Home ଓଡ଼ିଶା ମେ ୧୯ରେ ପାଟକୁରା ବିଧାନସଭା ନିର୍ବାଚନ

ମେ ୧୯ରେ ପାଟକୁରା ବିଧାନସଭା ନିର୍ବାଚନ

664

ଭୁବନେଶ୍ୱର ୨୪-୪ (ଓଡ଼ିଆ ପୁଅ) ପାଟକୁରା ବିଧାନସଭା ନିର୍ବାଚନ ମେ’୧୯ ତାରିଖ ଦିନ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗଙ୍କ ତରଫରୁ ଆଜି ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏପ୍ରିଲ ୨୦ ତାରିଖ ଦିନ ସେହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜୁ ଜନତା ଦଳ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ପରଲୋକ ହୋଇଥିଲା। ଲୋକ ପ୍ରତିନିଧି ଆଇନ ୧୯୫୧ର ଧାରା ୫୨ ଓ ଉପଧାରା ୨ ଅନୁସାରେ ଆସନ୍ତା ୨୯ ତାରିଖ ଦିନ ପାଟକୁରାରେ ହେବାକୁ ଥିବା ନିର୍ବାଚନକୁ ନିର୍ବାଚନ ଆୟୋଗ ସ୍ଥଗିତ ରଖିଥିଲେ। ଆଜି ଲୋକପ୍ରତିନିଧି ଆଇନର ଧାରା ୫୨ର ଉପଧାରା ୨ ସହ ଧାରା ୩୦ ଓ ୫୬ ଅନୁସାରେ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନିମ୍ନମତେ ନିର୍ବାଚନ ଆୟୋଗ ବିଜ୍ଞପ୍ତି ଜାରି କରିଛନ୍ତି।

– ଆସନ୍ତା ମାସ ପହିଲା (ମେ ୧ ତାରିଖ) ବୁଧବାର ଦିନ ମନୋନୟନ ପତ୍ର ଦାଖଲର ଶେଷ ତାରିଖ ରଖାଯାଇଛି।

– ମେ ୨ ତାରିଖ ଗୁରୁବାର ଦିନ ମନୋନୟନ ପତ୍ର ଯାଂଚ କରାଯିବ।

– ମେ ୪ ଶନିବାର ଦିନ ପ୍ରାର୍ଥିପତ୍ର୍ର ପ୍ରତ୍ୟାହାରର ଶେଷ ତାରିଖ।

– ମେ ୧୯ ଶନିବାର ଦିନ ନିର୍ବାଚନ ଅନୁଷ୍ଠିତ ହେବ। ସକାଳ ୭ଟାରୁ ସଧ୍ୟା ୬ଟା ମଧ୍ୟରେ ଭୋଟ ଗ୍ରହଣ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.