Home ଓଡ଼ିଶା ଯୋଡା ବିକାଶ ପରିଷଦର ବନ୍ଧୁ ମିଳନ

ଯୋଡା ବିକାଶ ପରିଷଦର ବନ୍ଧୁ ମିଳନ

44

ଯୋଡା, ୧୩/୦୧ (ସେକ୍ ଜାବିର ମହମ୍ମଦ) : ବାରମ୍ବାର ସରକାର ଯୋଡା ଖଣି କ୍ଷେତ୍ରର ବିକାଶ ପ୍ରତି ଅଣଦେଖା କରିଆସୁଛନ୍ତି, ଫଳରେ ଏଠାରେ ଭଲ ରାସ୍ତା ଖଣ୍ଡେ ନାହିଁ, ସରକାରୀ ଡାକ୍ତରଖାନାରେ ଆବଶ୍ୟକ ସଂଖକ ଡାକ୍ତର ଓ କର୍ମଚାରୀ ନାହାନ୍ତି, ଯୋଡା ସହରରେ ବସ୍ ଷ୍ଟାଣ୍ଡଟିଏ ମଧ୍ୟ ନାହିଁ । କୌଣସି ସଭା ସମିତିଟିଏ ଅନୁଷ୍ଠିତ କରିବା ପାଇଁ ଟାଉନହଲର ଆବଶ୍ୟକତା ଥିବା ବେଳେ ତାହା ଅଦ୍ୟବଧି ନିର୍ମାଣ କରାଯାଇ ପାରିନାହିଁ, ଯୋଡା ପୌରାଞ୍ଚଳରେ ଉଚ୍ଚ ଶିକ୍ଷା ନିମନ୍ତେ କଲେଜ ଟିଏ ନାହିଁ । ଏଣେ ଧିରେ ଧିରେ ଖଣି ସରିବାକୁ ବସିଛି । ଅତିବେଶିରେ ୧୦ କି ୧୫ ବର୍ଷ ଭିତରେ ସମସ୍ତ ଖଣିରୁ ଗଚ୍ଛିତ ଖଣିଜ ସମ୍ପଦ ସରିବାକୁ ବସିଛି ବୋଲି ଏକ ଆକଳନରୁ ଜଣାପଡିଛି । କୋଟି କୋଟି ଟଙ୍କା ରାଜସ୍ୱ ରାଜ୍ୟ ରାଜକୋଶକୁ ସମୃଦ୍ଧ କରିଆସୁଥିବା ଯୋଡା ଖଣି ଅଞ୍ଚଳ ଏବେ ନାହିଁ ନାହିଁର ଉପତ୍ୟାକା ପାଲଟିଛି । ଏପରିସ୍ଥଳେ ଯୋଡା ବିକାଶ ପରିଷଦର ଯୋଡା ପ୍ରତି ଗୁରୁ ଦାୟିତ୍ୱ ରହିଛି । ଯୋଡା ସର୍ବଦା ସରକାରୀ କଳର ଅବହେଳାର ଶୀକାର ହୋଇଆସିଥିବା ବେଳେ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ବିକାଶ ପରିଷଦ କାର୍ଯ୍ୟ କରୁବୋଲି ବୁଧୁବାର ଦିନ ବିକାଶ ପରିଷଦ ପକ୍ଷରୁ ଲହଣ୍ଡା ଫାର୍ମ ହାଉସ ନିକଟରେ ଅନୁଷ୍ଠିତ ଏକ ବୈଠକରେ ଉପସ୍ଥିତ ସାମ୍ବାଦିକ ଏବଂ ବୃଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି । ବିକାଶ ପରିଷଦ ଲୋକ ଦେଖାଣିଆ କାମନକରି ଲୋକହୀତକର କାର୍ଯ୍ୟ କଲେ ଯୋଡା ଜନସାଧାରଣଙ୍କର ଅକୁଣ୍ଠ ସମର୍ଥନ ରହିବ ବୋଲି ଉପସ୍ଥିତ ଜନସାଧାରଣ ମତବ୍ୟକ୍ତ କରିଛନ୍ତି । ବୁଧବାର ଅପରାହ୍ନରେ ଆୟୋଜିତ ଏହି ବୈଠକରେ ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର ସଭା ପରିଚାଳନା କରିଥିବା ବେଳେ ସମ୍ପାଦକ ସୁଶାନ୍ତ କୁମାର ବାରିକ୍ ପରିଷଦର ଆଭିମୁଖ୍ୟ ଜନସାଧାରଣଙ୍କ ନିକଟରେ ସ୍ପଷ୍ଟ କରିଥିଲେ । ଏଥିରେ ବରିଷ୍ଠ ନାଗରିକ ସଂଘର ସଭାପତି ସନ୍ତୋଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ଦୁଃଶାସନ ସାହୁ, ପରିଷଦ ପ୍ରତିଷ୍ଠାତା ସଦସ୍ୟ ନୀଳମଣି ମହାନ୍ତି, ପୂର୍ବତନ ଉପନଗରପାଳ ପୁରଷୋତ୍ତମ ଦାସ, ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ସମେତ ଯୋଡା ସହରର ମହିଳା ସମିତି, ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ । ୨ଶହରୁ ଉର୍ଦ୍ଧ୍ୱ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ କରୋନା କାଳରେ ଯେଉଁ ସାମାଜିକ ଅନୁଷ୍ଠାନ ଅସହାୟ ବ୍ୟକ୍ତିମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଇ ନିଜର ସାମାଜିକ ଦାୟିତ୍ୱବୋଧର ପରିଚୟ ଦେଇଥିଲେ ସେହି ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ହେଲେ ବନେଇକଳାସ୍ଥିତ ଶିରିଡି ସାଇ ମନ୍ଦିରର ସୁଜାତା ପଟ୍ଟନାୟକ, ସାୱାନ କ୍ରିପାଲ ରୁହାନି ମିସନ ସଂସ୍ଥାର ଶଙ୍କର ନାଗ ଓ ବଂଶିଧର ବେହେରା, ଦ ୱାଲ୍ଡ ଭିଜନର ସୁକାନ୍ତ ବାନା, ଖଣି ଅଞ୍ଚଳ ଟ୍ରକ ମାଲିକ ସଂଘ ନିମନ୍ତେ ଏହାର ସହ ସମ୍ପାଦକ ଅଜୟ ସିନ୍‌ହା ପ୍ରମୁଖଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ଉପଢୈକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି କରୋନା କାଳରେ ଯେଉଁ ସାମ୍ବାଦିକମାନେ ନିଜ ଜୀବନକୁ ବାଜି ଲଗାଇ ଅସହାୟ ବ୍ୟକ୍ତି ଏବଂ କରୋନା ଆକ୍ରାନ୍ତଙ୍କ ସମ୍ବନ୍ଧରେ ଖବର ପ୍ରସାରଣ କରି ପ୍ରଶାସନକୁ ସଚେତନ କରାଇବା ସେମାନଙ୍କୁ ସହାୟତା ଯୋଗାଇଦେଇଥିଲେ, ଏହି ଅବସରରେ ସେମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ହେଲେ ସାମ୍ବାଦିକ ପ୍ରକାଶ ମହାନ୍ତି, ମାନସ ମହାନ୍ତି, ବେଣୁଧର ବେହେରା, ଦୀପକ ସତପଥି, ଗଣେଶ ସାହୁ, ଦିଗାମ୍ବର ବେହେରା, ସୁଶାନ୍ତ ବେବର୍ତ୍ତା, ଭଗବାନ ଗିରି, ସାରଦା ଆଚାର୍ଯ୍ୟ, ସରୋଜୀନୀ ଶତପଥି, ରତ୍ନାକର ମହାପାତ୍ର, ପବିତ୍ର ଦାସ, ମନୀନ୍ଦ୍ର ବାରିକ୍‌, ସୁବାଶ ବିହାରୀ, ସଞ୍ଜିବ ପଲେଇ, ସମୀର ଦାସ, ସୁନିଲ ବାଷୋତିଆ, ନିହାର ରଞ୍ଜନ ରାଉତ, ସଞ୍ଜିତ୍ ବାରିକ୍‌, ଆନନ୍ଦ ହୁରାଦ, ରାଜେନ୍ଦ୍ର ସାହୁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.