Home ଓଡ଼ିଶା ମାଲେସିଆ ଜାହାଜ ମାଲିକଙ୍କୁ ଜିଲ୍ଲା ପ୍ରଶାସନର ନୋଟିସ

ମାଲେସିଆ ଜାହାଜ ମାଲିକଙ୍କୁ ଜିଲ୍ଲା ପ୍ରଶାସନର ନୋଟିସ

316

ଖୋର୍ଦ୍ଧା,୨୯/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଚିଲିକାରେ ଫସିଥିବା ମାଲେସିଆ ଜାହାଜ ଘଟଣାରେ ଜିଲ୍ଲା ପ୍ରଶାସନର ନୋଟିସ୍‌ । ପଶ୍ଚିମବଙ୍ଗର ଜାହାଜ ମାଲିକ ଅମିତ ଶାହାଙ୍କୁ ନୋଟିସ୍‌ କରିଛି ଜିଲ୍ଲା ପ୍ରଶାସନ । ୭ ଦିନ ଭିତରେ ଜାହାଜ ଓ କଣ୍ଟେନର ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୨ ଦିନ ଭିତରେ ତେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ପୁରୀ ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ସୂଚନା ଦେଇଛନ୍ତି ।

ସେପଟେ ଚିଲିକାରେ ଫସିଥିବା ମାଲେସିଆ ଜାହାଜରୁ କେମିତି କଢାଯିବ ତେଲ । ତେଲ ବାହାର କରିବା ପାଇଁ ସାତପଡାରେ ଏକ ୧୫ ହଜାର ଲିଟର ତେଲ ଟ୍ୟାଙ୍କର ପହଞ୍ଚିଛି । ହେଲେ ଏତେ ବଡ଼ ଟ୍ୟାଙ୍କର ଜାହାଜ ନିକଟରେ ପହଞ୍ଚାଇବା ସମ୍ଭବ ହେଉନାହିଁ । ଝୁଲା ପୋଲ ସାହାଯ୍ୟରେ ନେବା ପାଇଁ ବ୍ୟବସ୍ଥା କରାଯାଉଛି । ହେଲେ ଏହା ବି ଅସମ୍ଭବ ଲାଗୁଛି । ତେଣୁ ଜାହାଜର ତେଲ ବାହାରିବା ନେଇ ଅନିଶ୍ଚିତତା ଦେଖାଦେଇଛି । ତେଲ କାଢିବା ପାଇଁ ବାଲେଶ୍ୱରରୁ ୬ଟି ଟିମ୍‌ ଓ କୋଲକାତାରୁ ୨ଟି ଟିମ୍‌ ଆସିଛନ୍ତି । ପାଇପ ଯୋଗ ତେଲ ବାହାର କରିବା ପାଇଁ ପାଇପ୍‌ ବିଛା କାମ ସରିଛି । ଜାହାଜ ଭିତରେ ତିନିଟି ଟ୍ୟାଙ୍କରରେ ୩୩ ହଜାର ଲିଟର ତେଲ ରହିଛି । ପୂରା ପ୍ରକ୍ରିୟା ତିନି ଚାରି ଦିନ ଲାଗିପାରେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.