Home ଓଡ଼ିଶା ଲୋକେ ମରି ଯାଆନ୍ତୁ, ମୁଁ କାମ କରିବି ନାହିଁ : ଚଣ୍ଡିଖୋଲ ପାଣ୍ଡି ଏସ.ଆଇ ଥାଟୋଇ

ଲୋକେ ମରି ଯାଆନ୍ତୁ, ମୁଁ କାମ କରିବି ନାହିଁ : ଚଣ୍ଡିଖୋଲ ପାଣ୍ଡି ଏସ.ଆଇ ଥାଟୋଇ

2716

ଯାଜପୁର ୨୪/୪ (ଓଡ଼ିଆ ପୁଅ/ମାନସ ରାଉତ) ଯାଜପୁର ଜିଲ୍ଲାରେ ଏବେ ଖାକିଙ୍କ କାର୍ଯ୍ୟ ଏବଂ ବ୍ୟବହାରକୁ ନେଇ ଲୋକେ ଖୁବ୍ଧ ହେବାରେ ଲାଗିଛନ୍ତି। ଖାକି ପିନ୍ଦିଥିବା ବାବୁ ମାନେ ଇନ୍ଦ୍ରଚନ୍ଦ୍ର ମାନୁନଥିବା ବେଳେ ଏମାନଙ୍କ ଦାୟୁରୁ କେହିବି ବାଦ ପଡୁନାହାନ୍ତି। ଯାହାକୁ ନେଇ ଖାକି ଉପରୁ ଭରଷା ଉଠିବାରେ ଲାଗିଛି। ଏପରକି କିଛି ଦିନ ତଳେ ଚଣ୍ଡିଖୋଲ ପାଣ୍ଡି ଅଂଚଳରେ ଲୁହା ଲକଡି ଚୋରା ଚାଲାଣରେ ପୋଲିସ ବାବୁଙ୍କ ସମ୍ପୁକ୍ତିକୁ ନେଇ ଏକ ସମାଲୋଚନା ମୁଳକ ଖବର କାଗଜରେ ଖବର ପ୍ରକାଶ ପାଇବା ପରେ ବାବୁ ଜରଙ୍କ ରକ୍ତ ଚାଉଳ ଚୋବାଉଥିଲେ। ତାହାର ନଯାଉଣି ଚଣ୍ଡିଖୋଲର ପାଣ୍ଡିର ଆଉ ଜଣେ ପୋଲିସ ବାବୁଙ୍କୁ କଥା ଶୈଳୀକୁ ନେଇ ପୁରା ଚର୍ଚ୍ଚ। ଘଟଣାଟି ଏହିପରି।

