Home ଓଡ଼ିଶା ରଣପୁର ଅଂଚଳ ରେ ବୈଦିକ ବ୍ରାହ୍ମଣ ପରିବାର ରେ ମାଣବସା ପୂଜା ଆରମ୍ଭ

ରଣପୁର ଅଂଚଳ ରେ ବୈଦିକ ବ୍ରାହ୍ମଣ ପରିବାର ରେ ମାଣବସା ପୂଜା ଆରମ୍ଭ

87

ନୟାଗଡ/୧୦/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ପ୍ରତ୍ୟେକ ହିନ୍ଦୁ ପରିବାର ରେ ମାର୍ଗଶୀର ମାସର ପ୍ରତ୍ୟେକ ଗୁରୁବାର ରେ ମାଣବସା ପୂଜା ହୋଇଥାଏ । କିନ୍ତୁ ପ୍ରତ୍ୟେକ ବୈଦିକ ବ୍ରାହ୍ମଣ ପରିବାର ରେ ମାର୍ଗଶୀର ମାସ ର ଦ୍ୱିତୀୟ ଗୁରୁବାର ଠାରୁ ମାଣବସା ହୋଇଥାଏ । ଅନ୍ୟ ପରିବାର ଗୁଡିକରେ ମାର୍ଗଶୀର ମାସର ଶେଷ ଗୁରୁବାର ଦିନ ମାଣବସା ପୂଜା ଅନୁଷ୍ଠିତ ହୋଇଥାଏ । ତେଣୁ ଚଳିତ ବର୍ଷ ରଣପୁର ର ମାର୍ଗଶୀର ମାସ ଦ୍ୱିତୀୟ ଗୁରୁବାର ପ୍ରଥା ଓ ପରମ୍ପରା ଅନୁଯାଇ ମାଣବସା ପୂଜା ଆରମ୍ଭ ହୋଇଯାଇଅଛି । ବୁଧବାର ନୂଆଧାନର ମେଣ୍ଟି ତିଆରି କଲାପରେ ଶୁଦ୍ଧ ପୁତ ଭାବେ ମାଣପେଡିକୁ ଧୋଇ ଚିତା ଦିଆଯାଇଥାଏ ।

ଗୁରୁବାର ପ୍ରାତ ସମୟରେ ମହିଳା ମାନେ ଶୁଦ୍ଧ ପୁତ ହୋଇ ଚିତା ଦିଆଯାଇଥିବା ମାଣପେଡି ରେ ନୂଆ ଧାନ , ନୂଆବିରି ଥୋଇ ପୂଜା ଆରମ୍ଭ କରିଥାନ୍ତି । ମାଣପେଡି ନିକଟରେ କଣ୍ଟେଇ କୋଳି, ଆଖୁ, ମୂଳା ଗଛ ଓ ଦାସ କେରେଣ୍ଟା ଫୁଲ ସହ ଅନାନ୍ୟ ଫୁଲରେ ସେହି ମାଣପେଡି କୁ ମଣ୍ଡିତ କରିଥାନ୍ତି । ଏହି ପ୍ରଥମ ଦିନ ର ମାଣବସା ପୂଜା ରେ ସ୍ୱତନ୍ତ୍ର ଭାବେ ଚିତୋଉ ପିଠା ଓ ଦଧି ମିଶ୍ରୀତ ଅନ୍ନ ଭୋଗ କରାଯାଇଥାଏ । ସମସ୍ତ ପରିବାର ସ୍ୱାତ୍ୱିକ ଆହାର ଗ୍ରହଣ କରିଥାନ୍ତି । ସୂର୍ଯ୍ୟାସ୍ତ ପୂର୍ବରୁ  ସେହି ବସିଥିବା ମାଣପେଡି କୁ ଫଳ ମୂଳ ପୂଜା କରି ଉଠାଇଥାନ୍ତି । ନିଷ୍ଠାପର ଭାବେ ରାତ୍ରିରେ ମହିଳା ମାନେ ଅନ୍ନ ଭୋଜନ ତ୍ୟାଗ କରିଥାନ୍ତି । ପ୍ରତ୍ୟେକ ହିନ୍ଦୁ ପରିବାର ରେ ମା ଲକ୍ଷ୍ମୀ ଙ୍କର ଏହି ମାଣବସା ପୂଜା କୁ ନିଷ୍ଠାର ସହ ପାଳନ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.