Home ଜିଲ୍ଲା ପରିକ୍ରମା ମାଓଗଡର ଓଏଏସ ପ୍ରାପ୍ତ ଆଦିବାସୀ ଝିଅ ସନ୍ଧ୍ୟା ଙ୍କୁ ଭବ୍ୟ ସମ୍ବର୍ଦ୍ଦନା ଜଣାଇଲେ ଏସ.ପି

ମାଓଗଡର ଓଏଏସ ପ୍ରାପ୍ତ ଆଦିବାସୀ ଝିଅ ସନ୍ଧ୍ୟା ଙ୍କୁ ଭବ୍ୟ ସମ୍ବର୍ଦ୍ଦନା ଜଣାଇଲେ ଏସ.ପି

560

ମାଲକାନଗିରି,୨୬ା୧୨ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରୁ ୨୦୧୭-୧୮ ବର୍ଷ ପାଇଁ ଓଏଏସ ପରୀକ୍ଷାରେ ତିନିଜଣ କୃତକାର୍ଯ୍ୟ ହୋଇ ଜିଲ୍ଲାର ଗୌରବ ବଢାଇଛନ୍ତି । ସେମାନଙ୍କ ମଧ୍ୟରେ ମାଓଗଡ ଭାବେ ଚିର ପରିଚିତ ସାଲିମ ଗ୍ରାମର ଆଦିବାସୀ ଝିଅ ସନ୍ଧ୍ୟା ସମରଥ ଅନ୍ୟତମ ,ସେ ମାଥିଲି ଥାନାସ୍ଥ ସାଲିମ ଗ୍ରାମର  ରାମଦେବ ସମରଥ ଙ୍କ ଝିଅ , ଯେତେ ବେଳେ ମାଓବାଦୀ ମାନେ ସେ ଅଚଂଳରେ ମୋବାଇଲ ଫୋନ ବ୍ୟବହାର କୁ ବିରୋଧ କରିବାସହ  ନିରିହ ଗ୍ରାମବାସୀମାନଙ୍କୁ ହତ୍ୟା ଓ ଗାଁରୁ ବିତାଡିତ କରୁଥିବାରୁ ପିଲାମାନଙ୍କ ର ପାଠ ପଢାରେ ବ୍ୟାଘାତ ଘଟୁଥିବା ବେଳେ ଆଦିବାସୀ ଝିଅ ସନ୍ଧ୍ୟାସମରଥ ମାଓବାଦୀଙ୍କ ଭୟ ସ୍ୱତ୍ୟେ ପାଠପଢା ପ୍ରତି ଗୁରୁତ୍ୱ ଦେଇଥିଲେ । ଗାଁ ସ୍କୁଲରୁ ୫ମ ଶ୍ରେଣୀ ପାସ କରିବା ପରେ ମାଲକାନଗିରି ଜବହାର ନବଦୋୟ ବିଦ୍ୟାଳୟ ରେ ନାମଲେଖାଇ ୬ଷ୍ଠ ଶ୍ରେଣୀ ଠାରୁ ଯୁକ୍ତଦୁଇ ପର୍ଯ୍ୟନ୍ତ ଭଲ ନମ୍ବର ରଖି ଅଧ୍ୟୟନ କରିଥିଲେ । ଯୁକ୍ତ ଦୁଇପରେ ସେ ଭୁବନେଶ୍ୱର ଯାଇ ସ୍ନାତକ ଡିଗ୍ରୀ ଓ ଏମଫିଲ ହାସଲକରି ତାପରେ ଓଏଏସ ପରୀକ୍ଷୀ ଦେଇଥିଲେ ଚଳିତ ବର୍ଷ ଓଏଏସ ପରୀକ୍ଷାରେ ଉତିଣ୍ଣ ର୍ ହୋଇ ଜିଲ୍ଲାର ମର୍ଯ୍ୟାଦା ବଢାଇ ଦେଇଥିବାରୁ ଜିଲ୍ଲାପୁଲିସ ବିଭାଗ ପକ୍ଷରୁ ମାଓଗଡର ସୁନାଝିଅ ସନ୍ଧ୍ୟା ସମରଥ ଓ ତାଙ୍କ ମା ଙ୍କୁ ସମ୍ବର୍ଧନା ଜ୍ଞାପନ କରାଯାଇଛି । ଆଜି ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ସମ୍ବର୍ଦ୍ଦନା ସଭାରେ ମୁଖ୍ୟଅତିଥି ଭାବେ ଏସ.