Home ଜିଲ୍ଲା ପରିକ୍ରମା ମନରେଗା ଯୋଜନାର ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର

ମନରେଗା ଯୋଜନାର ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର

1

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ପଂଚାୟତ ସମିତି ସମ୍ମିଳନୀ କକ୍ଷ ପରିସରରେ ଗୁରୁବାର ଦିନ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଉନ୍ନୟନ ଅଧିକାରୀ ବନବିହାରୀ ଦିନ୍ଦା ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପୁହାଣ, ଜିଲ୍ଲା ସାମାଜିକ ସମୀକ୍ଷକ ସତ୍ୟଜିତ ପୃଷ୍ଟି ଏବଂ ଜିଲ୍ଲା ଅତିରିକ୍ତ ଉନ୍ନୟନ ଅଧିକାରୀ ଧନାଇଚରଣ ଟୁଡୁ ପ୍ରମୁଖ ଯୋଗ ଦେଇଥିଲେ।ଏହି ସମୀକ୍ଷା ବୈଠକରେ ୨୦୨୫-୨୬ ଆର୍ôଥକ ବର୍ଷର ୧ ଏପ୍ରିଲ ୨୦୨୫ ରୁ ୩୦ ସେପ୍େଟମ୍ବର ୨୦୨୫ ମଧ୍ୟରେ ହୋଇଥିବା କାର୍ଯ୍ୟର ବିବରଣୀ ଉପସ୍ଥାପନ କରାଯାଇଥିଲା। ସୂଚନା ଅନୁଯାୟୀ, ଏହି ସମୟ ମଧ୍ୟରେ ଅଣ-କୁଶଳୀ କାର୍ଯ୍ୟ ନିମନ୍ତେ ଆବେଦନ କରିଥିବା ସମସ୍ତ ୮୭ଟି ପରିବାରକୁ ୧୦୦ ଦିନର କାର୍ଯ୍ୟ ଯୋଗାଇ ଦିଆଯାଇଛି। ବ୍ଲକର ବିଭିନ୍ନ ପଂଚାୟତରେ ମୋଟ ୬୦୮ଟି ପ୍ରକଳ୍ପ ହାତକୁ ନିଆଯାଇଥିବା ବେଳେ ଏଥିପାଇଁ ୧ କୋଟି ୪୦ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟ କରାଯାଇଛି। ଫଳରେ ଅଂଚଳରେ ୮୧ଟି ସ୍ଥାୟୀ ସମ୍ପତି ସୃଷ୍ଟି ହୋଇପାରିଛି ବୋଲି ବୈଠକରେ ସୂଚନା ଦିଆଯାଇଛି।କାର୍ଯ୍ୟକ୍ରମ ପ୍ରାରମ୍ଭରେ ବ୍ଲକ ସାମାଜିକ ଅଧିକାରୀ ଜଗନ୍ନାଥ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସନ୍ଧ୍ୟାରାଣୀ ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଜନଶୁଣାଣି ଶିବିରରେ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ଓ ଭି.ଆର.ପି ମାନେ ଉପସ୍ଥିତ ରହି ସମୀକ୍ଷାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.