Home ଜିଲ୍ଲା ପରିକ୍ରମା ଋାତି ୧୦ରୁ ସକାଳ ୫ ଚୋରା ବାଲି ଚାଲାଣ ପ୍ରଶାସନ ଚୁପ୍

ଋାତି ୧୦ରୁ ସକାଳ ୫ ଚୋରା ବାଲି ଚାଲାଣ ପ୍ରଶାସନ ଚୁପ୍

30

ନୟାଗଡ ୨୦/୦୯(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ତହସିଲ ଅଂଚଳରେ ଚୋରା ବାଲି ଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି। ଯାହାଫଳରେ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛନ୍ତି। ପ୍ରତିଦିନ ରାତି ୧୦ ଟାରୁ ଭୋର ୫ ଟା ପର୍ଯ୍ୟନ୍ତ ଶହ ଶହ ହାଇୱା ଟ୍ରକରେ ଚୋରା ବାଲି ଚାଲାଣ ହେଉଛି। ମହାନଦୀ ର ବିଭିନ୍ନ ଘାଟରୁ ଏହି ଚୋରା ବାଲି ରାଜସ୍ୱ ଅଧିକାରୀ ମାନଙ୍କୁ ମାସିକିଆ ବଟି ଦେଇ ସଲାସୁତୁରା ରେ ବାଲି ଚାଲାଣ ହେଉଥିବା ଅଭିଯୋଗ ହେଉଛି। ଡ୍ରାଇଭର ମାନେ ଖାଲି ରସିଦ୍ ଧରି ଆସୁଛନ୍ତି।

ଗାଡି ତନଖି ସମୟରେ ତରବରିଆ ଭାବେ ରସିଦ୍ ରେ ତାରିଖ ପକାଉଛନ୍ତି। ଏପରି ବେପରୁଆ ଭାବେ ଗାଡି ଚଲାଉଛନ୍ତି ଯାତାୟତ କରୁଥିବା ଲୋକମାନଙ୍କ ଜୀବନ ଙ୍କୁ ପୋକମାଛି ଭଳି ଭାବୁଛନ୍ତି। ଯାହାଫଳରେ ଅନେକ ଛୋଟବଡ ଦୁର୍ଘଟଣା ଘଟୁଥିବା ବେଳେ ଫେରାର ହୋଇଯାଉଛନ୍ତି। ପ୍ରଶାସନର ଏଥିପ୍ରତି ଦୃଷ୍ଟି ନଥିବା ଅଭିଯୋଗ ହେଉଛି। ଆମ୍ଭେ ମାଙ୍କଡା ପଥର ଚୋରା ଚାଲାଣ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଯଦି ରାତ୍ରରେ ଚୋରା ବାଲି ଚାଲାଣ ହେଉଛି ତାହେଳେ ଚଢାଉ ଜୋରଦାର କରାଯିବ ବୋଲି ରଣପୁର ତହସିଲଦାର ପ୍ରଭାକର ପଣ୍ଡା ପ୍ରଶ୍ନରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.