ପି ଜଗମୋହନ ମୀନା ଯୋଗଦେଇ ଓଏଏସ ପ୍ରାପ୍ତ ସନ୍ଧ୍ୟା ସମରଥ ଙ୍କୁ ଫୁଲ ତୋଡା ଓ ମେଡେଲ ଦେଇ ସମ୍ବର୍ଦ୍ଦନା ଜଣାଇ ତାଙ୍କର ଉତୋରତର ଉନ୍ନତି ଓ ସଫଳାତା କାମନା କରିଥିଲେ । ଏହି ସମ୍ବର୍ଦ୍ଦନା ସଭାରେ ଡିଏସପି ଦିଲୀପ ଦାଶ,ମାଲକାନଗିରି ଥାନା ଆଇଆଇସି ସୌମେନ୍ଦୁ ଶେଖର ତ୍ରୀପାଠୀ,ପୁଲିସ ରିଜର୍ଭ ଇନିସପେକ୍ଟର ସ୍ୟାମସୁନ୍ଦର ସୋରେନ ପ୍ରମୁଖ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।ସନ୍ଧ୍ୟାଙ୍କ ଅକ୍ଲାନ୍ତ ପରିଶ୍ରମ ଓ ମା ବାପା, ଗୁରୁଜନ, ଶିକ୍ଷକ ମାନଙ୍କ ଆର୍ଶିବାଦ ଦ୍ୱାରା ସେ ଓଏଏସ ପାଇଛନ୍ତି । ମାଲକାନଗିରି ଜିଲ୍ଲାର ଜଣେ ହଲବା ଆଦିବାସୀ ସଂପ୍ରଦାୟର ଝିଅ ଓଏଏସ ପାଇଥିବାରୁ ସାଲିମ,ମାଥିଲି ଓ ମାଲକାନଗିର ିଜିଲ୍ଲାରେ ଖୁସିର ଲହରି ଖେଳି ଯାଇଛି । ସନ୍ଧ୍ୟା ନିଜ ଗାଁକୁ ଫେରିବା ପରେ ସାଲିମ ଗାଁରେ ସନ୍ଧ୍ୟାଙ୍କୁ ଗ୍ରାମବାସୀମାନେ ସ୍ୱାଗତ ସମ୍ବର୍ଦ୍ଦନା ଜଣାଇ ପାରମ୍ପାରିକ ବାଦ୍ୟନୃତ୍ୟ ରେ ବିରାଟ ସୋଭା ଯାତ୍ରା ରେ ଗ୍ରାମପରିକ୍ରମା କରି ତାଙ୍କ ଘରୁକ ପାଛୋଟି ନେଇଥିଲେ । ସେ ପିଲାଟି ବେଳେ ପାଠପଢୁଥିବା ସାଲିମ ବିଦ୍ୟାଳୟ ପକ୍ଷରୁ ମଧ୍ୟ ସନ୍ଧ୍ୟାଙ୍କୁ ଶିକ୍ଷକ ଶିକ୍ଷୟତ୍ରୀ ସହପାଠୀ ମାନେ ସ୍ୱାଗତ ସମ୍ବର୍ଦ୍ଦନା ଜଣାଇଛନ୍ତି । ଇଚ୍ଛାଶକ୍ତି ଉଦ୍ୟମ ବଳରେ ଅସାଧ୍ୟ କାମ ମଧ୍ୟ ସାଧ୍ୟ ହୋଇପାରେ, ସେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଚାକିରି ପାଇଲେ ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ, ଗରିବ ଆଦିବାସୀ ଙ୍କ ସେବା ପ୍ରତି ଅଧିକ ଗୁରୁତ୍ୱ ଦେବେ ବୋଲି କହିଛନ୍ତି

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.