Home ଓଡ଼ିଶା ‘ମାନବ ଅଧିକାର ଦିବସ’ ଉପଲକ୍ଷେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

‘ମାନବ ଅଧିକାର ଦିବସ’ ଉପଲକ୍ଷେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

15

ଯୋଡ଼ା, ୧୦/୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ)  ‘ମାନବ ଅଧିକାର ଦିବସ’ ଉପଲକ୍ଷେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ତଲକ ହଟିଂ, ଜୋରିବାର, ବିଚ୍ଚାକୁଣ୍ଡି ଏବଂ ଖଣ୍ଡବନ୍ଧଠାରେ ୪ଟି ସ୍ଥାନରେ ସଚେତନତା ଅଧିବେସନ ଆୟୋଜିତ ହୋଇଯାଇଛି । ଚଳିତ ବର୍ଷ ‘ଉନ୍ନତ ପୁନରୁଦ୍ଧାର-ମାନବ ଅଧିକାର ସମର୍ଥନରେ ଠିଆ ହେବା’ ନାମକ ବିଷୟବସ୍ତୁ ଉପରେ ଜୋରିବାର, ତଲକ ହଟିଂ, ବିଚ୍ଚାକୁଣ୍ଡି ଓ ଖଣ୍ଡବନ୍ଧଠାରେ ଆୟୋଜିତ ହୋଇଥିବା ସଚେତନତା ଅଧିବେସନରେ ଯୁବକ ଯୁବତୀ, ମହିଳା ଓ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ମିଶାଇ ୫୦ଜଣରୁ ଊର୍ଦ୍ଧ୍ୱ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ । ମାନବ ଅଧିକାର ଉଲ୍ଲଙ୍ଘନକୁ ନିୟନ୍ତ୍ରଣ କରିବାରେ ସଚେତନତା କାର୍ଯ୍ୟକ୍ରମର ଏକ ପ୍ରମୁଖ ଭୂମିକା ରହିଛି । ଅଧିକ ସୁଫଳ ପାଇବା ପାଇଁ ଶିକ୍ଷା ଦ୍ୱାରା ବ୍ୟକ୍ତିମାନଙ୍କୁ ନିଜ ଅଧିକାର ପ୍ରତି ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯିବା ବ୍ୟତୀତ ସାଧାରଣ ଲୋକମାନଙ୍କ ବିଭିନ୍ନ ଅଧିକାର ସହିତ ଅସମାନତା, ବହିଷ୍କାର ଓ ପକ୍ଷପାତିତା ଭଳି ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସଚେତନ କରିବା ଲକ୍ଷ୍ୟରେ ଏହି ଅଧିବେସନର ଆୟୋଜନ କରାଯାଇଥିଲା । ଏହି ଅଧିବେସନରେ ‘ସମ୍ବିଧାନଗତ ଅଧିକାର’ ଉପରେ ଆୟୋଜିତ କୁଇଜ୍ ପ୍ରତିଯୋଗିତାର ବିଜେତାମାନଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା । ମାନବ ଅଧିକାର ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରି ଟାଟା ଷ୍ଟିଲ ଫାଉଣ୍ଡେସନ୍‌ର ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ଆମ ସମ୍ବିଧାନରେ ସ୍ଥାନିତ ନୀତି ଓ ଆଦର୍ଶ ତଥା ଏହାର ସୁରକ୍ଷା ପାଇଁ ମାନବ ଅଧିକାରର ସାର୍ବଜନୀକରଣ ଘୋଷଣାନାମା ମାଧ୍ୟମରେ ଏକ ନ୍ୟାୟପୂର୍ଣ୍ଣ ତଥା ସମାନ ସମାଜ ହାସଲ ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଏହା ସହିତ ମାନବିକ ଗାରିମା ଏବଂ ଦେଶର ନାଗରିକମାନଙ୍କ ନାର୍ଯ୍ୟ ଅଧିକାର ନିମନ୍ତେ ପ୍ରସାର ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.