Home ଜିଲ୍ଲା ପରିକ୍ରମା ଯାଜପୁର: ଜିଲ୍ଲା ପରିବେଶ ସମିତି ବୈଠକ ଅନୁଷ୍ଠିତ

ଯାଜପୁର: ଜିଲ୍ଲା ପରିବେଶ ସମିତି ବୈଠକ ଅନୁଷ୍ଠିତ

31

ଯାଜପୁର ୨୩ା୦୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ପରିବେଶ ସୁରକ୍ଷା ପାଇଁ ପ୍ରତ୍ୟେକ ଉରଦାୟୀ ଭାବେ କାର୍ଯ୍ୟ କରିବାକୁ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ମତ ବ୍ୟକ୍ତ କରିଛନ୍ତି। ଜିଲ୍ଲା ପରିବେଶ ସମିତି ପକ୍ଷରୁ ଜିଲ୍ଲା କାର୍ଯ୍ୟକାରିଣୀ ଓ ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଗୁରୁବାର ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ଅଧ୍ୟକ୍ଷତା କରିବା ସହ ବିଦ୍ୟାଳୟ ସ୍ତରରୁ ପରିବେଶ ସଚେତନତା ସଂପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଇବାକୁ ଗୁରୁତ୍ୱ ଦେଇଥିଲେ। ବିଗତ ବୈଠକ ମାନଙ୍କରେ ଆଲୋଚନା ହୋଇ ମଞ୍ଜୁରୀଲାଭ କରିଥିବା ନିଷ୍ପତ୍ତି ଗୁଡିକୁ କାର୍ଯ୍ୟକାରୀ କରିବା, ପରିବେଶ ସମିତିର ସଦସ୍ୟ ସଂଖ୍ୟା ବୃଦ୍ଧି କରିବା, ପରିବେଶ ସୁରକ୍ଷା, ବୃକ୍ଷ ରୋପଣ ଓ ନବ କଳ୍ପିତ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା ଅନୁଶୀଳନ କରି ସେମାନଙ୍କୁ ପୁରସ୍କୃତ କରିବାକୁ ସ୍ଥିର ହେଲା। ପ୍ଳାଷ୍ଟିକ, ପଲିଥିନ ଇତ୍ୟାଦିର ପ୍ରତିହତ ପାଇଁ ପଦକ୍ଷେପ ନେବା ସହ ଇକୋ କ୍ଳବ ଗୁଡିକର କାର୍ଯ୍ୟ ସମୀକ୍ଷା କରି ଦୁର୍ବଳ ପ୍ରଦର୍ଶନ କରୁଥିବା କ୍‌୍ଳବ ମାନଙ୍କୁ ବାଦ ଦେଇ ନୂଆ ଇକୋ କ୍ଳବ ଭାବେ ନୂତନ ବିଦ୍ୟାଳୟକୁ ସାମିଲ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପ୍ରାରମ୍ଭରେ ପରିବେଶ ସମିତିର ସଂପାଦକ ଶରତ କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ ସହ ବାର୍ଷିକ ବିବରଣୀ ଓ ଆୟ ବ୍ୟୟର ସୂଚନା ଦେଇଥିଲେ। କରୋନା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ପ୍ରଭାବିତ ହୋଇଛିବୋଲି କହିବା ସହ ବର୍ତ୍ତମାନ ଭର୍ଚ୍ଚୁଆଲ ମୋଡରେ ବୈଠକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛିବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ପ୍ଳାଣ୍ଟ ପ୍ରୋଟେକ୍ସନ ଅଧିକାରୀ ଶ୍ରୀଧର ଦାସ ଓ ଅନ୍ୟାନ୍ୟ ଅଧିକାରୀ, ସଦସ୍ୟ ମାନେ ଯୋଗ ଦେଇଥିଲେ। ଶେଷରେ ସମିତିର ଯୁଗ୍ମ ସଂପାଦକ ମଳୟ କୁମାର ମିତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.