Home ଓଡ଼ିଶା ଲକ୍ଷାଧିକ ଟଙ୍କାର ପଲିଥିନ୍, ଗୁଟୁଖା ଓ ପ୍ଲାଷ୍ଟିକ ସାମଗ୍ରୀ ଜବତ

ଲକ୍ଷାଧିକ ଟଙ୍କାର ପଲିଥିନ୍, ଗୁଟୁଖା ଓ ପ୍ଲାଷ୍ଟିକ ସାମଗ୍ରୀ ଜବତ

109

ବାଲିଗୁଡା, ୫/୮ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ ) କନ୍ଧମାଳ ଜିଲ୍ଲା ବାଲିଗୁଡା ଏନ୍ଏସି ପକ୍ଷରୁ ଶନିବାର ବାଲିଗୁଡା ଇଲେକ୍ଟ୍ରି ସାହିର ଟୁକୁନା ପାତ୍ରଙ୍କ ଗୋଦାମଘରେ ଅଚାନକ ଚଢାଉ କରାଯାଇଛି। ସେଠାରୁ ଲକ୍ଷାଧିକ ଟଙ୍କାର ପଲିଥିନ୍, ଗୁଟୁଖା ଓ ପ୍ଲାଷ୍ଟିକ ସାମଗ୍ରୀ ଜବତ କରାଯାଇଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡା ଏନ୍ଏସି ତରଫରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟବହାର ନକରିବା ପାଇଁ ସହରବାସୀଙ୍କୁ ବାରମ୍ବାର ସଚେତନତା କରାଯାଇଥିଲା। କିନ୍ତୁ ଏହାକୁ ଭୃକ୍ଷେପ ନକରି ଏବେବି ଅନେକ ବ୍ୟବସାୟୀ ବେଆଇନ୍ ଭାବେ ବ୍ୟବସାୟ ଚଳାଇ ଆସୁଛନ୍ତି। ଟୁକୁନାପାତ୍ରଙ୍କ ଗୋଦାମ ଘରେ ବିପୁଳ ପରିମାଣର ପଲିଥିନ୍, ଗୁଟୁଖା, ପ୍ଲାଷ୍ଟିକ୍ ସାମଗ୍ରୀ ଥିବା ପୂର୍ବ ସୂଚନା ଅନୁଯାୟୀ ଶନିବାର ଅଚାନକ ଟୁକୁନାପାତ୍ରଙ୍କ ଗୋଦାମଘରେ ବାଲିଗୁଡା ଏନ୍ଏସି ତରଫରୁ ରେଡ୍ କରାଯାଇଛି, ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ଚାରି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବବୋଲି ଅନୁମାନ କରାଯାଉଛି। ବର୍ତ୍ତମାନ ସମସ୍ତ ଜିନିଷ କୁ ଯାଞ୍ଚ୍ କରିବାପରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦାୟିତ୍ୱରେ ଥିବା ଏକଜୁକୁଟିଭ୍ ମାଜିଷ୍ଟ୍ରେଟ ଦେବେନ୍ଦ୍ର କୁମାର ସାହୁ ଓ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ଷଢ଼ଙ୍ଗୀ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.