Home ଓଡ଼ିଶା ବର୍ଷା ପାଇଁ ଟ୍ରେନ ବାତିଲ

ବର୍ଷା ପାଇଁ ଟ୍ରେନ ବାତିଲ

458

ଭୁବନେଶ୍ୱର,୮ା୮(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ରାଜ୍ୟରେ ଏବେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କିଛି ଟ୍ରେନ ବାତିଲ କରାଯାଇଛି ।  ପ୍ରବଳ ବର୍ଷା ଯୋଗୁଁ ଆଜି ୬ଟି ବାତିଲ କରାଯିବା ସହ କାଲି ୪ଟି ଟ୍ରେନକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି ।

ବର୍ଷା ଯୋଗୁଁ ରାୟଗଡ଼ା-ଟିଟଲାଗଡ଼ ରେଳପଥ କ୍ଷତିଗ୍ରସ୍ତ ହୋଇଛି । ସେଥିପାଇଁ ୩ଟି ଟ୍ରେନ ଆଂଶିକ ବାତିଲ କରାଯାଇଥିବା ବେଳେ ୧୦ଟିର ଗତିପଥ ବଦଳାଯାଇଛି । କାଲି ସମ୍ବଲପୁର-କୋରାପୁଟ ଓ ସମ୍ବଲପୁର-ଜୁନାଗଡ଼ ପାସେଞ୍ଜର ବାତିଲ କରାଯିବା ସହ ରାୟପୁର-ବିଶାଖାପାଟଣା ପାସେଞ୍ଜର ଟ୍ରେନ ବି କାଲି ବାତିଲ ହୋଇଛି । ଆସନ୍ତାକାଲି ବାତିଲ ହେବ ଜଗଦଲପୁର-ରାଉରକେଲା ଏକ୍ସପ୍ରେସ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.