Home ଜିଲ୍ଲା ପରିକ୍ରମା ମାଲକାନଗିରି ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜେଡି ପ୍ରତିଷ୍ଠାଦିବସ ଓ ସ୍ୱଚ୍ଛାକୃତ ରକ୍ତଦାନ ଶିବିର

ମାଲକାନଗିରି ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜେଡି ପ୍ରତିଷ୍ଠାଦିବସ ଓ ସ୍ୱଚ୍ଛାକୃତ ରକ୍ତଦାନ ଶିବିର

147

ମାଲକାନଗିରି,୨୬ା୧୨ (ଓଡିଆ ପୁଅ  ) ମାଲକାନଗିରି ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ଦଳର ପ୍ରତିଷ୍ଠାଦିବସ ଆଡମ୍ବର ସହକାରେ ଜିଲ୍ଲାସଦର ମହକୁମା ସ୍ଥ ଡିଏନକେ ମଇଦାନ ଠାରେ ଅନୁଷ୍ଟିତ ହୋଇ ଯାଇଛି । ଏହି ଅବସରରେ ଜିଲ୍ଲା ବିଜେଡି ଦଳ ପକ୍ଷରୁ ଡିଏନକେ ସାର୍ବଜନୀନ ଦୁର୍ଗାମଣ୍ଡପ ନିକଟରେ ସ୍ୱଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନକରା ଯାଇଥିଲା । ଏହି ଶିବିରକୁ ମାଲକାନଗିରି ବିଧାୟକ ମାନସ ମାଡକାମି ଆନୁଷ୍ଟାନିକ ଭାବେ ଉଦଘାଟନ କରିବା ପରେ ବିଜେଡି ଦଳର କର୍ମୀ ମାନେ ସ୍ୱଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ଶିବିରରେ ୫୦ୟୁନିଟ ରକ୍ତସଂଗ୍ରହ ହୋଇଥିଲା ।  ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ମାନସ ମାଡକାମି ଙ୍କ ଅଧ୍ୟକ୍ଷତାରେ ମାଲ୍ୟବନ୍ତ ମଣ୍ଡପରେ ନୃତ୍ୟସଂଗୀତ ଓ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବିଜେଡି ଦଳର ପ୍ରତିଷ୍ଟା ଦିବସ ପାଳିତ ହୋଇ ଯାଇଛି ।

ଏହି ଅବସରେ ଜିଲ୍ଲା ବିଜେଡି ସଂଯୋଜକ ରାଜେନ୍ଦ୍ର ଆଚାର୍ଯ୍ୟ,ମାଲକାନଗିରି ବ୍ଲକଅଧ୍ୟକ୍ଷ ଅକ୍ଷୟକୁମାର ନାୟକ,ବିଜେଡି ଦଳର ବରିଷ୍ଟ ନେତା ଶରତବୁରୁଦା, ରମେଶ କୁମାର ପଟନାୟକ,ବିଜେଡ  ମହିଳା ନେତ୍ରୀ ପଦ୍ମିନୀମୁଦୁଲି,ଗୋପାଳ ପଣ୍ଡା,ପ୍ରିତିପାଲ ସିଂ,ଗଣେଷ ମଣ୍ଡଳ, ନିରୋଦମିସ୍ତ୍ରୀ,ଦହନା ଟାଙ୍ଗୁଲ,ସଦାନନ୍ଦ ଖରା ସହିତ ଶତାଧିକ ବିଜେଡି ନେତା ଓ କର୍ମୀ ମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଉପରେ ଆଲୋକପାତ କରିଥିଲେ ।ମୁଖ୍ୟତ ମଧୁବାବୁ ପେନସନ ଯୋଜନା,କଳାକାରଭତା,ବାର୍ଦ୍ଦକ୍ୟଭତା, ଖାଦ୍ୟସୁରକ୍ଷା, ବିଜୁ ସ୍ୱାସ୍ଥ୍ୟକଲ୍ୟାଣ, ବିଜୁ ପକା ଗୃହ, ମେଧାବୃତି,ବିଜୁ ଯୁବସଶକ୍ତିକରଣ,କଳିଙ୍ଗ ଶିକ୍ଷା ସାଥୀ,ଗ୍ରାମୀଣ ବିଦ୍ୟୁତିକରଣ,ମିଶନ ଶକ୍ତି,ନିର୍ମାଣ ଶ୍ରମିକ ସହାୟତା,ଆମ ଏଲଇଡି,ଆଦି ସରାକରି ଯୋଜନା ସଂପର୍କରେ ମଚାଂସନି ଅତିଥି ମାନେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଚଂଳର ଶତାଧିକ କଂଗ୍ରେସ ଓ ଭାଜପା କର୍ମୀ ମାନେ ବିଜେଡି ଦଳରେ ଯୋଗଦେଇଥିଲେ ।ଏହି ପ୍ରତିଷ୍ଟା ଦିବସ ଅବସରରେ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାୟ ୧୦ହଜାରରୁ ଉର୍ଦ୍ଦ ବିଜେଡି ଦଳର ନେତା ଓ କର୍ମୀ ମାନେ ଯୋଗ ଦେଇଥିଲେ । ଅନୁରୁପ ଚିତ୍ରକୋଣ୍ଡା ବିଧାନ ସଭାନିର୍ବାଚନ ମଣ୍ଡଳୀସ୍ତରୀୟ ପ୍ରତିଷ୍ଠା ଦିବସ ଖଇରପୁଟ ଠାରେ ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁସିସା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.