Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ରାଷ୍ଟ୍ରୀୟ ବ୍ୟାଙ୍କ ଧର୍ମଘଟ, ବ୍ୟାଙ୍କରେ ତାଲା,ଗ୍ରାହକ ହନ୍ତଶନ୍ତ

ମାଲକାନଗିରି ଜିଲ୍ଲାରେ ରାଷ୍ଟ୍ରୀୟ ବ୍ୟାଙ୍କ ଧର୍ମଘଟ, ବ୍ୟାଙ୍କରେ ତାଲା,ଗ୍ରାହକ ହନ୍ତଶନ୍ତ

150

ମାଲକାନଗିରି,୨୬ା୧୨ (ଓଡିଆ ପୁଅ ) ବ୍ୟାଙ୍କ ମିଶ୍ରଣ କୁ ବିରୋଧ ଓ ବ୍ୟାଙ୍କିଙ୍ଗ ଶିଳ୍ପର ପ୍ରଚଳିତ ବିଭିନ୍ନ ଜନସ୍ୱାର୍ଥ ବିରୋଧୀ ଓ ଅଫିସର କର୍ମଚାରୀ ମାରଣ ନୀତିକୁ ବିରୋଧ ଓ ବିଭିନ୍ନ ଦାବିପୁରଣ ନେଇ ମାଲକାନଗିରି ଜିଲ୍ଲା ସାତଟି ବ୍ଲକ ରେ ଥିବା ୩୦ ଟିରୁ ଉର୍ଦ୍ଦ ଜାତୀୟସ୍ତରୀୟ ବ୍ୟାଙ୍କର ଶତାଧିକ ଅଫିସର ଓ କର୍ମଚାରୀ ମାନେ ଆଜି ଦିନିକିଆ  ଧର୍ମଘଟ କରିଛନ୍ତି । ଯାହା ଫଳରେକି ଜିଲ୍ଲାରେ ଥିବା ଏହି ସବୁ ବ୍ୟାଙ୍କ ଗୁଡିକରେ ତାଲା ପଡି ଯାଇଛି ।  ବିଶେଷ କରି ଜିଲ୍ଲାସଦର ମହକୁମା ଠାରେ ଥିବା ଏସବିଆଇ ମୁଖ୍ୟଶାଖାରେ ଶାଖାପରିଚାଳକ,ପଜାଂବ ବ୍ୟାଙ୍କ ଶାଖାପରିଚାଳକ ଓ ଅନ୍ୟାନ ବ୍ୟାଙ୍କର ଅଧିକାରୀ କର୍ମଚାରୀ ମାନେ ବ୍ୟାଙ୍କ ରେ ତାଲାପକାଇ ବ୍ୟାଙ୍କ ଆଗରେ ଧାରଣାରେ ବସିଥିଲେ । ଜିଲ୍ଲାରେ  ହଟାତ ସବୁ ବ୍ୟାଙ୍କ ବନ୍ଦ ହୋଇ ଯାଇଥିବାରୁ ଗ୍ରାହକ ମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି । ଏହି ସବୁ ବ୍ୟାଙ୍କ ବନ୍ଦହେବା ସଂପର୍କରେ ଆଗରୁ ଜାଣିପାରିନଥିବା ଲୋକମାନେ ଅଯଥାରେ  ଖର୍ଚାନ୍ତ ହୋଇ ବ୍ୟଙ୍କ କାମରେ ଦୁରଦୁରାନ୍ତରୁ ଆସି ନିରାଶ ହୋଇ ଫେରି ଯାଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.