Home ଆନ୍ତର୍ଜାତୀୟ ରକ୍ତରେ ଲାଲ୍ ସମୁଦ୍ର

ରକ୍ତରେ ଲାଲ୍ ସମୁଦ୍ର

1683

ନୂଆଦିଲ୍ଲୀ,୦୮/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ସୋସିଆଲ ମିଡିଆରେ ରକ୍ତରେ ଭରା ସମୁଦ୍ର କୁଳର ଫଟୋ ଭାଇରଲ ହେବାରେ ଲାଗିଛି । ଲୋକମାନେ ଏହି ଫଟୋର ରହସ୍ୟ ବୁଝିବାକୁ ଚେଷ୍ଟା କରୁଛନ୍ତି କି ପ୍ରକୃତରେ ଏହା ସତ ନା ମିଛ ! ଯଦି ଆପଣ ମଧ୍ୟ ଦ୍ୱନ୍ଦରେ ଅଛନ୍ତି ତାହେଲେ ଜାଣନ୍ତୁ ପୁରା ଘଟଣା ।

ଏହି ଫଟୋ ଫେରୋ ଆଇଲ୍ୟାଣ୍ଡର ଅଟେ ଯାହାକି ସ୍କଟଲ୍ୟାଣ୍ଡରୁ ପାଖାପାଖି ୩୨୧କିଲୋମିଟର ଦୂରରେ ଅବସ୍ଥିତ । ଏହି ଫଟୋରେ ଆପଣ ଦେଖିପାରୁଥିବେ ଯେ ଡ଼ର୍ଜନ ଡ଼ର୍ଜନ ହ୍ୱେଲ ମାଛକୁ ମାରିଦିଆଯାଉଛି ଏବଂ ଏହି କାରଣରୁ ସମୁଦ୍ରର ପାଣି ରକ୍ତରେ ଲାଲ ହୋଇଯାଇଛି ।

ଫେରୋ ଆଇଲ୍ୟାଣ୍ଡର ସ୍ଥାନୀୟ ଲୋକମାନେ ପ୍ରତିବର୍ଷ ଦ ଗ୍ରାଇଣ୍ଡ ନାମକ ଏକ ବାର୍ଷିକ ପରମ୍ପରା ପାଳନ କରିଥାନ୍ତି । ଏହି ପରମ୍ପରାରେ ଏଠାକାର ବାସିନ୍ଦା ସମୁଦ୍ର କୂଳକୁ ଆସିଥିବା ପାଇଲେଟ ହ୍ୱେଲ ଡ଼ଲଫିନ ମାନଙ୍କୁ ଜୀବନରୁ ମାରିଦେଇଥାନ୍ତି । ଏହି ବର୍ଷ ଦ ଗାଇଡ଼ ଉତ୍ସବରେ ୨୩ ପାଇଲେଟ ହ୍ୱେଲଙ୍କୁ ମାରିଦିଆ ଯାଇଥିଲା ଏବଂ ୨୦୧୯ ମସିହାରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୩୬ ହ୍ୱେଲ ମାଛ ମାନଙ୍କୁ ମାରିଦିଆ ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.