Home ଓଡ଼ିଶା ରଣପୁର ପୋଲିସ୍ ର କମାଲ – ପୁଣି ବ୍ରାଉନ୍ ସୁଗାର ବେପାରୀ କାଳିଆକୁ କୋର୍ଟ ଚାଲାଣ

ରଣପୁର ପୋଲିସ୍ ର କମାଲ – ପୁଣି ବ୍ରାଉନ୍ ସୁଗାର ବେପାରୀ କାଳିଆକୁ କୋର୍ଟ ଚାଲାଣ

126

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୩/୦୪-ନୟାଗଡ ଜିଲ୍ଲା ରଣପୁର ଥାନା ଓ ଚାନ୍ଦପୁର ଥାନା ଅଂଚଳରେ ପୁଣି ବ୍ରାଉନ୍ ସୁଗାର କାରବାରର ଅଭିଯୋଗ ଆସିଛି । ଚାନ୍ଦପୁର ପୋଲିସ୍ ଚୁପ୍ ଚାପ୍ ବସିଥିବା ବେଳେ ରଣପୁର ପୋଲିସ୍ ଜଣେ ବ୍ରାଉନ୍ ସୁଗାର ବେପାର କିନ୍ ପିନ୍ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି । ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ ରଣପୁରରେ ଜଏନ୍ କଲାପରେ ୬ଗୋଟି ବ୍ରାଉନ୍ ସୁଗାର କେସ୍ ଧରି କୋର୍ଟ ଚାଲାଣ କରିଥିଲେ । ଅଭିଯୁକ୍ତମାନେ ଜାମିନ୍ ରେ ଆସି ପୁଣି ବ୍ରାଉନ୍ ସୁଗାର କାରବାର ଚଲାଇଥିବା ଅଭିଯୋଗ ହେଉଛି । ନୟାଗଡ ଏସ୍‌.ପି ପ୍ରତ୍ୟୁଷ ଦିୱାକରଙ୍କ ନିର୍ଦ୍ଧେଶରେ ଏ ଲକ୍‌ଡାଉନ୍ ମଧ୍ୟରେ ମଧ୍ୟ ପୋଲିସ୍ ବ୍ରାଉନ୍ ସୁଗାର ବେପାରୀଙ୍କ ଉପରେ ନଜର ରଖିଥିଲେ । ପୋଲିସ୍ ଜାଣିବାକୁ ପାଇଲାଯେ ଜଙ୍କିଆ ଥାନା ହଜ ନିକଟ କଲରାଝର ଗ୍ରାମ ବ୍ରାଉନ୍ ସୁଗାର କାରବାରର ପେଣ୍ଠସ୍ଥଳ ପାଲଟିଛି ।

ତେଣୁ ଗତ ୧୨ ତାରିଖ ରାତ୍ରିରେ ରଣପୁର ଥାନା ଇନିସ୍‌ପକ୍ଟେର ରଶ୍ମିରଂଜନ ଦାଶ ସଦଳବଳେ ଜଙ୍କିଆ ପୋଲିସ୍ ସହଯୋଗରେ କଲରାଝର ଗ୍ରାମରେ ଚଢାଉ କରିଥିଲେ । ବ୍ରାଉନ୍ ସୁଗାର ବେପାର ଅଭିଯୋଗ ଉପରେ ଶୁଶାନ୍ତ ମଲ୍ଲିକ୍ ଓରଫ୍ କାଳିଆକୁୁ ଗିରଫ କରିଥିଲେ । କାଳିଆ ନାମରେ ରଣପୁର ଥାନା କେସ୍ ନଂ-୨୪/୨୦ ଏବଂ ୨୮/୨୦ ଅଭିଯୋଗ ଥିଲା । ତେଣୁ ଏହି ୨ଟି ମାମଲାରେ ଶୁଶାନ୍ତ ମଲ୍ଲିକ୍ ଓରଫ୍ କାଳିଆକୁ ରଣପୁର ପୋଲିସ୍ ନୟାଗଡ କୋର୍ଟକୁ ଚାଲାଣ କରିଥିବା ଜଣା ପଡିଛି । ରଣପୁର ପୋଲିସ୍ ବ୍ରାଉନ୍ ସୁଗାର କାରବାରକୁ କଡାକଡି ଭାବେ ଧରୁଥିବା ବେଳେ ଜଙ୍କିଆ ଥାନାର କଲରାଝର, ହଜ ଅଂଚଳ ଓ ଟାଙ୍ଗୀ ଥାନାର ବସନ୍ତପଡା ବ୍ରାଉନ୍ ସୁଗାର ବ୍ୟବସାୟର ପେଣ୍ଠ ସ୍ଥଳ ପାଲଟିଛି । ଟାଙ୍ଗୀ ଥାନା ଓ ଜଙ୍କିଆ ଥାନା  କଡାକଡି ଭାବେ ଏହି ଅଂଚଳରେ ଚଢାଉ ନକରିବା ଫଳରେ ଚାନ୍ଦପୁର ଥାନା ଓ ରଣପୁର ଥାନା  ଅଂଚଳ ବ୍ରାଉନ୍ ସୁଗାର ବେପାରରେ ପ୍ରଭାବିତ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.