Home ଅନୁଗୁଳ କଳମଛୁଇଁରେ ମେରୁ ଯାତ୍ରା ନିରାଡ଼ମ୍ବର ଭାବେ ପାଳିତ

କଳମଛୁଇଁରେ ମେରୁ ଯାତ୍ରା ନିରାଡ଼ମ୍ବର ଭାବେ ପାଳିତ

112

ତାଳଚେର,୧୩/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ କଳମଛୁଇଁ ଗ୍ରାମରେ ମେରୁ ଯାତ୍ରା ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି । କୋରୋନା ଭାଇରସ୍ ର ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକଡାଉନ୍ ଚାଲିଥିବା ଯୋଗୁଁ ଏହି ଯାତ୍ରାରେ ଶ୍ରଦ୍ଧାଳୁମାନଙ୍କୁ ଯୋଗ ଦେବା ପାଇଁ ବାରଣ କରାଯାଇଥିଲା । ମା’ଙ୍କ ପୂଜକ ଓ ଅଳ୍ପ କେତେଜଣ ଭକ୍ତଙ୍କ ଉପସ୍ଥିତିରେ ଯଥେଷ୍ଟ ସାମାଜିକ ଦୂରତା ଅବଲମ୍ବନ କରି ପାରମ୍ପରିକ ରୀତିନୀତି ଅନୁଯାୟୀ ମା କାଳୀ’ଙ୍କର ପୂଜାର୍ଚ୍ଚନା କରାଯାଇଥିଲା । ତେବେ ପ୍ରତ୍ୟେକ ବର୍ଷ ଏହି ମେରୁଯାତ୍ରା ମହା ଜାକଜମକରେ ପାଳିତ ହେଉଥିବା ବେଳେ ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ବିନା ଉପସ୍ଥିତିରେ ଏହି ଯାତ୍ରା ସମ୍ପୂର୍ଣ୍ଣ ନିରାଡମ୍ବର ଭାବରେ ପାଳିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.