିଂହ ଓ ଶେଷରେ ଗଜେନ୍ଦ୍ର ସିଂହ ଶେଖାୱତ ଶପଥ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.