Home ଓଡ଼ିଶା ରାଜସ୍ୱ ଆଦାୟ କରିବା ଲକ୍ଷ ନୁହେଁ: ଗଡକରୀ

ରାଜସ୍ୱ ଆଦାୟ କରିବା ଲକ୍ଷ ନୁହେଁ: ଗଡକରୀ

304

ନୂଆଦିଲ୍ଲୀ,୧୧/୦୯,(ଓଡ଼ିଆ ପୁଅ ପି ନାଏକ): ଗତ ସେପ୍ଟେମ୍ବର ୧ରୁ ଲାଗୁ ହୋଇଥିବା ନୂଆ ମୋଟର ଯାନ ଆଇନ୍‌ ଲୋକଙ୍କ ନିଦ ହଜାଇ ଦେଇଛି । ବର୍ଦ୍ଧିତ ଫାଇନ୍‌କୁ ଡରି ଯାହାବାହାନ ଘରୁ ବାହାର କରିବାକୁ ଲୋକ ମାନେ ଡରୁଛନ୍ତି । ମୋଟର ଯାନ ଆଇନକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢିଚାଲିଥିବାରୁ ବିଭିନ୍ନ ରାଜ୍ୟ ସରକାର ଏହାକୁ କିଛିଟା କୋହଳ କରିବାକୁ ଦାବି କରୁଛନ୍ତି । ଓଡ଼ିଶା ସରକାର ଟ୍ରାଫିକ ଧରପଗଡ଼କୁ ୩ ମାସ ପାଇଁ କୋହଳ କରିଥିବାବେଳେ ଗୁଜୁରାଟ, ମହାରାଷ୍ଟ୍ର ଆଂଶିକଭାବେ ଲାଗୁ କରିଛନ୍ତି ।

ମୋଟର ଯାନ ଆଇନକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷକୁ ଦୃଷ୍ଟରେ ରଖି ସଡ଼କ ପରିବହନ ମନ୍ତ୍ରୀ ଗଡକରୀ କହିଛନ୍ତି ଯେ, ରାଜସ୍ୱ ଆଦାୟ କରିବାର ଆମର ଲକ୍ଷ ନାହିଁ ଲୋକଙ୍କ ସୁରକ୍ଷା ଆମର ଚିନ୍ତା । ଭାରତରେ ସଡ଼କ ଦୂର୍ଘଟଣାରେ ସବୁଠାରୁ ଅଧିକ (ଦେଢ ଲକ୍ଷ) ଜୀବନ ଯାଇଛି ସେଥିପାଇଁ ଏହି ନିୟମ ଲାଗୁ କରାଯାଇଛି । ଯଦି ଏଥିରେ ଜନ ଅସନ୍ତୋଷ ବଢୁଛି ତେବେ ରାଜ୍ୟ ସରକାର ଚାହିଁଲେ ଏହକୁ କୋହଳ କରିପାରିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.