୨୩ତାରିଖ ସଧ୍ୟା ସମୟରେ ଟ୍ରାଫିକ ମଧ୍ୟ ଦେଇ ବିଜେପି ରାଲି ଯାଉଥିବା ବେଳେ ଚଣ୍ଡିଖୋଲ ଜାତୀୟ ରାଜପଥରେ ଗାଡି ମଟର ଅଟକି ରହିଥିଲା। ଏହି ସମୟରେ ଏକ ଦୃର୍ଘଟଣା ଜନିତ ଆମ୍ବୁଲାନ୍ସ ୪ଟି ଦୃଘଟଣା ଲୋକଙ୍କୁ ନେଇ କଟକ ଅଭିମୁଖେ ଯାଉଥିବା ବେଳେ ଏହି ଭିଡ ଭିତରେ ଅଧିକ ସମୟ ଫସି ରହିଥିଲା। ହେଲେ ଦୀର୍ଘ ସମୟ ଧରି ଉପସ୍ଥିତ ପୋଲିସ ଏବଂ ଟ୍ରାଫିକ କର୍ମଚାରୀ ମାନେ ଆମ୍ବୁଲାନ୍ସକୁ ଛାଡିବା ପାଇଁ ସମାନ୍ୟ ପ୍ରୟାସ ମଧ୍ୟ କରିନଥିଲେ। ଅଧଘଂଟା ଏଭଳି ଦେଖି କେତକ ସାମ୍ବାଦିକ ଏବଂ ସମାଜସେବୀ ଟ୍ରାଫିକ ଫୋଷ୍ଟ ପାଖକୁ ଯାଇ ଉପସ୍ଥିତ ଚଣ୍ଡିଖୋଲ ଫାଣ୍ଡି ଏସ.ଆଇ ଥାଟୋଇ ବାବୁଙ୍କୁ ଆମ୍ବୁଲାନ୍ସରେ ରୋଗୀ ଥିବା କଥା କହି ତାହାକୁ ଛାଡିବାକୁ କହିଥିଲେ। ମାତ୍ର ବାବୁ ଜଣଙ୍କ ଏତିକିରେ ସମାଜସେବୀ ଏବଂ ସାମ୍ବାଦିକଙ୍କୁ ମୁଁ କାମ କରିବ ନାହିଁ ରୋଗୀ ମରି ଯାଆନ୍ତୁ। ବୋଲି କହିବା ସହିତ ଖରାପ ବ୍ୟବହାର କରିଥିଲେ। କିନ୍ତୁ ଏଠି ପ୍ରଶ୍ନ ଉଠିଛି ରାଲି ଯିବା ସମୟରେ ଜାତୀୟ ରାଜପଥକୁ ତୁରନ୍ତ ଖାଲି କରିବା ଏବଂ ଗୋଟିଏ ପାଖରେ ରାଲିକୁ ଯିବାକୁ ଅନୁମତି ଦେବା କି ମାତ୍ର କ୍ଷଣକ ପାଇଁ ରାଲିକୁ ବନ୍ଦ କରି ଆମ୍ବୁଲାନ୍ସକୁ ଛାଡିବା କଣ ପୋଲିସ ବାବୁଙ୍କ ମାନବ ଅଧିକାର ପ୍ରତି ଏକ ଦାୟିତ୍ୱ ନଥିଲା। ପରେ ରାଲି ଯିବା ପରେ ଗାଡିକୁ ଅନ୍ୟ ପାଖରେ ଛଡାଯାଇଥିଲା। ଏହି ଘଟଣାକୁ ନେଇ ମାନସ ଅଧିକାର କମିଶନଙ୍କୁ ପାଖରେ ଅଭିଯୋଗ କରାଯିବା ସହିତ କମିଶନ ଏହାକୁ ୬୯/୨୦୧୯ରେ ଅଭିଯୋଗ ପତ୍ର ପଞ୍ଜିକରଣ କରିଛନ୍ତି। ତେବେ ଏଠି ପ୍ରଶ୍ନ ଉଠିଛି ଏମାନେ କଣ ବସି ବସି ଦରମା ନେବେ ନା ଜନତାଙ୍କ ପାଇଁ କାର୍ଯ୍ୟ କରିବେ। ଏହି ପାଣ୍ଡି ଅଂଚଳରେ ଜଣେ ଯୁବଙ୍କ ହାତରୁ ମୋବାଇଲ ଛଡାଇ ନେବା ପରେ ପାଣ୍ଡି ପୋଲିସ ଏତଲା ରଖୁନଥିଲା। କେତେକ ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ଏତଲା ରଖିଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନଥିଲା। ଏପରକି ଜଣେ ଫାଇନାନ୍ସ କର୍ମଚାରୀଙ୍କ ଅନ୍ୟ ଜଣେ ଅସାମାଜିକ ବ୍ୟକ୍ତି ମାରିବ ଏବଂ ଧମକ ଦେବା ଘଟଣାର ଏତଲା ମଧ୍ୟ ରଖିନଥିଲେ ଯେତେବେଳେ ବହୁ ସାମ୍ବାଦିକ ମାନେ ତାଙ୍କୁ କହବିା ପରେ ଏତଲା ରଖିଥିଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନଥିଲେ। ସେହିପରି ଜଣେ ସ୍ୱଚ୍ଚାସେବୀଙ୍କ ଠାରୁ ସମ୍ଭବ ଅନୁଷ୍ଠାନର ସମ୍ପାଦକ ଅର୍ଥ ଠକେଇର ଏତଲା ରଖି କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରି ଏତଲା ଫେରାଇଦେଇଥିଲା। ଏଭଳି ଅନେକ ଘଟଣାର ଏତଲା ରଖୁନଥିବା ବେଳେ ଜନସାଧରଣଙ୍କ ଅସନ୍ତୋଷ ବଢିବାରେ ଲାଗିଛି। ତୁରନ୍ତ ପୋଲିସ ମହାନିର୍ଦ୍ଦେଶକ ଏହା ଉପରେ ଦୃଷ୍ଟି ଦେଇ ଏମାନଙ୍କୁ ଥାନାରୁ ଅନ୍ୟତ୍ର ବଦଳି କରିବା ଏବଂ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ପାଇଁ ସାଧରଣରେ ଦାବି ହେଉଛି। ନଚେତ ଆଗମୀ ଦିନରେ ବଡଚଣା ଥାନା ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି କେତକ ସାମଜିକ ଅନୁଷ୍ଠାନ ପକ୍ଷରୁ ଚେତାବନୀ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.