Home ଜିଲ୍ଲା ପରିକ୍ରମା ମେଗା ଲିଫ୍ଟ ମାଧ୍ୟମରେ ଚାଷ ଜମିକୁ ଜଳଯୋଗାଣ ପାଇଁ ଗ୍ରାମବାସୀଙ୍କ ଦାବି

ମେଗା ଲିଫ୍ଟ ମାଧ୍ୟମରେ ଚାଷ ଜମିକୁ ଜଳଯୋଗାଣ ପାଇଁ ଗ୍ରାମବାସୀଙ୍କ ଦାବି

102

କୁଚିଣ୍ଡା, ୬/୮ – (ଓଡ଼ିଆ ପୁଅ) କୁଚିଣ୍ଡା ବ୍ଲକର ଚାରଭାଟୀ ଗ୍ରାମରେ ଥିବା ମେଗା ଲିଫ୍ଟ ମାଧ୍ୟମରେ ଚାଷ ଜମିକୁ ତୁରନ୍ତ ପାଣି ଯୋଗାଇ ଦେବାକୁ ଲାଡ଼ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଚଳିତ ବର୍ଷ ଅନିୟମିତ ବର୍ଷା ଏବଂ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ କୁଚିଣ୍ଡା ଅଞ୍ଚଳରେ ଧାନ ଚାଷରେ ବିଳମ୍ବ ହେବା ସହ ବହୁ ଜମି ଏବେ ମଧ୍ୟ ପଡ଼ିଆ ପଡ଼ିଛି। ଯେତିକି ବି ଚାଷ ହୋଇଛି ବର୍ଷା ଅଭାବରୁ ସେତକ ବି ମରିବାକୁ ବସିଲାଣି। ଚାଷୀଙ୍କ ଏହି ଦୁର୍ଦ୍ଦିନ ସମୟରେ ଚାରଭାଟୀ ଠାରେ ଥିବା ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ ଚାଷୀଙ୍କ କାମରେ ଲାଗୁନାହିଁ। ବକ୍ସମା ଗ୍ରାମ ପଞ୍ଚାୟତର ଚାଷୀମାନେ ଏହି ପ୍ରକଳ୍ପରୁ ପାଣି ନେଇ ଧାନ ଚାଷକୁ ବଞ୍ଚାଇବା ପାଇଁ ଆଶା କରିଥିଲେ ମାତ୍ର ଏହି ପ୍ରକଳ୍ପର କାର୍ଯ୍ୟାଳୟରେ ତାଲା ପଡ଼ିଛି ଏବଂ ପ୍ରକଳ୍ପଟି ଚାଲୁ ନାହିଁ ବୋଲି ଲାଡ଼ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଣୁ ଗତକାଲି ଲାଡ଼ ଗ୍ରାମର ୫୦ରୁ ଉର୍ଦ୍ଧ୍ୱ ଚାଷୀ କୁଚିଣ୍ଡାର ସହକାରୀ ଜିଲ୍ଲାପାଳ କପିଳେଶ୍ୱର ରଣାଙ୍କୁ ଏକ ଦାବିପତ୍ର ଦେଇ ଏହି ବୃହତ ଉଠାଜଳସେଚନକୁ ତୁରନ୍ତ କାର୍ଯ୍ୟକାରୀ କରି ଚାଷୀଙ୍କ ଜମିକୁ ତୁରନ୍ତ ପାଣି ଯୋଗାଣର ବ୍ୟବସ୍ଥା କରିବାକୁ ଦାବି କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.