Home ଜିଲ୍ଲା ପରିକ୍ରମା ରଣପୁର ରୁ ନବ ନିର୍ମାଣ କୃଷକ ସଂଗଠନର ସଚେତନ ରାଲି ଆରମ୍ଭ

ରଣପୁର ରୁ ନବ ନିର୍ମାଣ କୃଷକ ସଂଗଠନର ସଚେତନ ରାଲି ଆରମ୍ଭ

28

ନୟାଗଡ/୧୯/୦୯(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଜଗନ୍ନାଥ ମନ୍ଦିର ଠାରୁ ନବ ନିର୍ମାଣ କୃଷକ ସଂଗଠନର ସଚେତନ ରାଲି ଶୁଭାରମ୍ଭ ହୋଇଥିବା ଜଣାପଡିଛି। ଆଗାମୀ ୧୪ ତାରିଖରେ ଭୁବନେଶ୍ୱର ୧୯ ଦଫା ଦାବି ନେଇ ଘେରାଉ କରାଯିବା ପାଇଁ ଏହି ସଚେତନ ରାଲି ର ଶୁଭାରମ୍ଭ ହୋଇ ଯାଇଛି। ୨୦ ଟି ମଟର ସାଇକେଲରେ ରଣପୁର ଜଗନ୍ନାଥ ମନ୍ଦିର ରୁ ଏହି ରାଲି ବାହାରି ଜିଲ୍ଲା ସାରା କୃଷକ ମାନଙ୍କୁ ସଚେତନ କରାଇବେ। ରାଷ୍ଟ୍ରିୟ ସଂଯୋଜକ ଅକ୍ଷୟ କୁମାର ଙ୍କ ନିର୍ଦେଶରେ ଏହି ରାଲି କରାଯାଇଅଛି।

ଜିଲ୍ଲା ସଂଯୋଜକ ମହେଶ୍ୱର ଜେନା, ଜିଲ୍ଲା ସହ ସଂଯୋଜକ ରଣଜିତ୍ ଦଳବେହେରା, ରଣପୁର ସଂଯୋଜକ ଅଜୟ ମାହନ୍ତି, ରଣପୁର ବ୍ଲକ ସଂଯୋଜକ ଶିଶିର କୁମାର ଭଞ୍ଜ, ପ୍ରମୋଦ ମହାନ୍ତି ଙ୍କ ସମେତ ଅନ୍ୟ କୃଷକ ନେତାମାନେ ସାମିଲ୍ ହୋଇଥିବା ଜଣାପଡିଛି। ୧୯ ଦଫା ଦାବି ମଧ୍ୟରେ କୃଷକ ପେନସନ୍, ଭତ୍ତା ମାସିକ ୨ ହଜାର ଟଙ୍କାକୁ ବୃଦ୍ଧି, ବେକାରୀ ଙ୍କୁ ନିଯୁକ୍ତି, ନିଯୁକ୍ତି ନମିଳିଲେ ମାସିକ ୫ ହଜାର ଟଙ୍କା ଭତ୍ତା ଆଦି ଅନେକ କୃଷକ ସହାୟକ ଦାବି ରହିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.