Home ଜିଲ୍ଲା ପରିକ୍ରମା ମାଲକାନଗିରି ସହରରେ ବେଆଇନ ଗୋହତ୍ୟା,ବସ୍ତିବାସିନ୍ଦା ଙ୍କ ମଧ୍ୟରେ ଉତେଜନା,୨ ଜଣ ଗିରଫ

ମାଲକାନଗିରି ସହରରେ ବେଆଇନ ଗୋହତ୍ୟା,ବସ୍ତିବାସିନ୍ଦା ଙ୍କ ମଧ୍ୟରେ ଉତେଜନା,୨ ଜଣ ଗିରଫ

69

ମାଲକାନଗିରି,୪ା୮  (ଓଡିଆ ପୁଅ )  ମାଲକାନଗିରି ସହରରେ ବେଆଇନ ଗୋହତ୍ୟା ଘଟଣାକୁନେଇ ବସ୍ତିବାସିନ୍ଦା ଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇବାପରେ ପୁଲିସ ଦୁଇଜଣଙ୍କୁ ଗିରଫକରି ଆଜି କୋର୍ଟଚାଲାଣ କରିଛନ୍ତି । ଜିଲ୍ଲା ସଦର ମହୁକୁମା ବ୍ଲକ କୋଲନିର ନାରାୟଣ ଗୌଡଙ୍କୁ ଖିରଦେବା ଗାଇଟି ଗତକାଲି ସକାଳେ ହଜି ଯାଇଥିଲା । ସେ ବିଭିନ୍ନ ସ୍ଥାନରେ ଖୋଜି ଗାଇଟି କୁ ସଂନ୍ଧ୍ୟାପର୍ଯ୍ୟନ୍ତ ପାଇ ନଥିଲେ । ଗତ କାଲି ରାତ୍ରରେ ପୁଣି ଥରେ ଗାଇଟିକୁ ଖୋଜିବାକୁ ଯାଇ ବଣ୍ଡାବାକୁଲିଗୁଡା ଗ୍ରାମରେ ଦେଖିଲେ ଯେ ସେଠାରେ ବହୁତ ଲୋକ ଘେରି ରହିଛନ୍ତି ।କଣ ହେଉଛି ବୋଲି ସେଠାକୁ ଯାଇ ଦେଖିଲା ବେଳେକୁ ତାଙ୍କର ଗାଇଟିକୁ ଦୁଇଜଣ ଲୋକ ମାରିଦେଇ ଚମଡା କାଢି ମାସଂ ହାଣୁଛନ୍ତି । ଏହା ଦେଖି ନାରାୟଣ ଗୌଡଙ୍କ ମୁଣ୍ଡ ଘୁରାଇଦେଲା, ସେ ତାଙ୍କ ଘରକୁ ଜଣାଇବାରୁ ବ୍ଲକ କଲୋନି ଲୋକମାନେ ସେଠାରେ ପହଁଚି ବାରୁ କିଛି ସମୟଧିରେ ଗାଇ କୋଟୁଥିବା ଲୋକମାନଙ୍କ ସହିତ ଯୁକ୍ତିତର୍କ ହୋଇ ଉତେଜନା ପ୍ରକାଶ ପାଇଥିଲା । ସେଠାରେ ଗୋସୁରକ୍ଷା ସମିତିର କର୍ମକର୍ତା ଓ ଜୀବମଙ୍ଗଳ ବିଭାଗର ସଦସ୍ୟ ରାମକୃଷ୍ଣଚୌଧୁରୀ ପହଁଚି ଏ ସଂପର୍କରେ ପୁଲିସଙ୍କୁ ଜଣାଇଥିଲେ । ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ଓ ପୁଲିସ ସଦଳବଳ ପହଁଚି ଉତେଜିତ ଲୋକଙ୍କୁ ବୁଝାଇ ପରିସ୍ଥତିକୁ ନିୟନ୍ତ୍ରଣ କରିଥିଲେ । ଗାଇ ମାଲିକ ନାରାୟଣ ଗୌଡ ତାଙ୍କ ଗାଇକୁ ବଣ୍ଡାବାକୁଲିଗୁଡା ଗ୍ରାମର ପ୍ରେମଦାନ ନାୟକ ଓ ଦିବ୍ୟ ନାୟକ ଚୋରି କରିନେଇ ହତ୍ୟାକରିବା ସଂପର୍କରେ ଥାନାରେ ଏତଲା ଦେବାପରେ ପୁଲିସ କଟାଯାଇଥିବା ଗାଇର ମୃତଶୀରକୁ ଜବତ କରି ସେ ଦୁଇଜଣଙ୍କୁ ଗିରଫ କରି ଥାନାକୁ ନେଇ ଯାଇଥିଲେ, ସେମାନଙ୍କ ନାମରେ ଗୋହତ୍ୟା ଅଭିଯୋଗରେ ଏକ କେସ ରୁଜୁକରି ଆଜି ସକାଳେ ପ୍ରେମଦାନ ନାୟକ,ଦିବ୍ୟନାୟକ ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି । ଜିଲ୍ଲାସଦର ମହକୁମାଠାରେ ଗୋହତ୍ୟା ଘଟଣା କୁ ସବୁମହଲେ ନିନ୍ଦାକରାଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.